କୋଟି କୋଟି ଟଙ୍କାରେ ନିର୍ମାଣ ହୋଇଥିବା ବସ୍ଷ୍ଟାଣ୍ଡ ଏବେ ଜରାଜୀର୍ଣ୍ଣ

Key Points
କୋଟି କୋଟି ଟଙ୍କାରେ ନିର୍ମାଣ ହୋଇଥିବା ବସ୍ଷ୍ଟାଣ୍ଡ ଏବେ ଜରାଜୀର୍ଣ୍ଣ
ପୂର୍ବ ବିଜେଡି ସରକାରରେ ତିଆରି ହୋଇଥିଲା, ହେଲେ ନିର୍ମାଣକୁ ବର୍ଷେ ବି ଗଲାନି
ଏବେ ନିଶାଖୋରଙ୍କ ଆଡ୍ଡା ସ୍ଥଳ ପାଲିଟିଛି ଆଳି ଓ କନିକା ବସ୍ଷ୍ଟାଣ୍ଡ
କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଓ କନିକା ବ୍ଲକରେ ଥିବା ଦୁଇଟି ବସ୍ଷ୍ଟାଣ୍ଡର ଅବସ୍ଥା । ଆଳି ବଜାର ଡାକବଙ୍ଗଳା ଛକ ମଧ୍ୟସ୍ଥଳରେ ଥିବା ଗୌଡ଼ପାଟଣା ଓ ରାଜକନିକାର ଷ୍ଟ୍ରକଚର ଛକର ପଛପଟେ ନିର୍ମାଣ ହୋଇଛି ଏ ଦୁଇଟି ବସ୍ଷ୍ଟାଣ୍ଡ । ବସ୍ଷ୍ଟାଣ୍ଡ ଓଏସ୍ଆରଟିସି ପକ୍ଷରୁ ହୋଇଥିବା ଟେଣ୍ଡର ପୋଲିସ ହାଉସିଂବୋର୍ଡ କମ୍ପାନୀକୁ ମିଳିଥିଲା l କମ୍ପାନୀ ତାର ମୁନଫା ନେଇ ଏକ ଠିକାଦାରକୁ କାର୍ଯ୍ୟ ଟେକି ଦେଇଥିଲା l ଠିକାଦାରଙ୍କ କାର୍ଯ୍ୟ ଆରମ୍ଭରୁ ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନଥିଲା l ଆଉ କାମ ଶେଷ ହେବାକୁ ବର୍ଷେ ବି ଗଲାନି ବସ୍ଷ୍ଟାଣ୍ଡର ଅବସ୍ଥା ନ କହିଲେ ଭଲ । କେଉଁଠି ଛାତଫାଟି ଆଁ କଲାଣି ତ ଆଉ କେଉଁଠି ଟାଇଲ ବାହାରି ଗଲାଣି । କାନ୍ଥରୁ ପ୍ଳାଷ୍ଟର ଖସି ରଡ଼ ଦେଖାଗଲାଣି ତ ତାଜା ଫାଟି ଫଡା ଫଡା ହୋଇ କଂକ୍ରିଟ ଖସିଲାଣି । ଆଉ ରାତି ହେଲେ ନିଶାଡ଼ିଙ୍କ ଆଡ୍ଡା ସ୍ଥଳ ପାଲଟୁଛି ଏ ସ୍ଥାନ ।
ସେତେବେଳର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଭିସି ଯୋଗେ ଉଦଘାଟନ କରିବା ସହ ବସ୍ସେବା ଆରମ୍ଭ କରିଥିଲେ । ହେଲେ ପୂର୍ବ ସରକାରରେ ଠିକାଦାର ପୋଷା ନୀତି ଯୋଗୁ ବସ୍ଷ୍ଟାଣ୍ଡର ଅବସ୍ଥା । କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ବି ଏହା ଲୋକଙ୍କ କାମରେ ଆସୁନି ।