Videos
|
Odisha

ଖୁବଶୀଘ୍ର ସମ୍ପ୍ରସାରଣ ହେବ ମନ୍ତ୍ରିମଣ୍ଡଳ

Ritu Das
Browse all articles by Ritu Das
·1 year ago·1 min read
ଖୁବଶୀଘ୍ର ସମ୍ପ୍ରସାରଣ ହେବ ମନ୍ତ୍ରିମଣ୍ଡଳ

Key Points

ଖୁବଶୀଘ୍ର ସମ୍ପ୍ରସାରଣ ହେବ ମନ୍ତ୍ରିମଣ୍ଡଳ

୧୫ ଦିନରୁ ମାସେ ମଧ୍ୟରେ ସମ୍ପ୍ରସାରଣ ହେବ

ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି

ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ଭିତରେ ଦିଲ୍ଲୀରୁ ଫେରିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଦିଲ୍ଲୀରେ ସାଙ୍ଗଠନିକ ବିଷୟ ସହ ବଲକା କାମ ନେଇ ଆଲୋଚନା ହୋଇଥିବା ସୂଚନା ଦେଇଛନ୍ତି । ଖୁବଶୀଘ୍ର ବିଜେପିର ନୂଆ କମିଟି ଗଠନ ହେବ। ଖୁବଶୀଘ୍ର ସମ୍ପ୍ରସାରଣ ହେବ ମନ୍ତ୍ରିମଣ୍ଡଳ । ୧୫ ଦିନରୁ ମାସେ ମଧ୍ୟରେ ସମ୍ପ୍ରସାରଣ ହେବ । ଏନେଇ ସୂଚନା ଦେଇଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି, ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ମୁଖ୍ୟମନ୍ତ୍ରୀଙ୍କ କାମ, ମୁଖ୍ୟମନ୍ତ୍ରୀ ନିଜ ଦାୟିତ୍ୱ ନିର୍ବାହ କରୁଛନ୍ତି।


ଯଦି ଦଳକୁ ପରାମର୍ଶ ମାଗନ୍ତି ଆମେ ନିଶ୍ଚୟ ଦେବୁ । ମନ୍ତ୍ରିମଣ୍ଡଳ ନେଇ ସଂସଦୀୟ ବୋର୍ଡ ନେବ ଚୂଡ଼ାନ୍ତ ନିଷ୍ପତ୍ତି । ଯୋଗ୍ୟତା, ଦକ୍ଷତା ଏବଂ ଅଭିଜ୍ଞତା ଆଧାରରେ ମନ୍ତ୍ରିମଣ୍ଡଳ ଏବଂ ସବୁ ଦିଗକୁ ପ୍ରାଧାନ୍ୟ ଦିଆଯିବ । ପ୍ରଥମେ ସଂଗଠନ, ବୋର୍ଡ ନିଗମ ପରେ ମନ୍ତ୍ରିମଣ୍ଡଳର ହେବ ସମ୍ପ୍ରସାରଣ । ଦିନେ ଦୁଇ ଦିନ ମଧ୍ୟରେ ନୂଆ ଟିମ୍ ଏବଂ ପରେ ବୋର୍ଡ ନିଗମ ପଦବୀ ପୂରଣ ହେବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
the-cabinet-will-be-expanded-soon | Argus News