Videos
|
Odisha

ନାଳ ସାଜିଲା ବାଧକ, ଗାଁକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ

Rashmita Mishra
Browse all articles by Rashmita Mishra
·1 year ago·1 min read
ନାଳ ସାଜିଲା ବାଧକ, ଗାଁକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ

Key Points

ଖଟିଆ ଭରସାରେ ଦୁର୍ଗମ ଅଞ୍ଚଳ
ଥମୁନି ଜନନୀ ଯନ୍ତ୍ରଣା
ଆମ୍ବୁଲାନ୍ସ ପାଇଁ ନାଳ ସାଜିଲା ବାଧକ
ରାସ୍ତା ନଥିବାରୁ କେଉଁଠି ଖଟିଆ ତ, କେଉଁଠି ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

ବୌଦ୍ଧରୁ ପୁଣି ଆସିଲା ଜନନୀ ଯନ୍ତ୍ରଣାର ଚିତ୍ର । ନାଳ ସାଜିଲା ବାଧକ । ଗାଁକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଏକ କିଲୋମିଟର ଖଟିଆରେ ବୁହାହେଲେ ପ୍ରସୂତି । ଏଭଳି ଅଭାବନୀୟ ଘଟଣା ବୌଦ୍ଧ ଜିଲ୍ଲା ବାଣୀଭୂଷଣପୁର ପଞ୍ଚାୟତ ଡିଗିସିରା ଗାଁର। ରଞ୍ଜିତା ଜାନିଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ଆମ୍ବୁଲାନ୍ସ ଆସିଥିଲେ ସୁଦ୍ଧା ଗାଁକୁ ଯିବା ପାଇଁ ବାଟ ଅଟକାଇ ଥିଲା ଲକ୍ଷ୍ମୀ ନାଳ ।


ପରେ ଆମ୍ବୁଲାନ୍ସ କର୍ମଚାରୀ ମାନେ ଗାଁକୁ ନାଳ ଡେଇଁ ଚାଲି ଚାଲି ଯାଇଥିଲେ । ଗ୍ରାମବାସୀ ଓ ଆମ୍ବୁଲାନ୍ସ କର୍ମଚାରୀମାନେ ମିଶି ପ୍ରସୂତି ମହିଳାଙ୍କୁ ଖଟିଆରେ ବୋହି ଏକ କିଲୋମିଟର ବାଟ ଆଣିଥିଲେ । ଏବେ ପ୍ରସୂତିଙ୍କୁ ଗୁରୁତର ଅବସ୍ଥାରେ ପୁରୁଣାକଟକ ଚିକିତ୍ସାକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରାୟଗଡା କସୀପୁରୁ ଅଞ୍ଚଳରେ ମଧ୍ୟ ଖଟିଆର ପୁନରାବୃତ୍ତି ଦେଖିବାକୁ ମିଳିଛି। ଏଠି ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ। କଷିପୁରୁ ବ୍ଲକ କୋଡ଼ିପାଡି ପଞ୍ଚୟତର କଣ୍ଟାବାଞ୍ଝି ଗାଁରେ କଳାମଣି ମାଝୀ ଘରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ପରେ ମେଡିକାଲ ନେବା ପାଇଁ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ମାତ୍ର ଗାଁକୁ ଆସିବା ବାଟରେ ପଡେ ନାଳ ଏବଂ ଏହି ନାଳ ଉପରେ ପୋଲ ନଥିବାରୁ ଗାଁରେ ପହଞ୍ଚି ପାରି ନଥିଲା ଆମ୍ବୁଲାନ୍ସ।


ଫଳରେ ଆଶାଦିଦି ଏବଂ ଆମ୍ବୁଲାନ୍ସ କର୍ମଚାରୀ ଷ୍ଟେଚରେ ବୋହି ଆମ୍ବୁଲାନ୍ସ ନିକଟରେ ପଂହଂଚାଇ ଥିଲେ। ତେବେ ରାସ୍ତା ପାଇଁ ଜନନୀ ଯନ୍ତ୍ରଣାର ଚିତ୍ର ବାରମ୍ବାର ମନକୁ ଆନ୍ଦୋଳିତ କରୁଥିବା ବେଳେ ଏହି ସମସ୍ୟାର ସମାଧାନ ନହେବା ନିଶ୍ଚିତ ଭାବେ ଚିନ୍ତା ଜନକ।


The canal was blocked The ambulance could not reach the village | Argus News