Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

SI Recruitment Scam / କେତେବେଳେ ବି ବଡ଼ ବାବୁଙ୍କ କଲର ଧରିପାରେ CBI !

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·2 min read
କେତେବେଳେ ବି ବଡ଼ ବାବୁଙ୍କ କଲର ଧରିପାରେ CBI !
SI Scam

Key Points

ଅର୍ଜୁନ ନାୟକ ଏସଏସ୍‌ବି ଯବାନ ହୋଇଥିବା ବେଳେ ତାଙ୍କ ପଛରେ ଆଉ କିଛି ବଡ଼ ବଡ଼ିଆଙ୍କ ସମ୍ପୃକ୍ତି ଥିବା ଜଣାପଡିଛି ।

କୋଟି କୋଟିରେ ଚାକିରି, ଚାଲିଛି କଡ଼ାଗଣ୍ଡା ହିସାବ । କେରାଣ୍ଡି ଧରାପଡ଼ିବା ପରେ ବଡ଼ ମାଛଙ୍କ ଛାତି ଧଡ଼ଧଡ଼ । ସ୍କାନରରେ OPRBରେ କାର୍ଯ୍ୟରତ ୪ ପୋଲିସ ବାବୁ । ଧରାପଡ଼ିବା ଭୟରେ ଲୁଚିବା ଆରମ୍ଭ କଲେଣି ।

ଅର୍ଜୁନ ନାୟକ, ନିମାଇଁ ସାହୁ । ଦଲାଲ ନମ୍ବର ୧୪ ଓ ୧୫ । ୨୫ ଲକ୍ଷ ବିନିମୟରେ ସବ ଇନ୍ସପେକ୍ଟର ଚାକିରି ଦେବା ପାଇଁ ଏମାନେ ନେଇଥିଲେ ଠିକା । ନିମାଇଁ ହେଉଛନ୍ତି ଗିରଫ ଅଭିଯୁକ୍ତ ତଥା ଦୀଘା ମଡ୍ୟୁଲ ସମ୍ଭାଳୁଥିବା ବିରଞ୍ଚି ନାୟକଙ୍କ ଘନିଷ୍ଠ ସହଯୋଗୀ। ଦୀର୍ଘ ୭ ଦିନ ହେଲା ଏହି ଦୁଇ ଅଭିଯୁକ୍ତଙ୍କୁ ପଚରାଉଚରା ଚାଲିଥିବା ବେଳେ ଆଜି ଏମାନଙ୍କୁ ଗିରଫ କରାଯାଇଛି । ସମସ୍ତଙ୍କୁ ମେଡ଼ିକାଲ ଯାଞ୍ଚ ମଧ୍ୟ କରାଯାଇଛି ।

ଅର୍ଜୁନ ନାୟକ ଏସଏସ୍‌ବି ଯବାନ ହୋଇଥିବା ବେଳେ ତାଙ୍କ ପଛରେ ଆଉ କିଛି ବଡ଼ ବଡ଼ିଆଙ୍କ ସମ୍ପୃକ୍ତି ଥିବା ଜଣାପଡିଛି । ଯେଉଁମାନେ ପାୱାର କରିଡରରେ ରହି ଚାକିରି କେଲେଙ୍କାରୀର ସାଜିଥିଲେ ମାଷ୍ଟରମାଇଣ୍ଡ । ସେପଟେ ଆସନ୍ତାକାଲି ବିରଞ୍ଚିଙ୍କ ରିମାଣ୍ଡ ଶେଷ ହେଉଥିବା ବେଳେ ସିବିଆଇ ହାତରେ ଲାଗିଛି ସାଙ୍ଘାତିକ ସୁରାକ ।

ରିମାଣ୍ଡରେ ଆସିଥିବା ଅଭୁଯୁକ୍ତଙ୍କଠାରୁ ମିଳୁଥିବା କ୍ଲୁ ଓ ଗିରଫ ଅଭିଯୁକ୍ତଙ୍କ ବୟାନ ଆଧାରରେ ଚାକିରି ଆଶାୟୀଙ୍କୁ ମଧ୍ୟ ଜେରା ଚାଲିଛି । ଜଣଙ୍କ ପରେ ଜଣେ ସିବିଆଇ ଅଫିସ ଯାଇ ପୁରା ସିଣ୍ଡିକେଟର ନକ୍ସା ସମ୍ପର୍କରେ ତଦନ୍ତକାରୀ ଅଧିକାରୀଙ୍କୁ ଜଣାଇଛନ୍ତି । ପୁରା ନେଟୱର୍କର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଓ ଦଲାଲ ମୁନା ମହାନ୍ତିଙ୍କ ଚେର ବିହାର ଯାଏଁ ଲମ୍ବିଥିବା ପ୍ରମାଣ ମିଳିଛି । ଠକେଇ ଟଙ୍କାରେ ଅଭିଯୁକ୍ତ ଚଢୁଥିଲେ ଦାମୀ ଗାଡ଼ି, କିଣିଥିଲେ ଓଡ଼ିଶା ବାହାରେ ଫ୍ଲାଟ ଓ ପ୍ଲଟ । ଏସବୁ କଥା ଜାଣିବା ପରେ ଖୁବଶୀଘ୍ର ସିବିଆଇର ଏକ ଟିମ୍ ରାଜ୍ୟ ବାହାରକୁ ଗସ୍ତ କରିବ ବୋଲି ସୂଚନା ମିଳିଛି ।

ପୋଲିସ ଏସ୍‌ଆଇ ଚାକିରି କେଳେଙ୍କାରୀ ଘଟଣା ଉପରୁ ପରଦା ହଟେଇବା ପାଇଁ ସିବିଆଇ ଯେତେ ଘାଣ୍ଟୁଛି ସେତେ ନୂଆ ନୂଆ ଚିତ୍ର ଚରିତ୍ର ସାମ୍ନାକୁ ଆସୁଛନ୍ତି । ବଢ଼ୁଛି ଗିରଫଦାରୀ ସଂଖ୍ୟା । ଆଗକୁ କାହା ପାଳି ପଡୁଛି ତାହା ଦେଖିବାକୁ ବାକି ରହିଲା । ତେବେ ଆସନ୍ତାକାଲି ବିରଞ୍ଚି ନାୟକଙ୍କ ରିମାଣ୍ଡ ସରୁଥିବା ବେଳେ ଏପଟେ ଓପିଆରବିରେ କାମ କରୁଥିବା ବଡ଼ ବାବୁଙ୍କ ଛାତିରେ ପଶିଲାଣି ଛନକା । କେତେବେଳେ ସେହି ବଡ଼ ବାବୁଙ୍କ କଲର ଧରିବ CBI, ତାହା କେହି କହିପାରିବେ ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
SI Recruitment Scam | The CBI can grab Bada Babu by the collar at any time on SI Recruitment Scam | Argus News