ଆରମ୍ଭ ହେଲା ରଥଟଣା,ରତ୍ନବେଦୀ ଅଭିମୁଖେ ତିନି ଠାକୁର

Key Points
ଆରମ୍ଭ ହେଲା ରଥ ଟଣା
ଜନ୍ମବେଦିରେ ସରିଲା ଲୀଳାଖେଳା
ଭାବ ବିହ୍ୱଳ ହୋଇପଡୁଛନ୍ତି ଭକ୍ତମାନେ
ଆରମ୍ଭ ହେଲା ରଥ ଟଣା । ଜନ୍ମବେଦିରେ ସରିଲା ଲୀଳାଖେଳା । ଶ୍ରୀମନ୍ଦିର ଅଭିମୁଖେ ବାହିରିଲେଣି ଶ୍ରୀଜିଉ । ଗୁଣ୍ଡିଚା ମନ୍ଦିର ଛାଡ଼ି ଫେରୁଛନ୍ତି ସାଆନ୍ତେ । ପ୍ରଥମେ ଆରମ୍ଭ ହେଲା ଶ୍ରୀବଳଭଦ୍ରଙ୍କ ରଥଟଣା । ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡିଛି । ରଥ ଉପରେ ସମସ୍ତ ନୀତିକାନ୍ତି ଶେଷ ହେବାପରେ ରଥଟଣା ନୀତି ଆରମ୍ଭ ହୋଇଛି । ଘଣ୍ଟା, ଘଣ୍ଟ, ମୃଦଙ୍ଗ, ହୁଳହୁଳି ଓ ହରିବୋଲରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ର ।
୩ ଠାକୁରଙ୍କୁ ଦେଖିବାକୁ ବଡଦାଣ୍ଡରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ । ଆଗରେ ଆଗରେ ଏବେ ମାଡି ଚାଲିବେ ବଡ ଭାଇ, ପଛରେ ଆସିବେ ହଳଦୀ ମୁହିଁ, ସବାଶେଷରେ କାଳିଆ ଠାକୁର । ଭାବ ବିହ୍ୱଳ ହୋଇପଡୁଛନ୍ତି ଭକ୍ତମାନେ । ହେବେନି ବା କେମିତି , ଶ୍ରୀବିଗ୍ରଙ୍କୁ ପାଖରେ ପାଇବା ପାଇଁ ପୁଣି ଆର ବର୍ଷକୁ ଅନେଇ ରହିବେ ଭକ୍ତମାନେ ।