Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଲକ୍ଷପତି ଦିଦି ସହାୟିକା ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ଲକ୍ଷପତି ଦିଦି ସହାୟିକା ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବିଜେଡ଼ି ରାସ୍ତାରେ ଛାଡ଼ି ଥିଲା, ଶୁଣିଲେ ବିଜେପି ସରକାର
କମ୍ୟୁନିଟି ସପୋର୍ଟ ଷ୍ଟାଫ ପାଇବେ ବକେୟା ଦରମା
ସିଆରପି, ଏମବିକେ, ବ୍ୟାଙ୍କ ମିତ୍ର, ପ୍ରାଣୀ ମିତ୍ର ପାଇବେ ଦରମା
ଲକ୍ଷପତି ଦିଦି ସହାୟିକା ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଉପକୃତ ହେବେ 62 ହଜାରରୁ ଅଧିକ କମ୍ୟୁନିଟି ସପୋର୍ଟ ଷ୍ଟାଫ


ଠକି ଦେଇଥିଲା ବିଜେଡ଼ି...ଦୁଃଖ ବୁଝିଲେ ବିଜେପି ସରକାର । କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ 10 ମାସର ବକେୟା ଦରମା ଦେବେ ରାଜ୍ୟ ସରକାର । ଶୁକ୍ରବାର ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା ପରେ ଆନ୍ଦୋଳନରୁ ଓହରିଲେ କମ୍ୟୁନିଟି ସପୋର୍ଟ ଷ୍ଟାଫ । ଦୀର୍ଘ ଦିନର ଦାବି ପୂରଣ କରିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି ହଜାର ହଜାର ମହିଳା । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ସରକାର କାମ କରୁଥିବା ମହିଳା ମାନଙ୍କ ପ୍ରତି ଅଣଦେଖା କରିଥିଲେ । ସେଥିପାଇଁ 2024 ଏପ୍ରିଲ ମାସରୁ 10 ମାସ ଧରି ସେମାନେ ଦରମା ପାଉନଥିଲେ ।

ହେଲେ ବିଜେପି ସରକାର ମହିଳା ମାନଙ୍କ ଦାବି ଉପରେ ବିଚାର କରିଛନ୍ତି । ଏହାସହ ମହିଳା ମାନଙ୍କ ସଶକ୍ତିକରଣ ପାଇଁ ନୂତନ ଭାବେ ଲକ୍ଷପତି ଦିଦି ସହାୟିକା ଯୋଜନା ଘୋଷଣା କରିଛନ୍ତି ସରକାର । ଏହି ଯୋଜନା ମାଧ୍ୟମରେ ସମସ୍ତ ସିଏସଏସ ମାନଙ୍କୁ ଯୋଡ଼ାଯିବ । ସେମାନଙ୍କୁ ଇନସେନଟିଭ ଦିଆଯିବା ସହ ବକେୟା ଦରମା ମଧ୍ୟ ପାଇବେ ।

ପୂର୍ବ ସରକାରର ଇଚ୍ଛା ଶକ୍ତି ଅଭାବରୁ ଜିପିଏଲଏଫ୍ ମାନଙ୍କ ପାଖକୁ ଆଦୌ ପଇସା ଯାଉନଥିଲା । ଯେଉଁଥିପାଇଁ କମ୍ୟୁନିଟି ସପୋର୍ଟ ଷ୍ଟାଫ ମାନେ ଦରମା ପାଉନଥିଲେ । କିନ୍ତୁ ଲକ୍ଷପତି ଦିଦି ସହାୟିକା ଯୋଜନା ମାଧ୍ୟମରେ କମ୍ୟୁନିଟି ସପୋର୍ଟ ଷ୍ଟାଫ ମାନେ ଦରମା ପାଇବେ । ପାରିଶ୍ରମିକ ବାବଦ ଅର୍ଥ ବର୍ତ୍ତମାନ ପାଇଁ ସରକାର ବହନ କରିବେ ଏବଂ ଏଥିପାଇଁ GPLF ମାନଙ୍କୁ ଅନୁଦାନ ପ୍ରଦାନ କରିବେ । 62 ହାଜର 341 କମ୍ୟୁନିଟି ସପୋର୍ଟ ଷ୍ଟାଫ ଏହା ଦ୍ବାରା ଲାଭବାନ ହେବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନ କ୍ରମେ 2027 ସୁଦ୍ଧା ରାଜ୍ୟରେ 25 ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବାର ଲକ୍ଷ୍ୟ ରଖିଛନ୍ତି ବିଜେପି ସରକାର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Chief Minister announced the Lakhyapati Didi Aid Scheme | Argus News