ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ: ଲଗାଣ ବର୍ଷା ଜନିତ ବନ୍ୟାରେ ପ୍ରଭାବିତ ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆକାଶ ମାର୍ଗରୁ ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ କରିଛନ୍ତି ମୋହନ ମାଝୀ । ସାଙ୍ଗରେ ଥିଲେ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ଏବଂ ଏସଆରସି । ମାଲକାନଗିରି MV 3 ବିଏସଏଫ୍ କ୍ୟାମ୍ପରେ ଅବତରଣ କରିବା ପରେ ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ କରିଛନ୍ତି ସମୀକ୍ଷା ବୈଠକ। ଯେଉଁଥିରେ ବନ୍ୟା ସ୍ଥିତି, ମୁକାବିଲା ଏବଂ କ୍ଷତିପୂରଣ ସମ୍ପର୍କରେ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ କରିଛନ୍ତି ଆଲୋଚନା । ସବୁ ବିଭାଗକୁ ମାଗିଲେ କ୍ଷୟକ୍ଷତି ରିପୋର୍ଟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ସରକାର ସବୁ ପ୍ରକାର ସହାୟତା
ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ କହିଛନ୍ତି ମାଲକାନଗିରି ବନ୍ୟାର ମୁକାବିଲା ନେଇ ସବୁ ପ୍ରକାର ପ୍ରସ୍ତୁତି କରିଥିଲେ ରାଜ୍ୟ ସରକାର । 6ଟି ଓଡ୍ରାଫ୍ ଓ 5ଟି ଅଗ୍ନିଶମ ବାହିନୀ ମୁତୟନ ହୋଇଥିଲେ। ଫଳରେ କାହାରି ବି ପ୍ରାଣହାନି ହୋଇନାହିଁ। ବନ୍ୟାରେ 8,830 ହେକ୍ଟର ଜମି ଜଳମଗ୍ନ ହୋଇଥିଲା, ଯେଉଁଥିରେ ଫସଲ କ୍ଷତିଗ୍ରସ୍ତ ହୋଇଛି। ବହୁ ସ୍ଥାନରେ ରାସ୍ତା ଉପରେ ପାଣି ଚାଲିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। 576ଟି ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି। କ୍ଷତିଗ୍ରସ୍ତଙ୍କ ପାଇଁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି। କ୍ଷୟକ୍ଷତିର ଆକଳନ ପରେ ଦିଆଯିବ କ୍ଷତିପୂରଣ। ତେବେ ଆଗକୁ ଯେମିତି ଯୋଗାଯୋଗ ବିଚ୍ଛିନ୍ନ ହେବା ଭଳି ସ୍ଥିତି ନ ହେବ ସେ ଦିଗରେ ଆସନ୍ତା ଡିସେମ୍ବର 2025 ସୁଦ୍ଧା ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ।