Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମୁଖ୍ୟମନ୍ତ୍ରୀ ସରଳ ଆଦିବାସୀ ଲୋକ, ହୃଦୟରେ ଯାହା ଅଛି ତାହା କହନ୍ତି

Odisha

ମୁଖ୍ୟମନ୍ତ୍ରୀ ସରଳ ଆଦିବାସୀ ଲୋକ, ହୃଦୟରେ ଯାହା ଅଛି ତାହା କହନ୍ତି

Rashmita Mishra
Browse all articles by Rashmita Mishra
·1 year ago·1 min read
ମୁଖ୍ୟମନ୍ତ୍ରୀ ସରଳ ଆଦିବାସୀ ଲୋକ, ହୃଦୟରେ ଯାହା ଅଛି ତାହା କହନ୍ତି

Key Points

ଆଦିବାସୀ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନିତ କରୁଛନ୍ତି ବିଜେଡିର ଟ୍ରୋଲ୍ ବାହିନୀ
ବିଜେଡିକୁ କହିଲା ବିଜେଡି ବନ୍ଦ କର ଅପପ୍ରଚାର
ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅପପ୍ରଚାର ନ କରିବାକୁ କହିଲେ ବରିଷ୍ଠ ବିଜେଡି ବିଧାୟକ
ମୁଖ୍ୟମନ୍ତ୍ରୀ ସରଳ ଆଦିବାସୀ ଲୋକ, ହୃଦୟରେ ଯାହା ଅଛି ତାହା କହନ୍ତି

24 ବର୍ଷ ଧରି ଶାସନରେ ରହି ଗାଦିଚ୍ୟୁତ ହେବା ପରେ ଔଷଧ ବିକଳରେ ତାଟିଆ କାମୁଡୁଛି ବିଜେଡି। ବିଜେପି ସରକାର ହେବା ପରେ ମୁଖ୍ୟମନ୍ତ୍ରୀ ହୋଇଥିବା ଜଣେ ଆଦିବାସୀ ମୋହନ ମାଝୀଙ୍କୁ ଅସମ୍ମାନ କରିବାକୁ ପୁରା ଦମ୍ ଲଗାଇ ଦେଇଛି ବିଜେଡି। ଏଥିପାଇଁ ନିୟୋଜିତ କରିଛି ଟ୍ରୋଲ୍ ବ୍ରିଗେଡ୍। ଯେଉଁମାନେ ସୋସିଆଲ୍ ମିଡିଆରେ ରାତିଦିନ ମୁଖ୍ୟମନ୍ତ୍ରୀଙ୍କୁ କରୁଛନ୍ତି ଟ୍ରୋଲ୍। ମୁଖ୍ୟମନ୍ତ୍ରୀଙ୍କ ପାନିଆ ବ୍ୟବହାର କଥା ହେଉ ବା ଖାଦ୍ୟ ପ୍ରସଙ୍ଗରେ ହାଲୁକା କଥା, ବା ଆଦିବାସୀ ଝିଅଙ୍କ ବର୍ଣ୍ଣ ସମ୍ପର୍କିତ ବୟାନ। ଏ ସବୁକୁ ନେଇ ଅନେକ ଅରୁଚିକର ଲେଖା ପୋଷ୍ଟ କରୁଛନ୍ତି।


ଖୋଲାଯାଇଛି ମାଳ ମାଳ ସୋସିଆଲ୍ ମିଡିଆ ସାଇଟ୍ ଓ ଆଇଡି। ଯେମିତିକି ଶଙ୍ଖ ଓଡ଼ିଶା, ବିଜେଡି ଡିଜିଟାଲ୍ ୱିଙ୍ଗ, ନବୀନ ପାଣ୍ଡିଆନ,We Love BJD,BJD FOR EVER। ମୁଖ୍ୟମନ୍ତ୍ରୀଙ୍କୁ କଟୁ ସମାଲୋଚନା ଓ ଅସମ୍ମାନ କରିବା ପାଇଁ ଏ ସବୁକୁ କରାଯାଇଛି ମାଧ୍ୟମ। ଏବେ ବିଜେଡି ଟ୍ରୋଲ୍ ବାହିନୀକୁ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଅପପ୍ରଚାର ବନ୍ଦ କରିବାକୁ କହିଛନ୍ତି ଖୋଦ୍ ତାଙ୍କରି ଦଳର ବରିଷ୍ଠ ନେତା ପ୍ରସନ୍ନ। କହିଛନ୍ତି ମୁଖ୍ୟମନ୍ତ୍ରୀ ସରଳିଆ ଲୋକ, ତାଙ୍କ ବିରୋଧରେ ବନ୍ଦ କର ଅପପ୍ରଚାର।

ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ ବେଳେ ଆଜି ଏଭଳି ମନ୍ତବ୍ୟ ରଖିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ। ବିଜେଡିର ଟ୍ରୋଲ୍ ବ୍ରିଗେଡକୁ ବିଧାନସଭାରେ ଖୋଦ୍ ନିଜ ଦଳର ବରିଷ୍ଠ ନେତା ବିଧାନସଭାରେ ଟ୍ରୋଲ୍ କରିବା ପାଲଟିଛି ଚର୍ଚ୍ଚାର ପ୍ରସଙ୍ଗ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Chief Minister is a simple tribal person, he speaks what is in his heart. | Argus News