ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଯାଉଛି ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପ୍ରାକ୍ ବଜେଟ୍ ବୈଠକ
·1 year ago

ଅର୍ଗସ ବ୍ୟୁରୋ: ଆଜି ବସିବ ଗୁରୁତ୍ବପୂର୍ଣ୍ଣ ପ୍ରାକ୍ ବଜେଟ୍ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ହେବ ବିଚାରବିମର୍ଶ । ରାଜ୍ୟବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ହେବ ବଜେଟ୍ ପ୍ରସ୍ତୁତି । ବିକଶିତ ଓଡ଼ିଶା ଗଢ଼ିବା ପାଇଁ ହେବ ସହାୟକ । ଅର୍ଥନୀତି ବିଶାରଦଙ୍କ ସହ ସର୍ବଦଳୀୟ ନେତା ହେବେ ସାମିଲ । ବିଭିନ୍ନ ଦିଗକୁ ନେଇ ପରାମର୍ଶ ନେବେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ । ୧୩ ଫେବ୍ରୁଆରୀରୁ ବସିବାକୁ ଯାଉଛି ବଜେଟ୍ ଅଧିବେଶନ। ୧୭ ଫେବ୍ରୁଆରୀରେ ଗୃହରେ ୨୫-୨୬ର ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: