Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବାତ୍ୟା ମୁକାବିଲାର ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ

Odisha

ବାତ୍ୟା ମୁକାବିଲାର ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ

Rashmita Mishra
Browse all articles by Rashmita Mishra
·1 year ago·2 min read
ବାତ୍ୟା ମୁକାବିଲାର ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ: ଓଡ଼ିଶା ମୁହାଁ ବାତ୍ୟା ଦାନା। ପୁରୀ ଓ ସାଗର ଦ୍ବୀପ ମଝିରେ ହେବ ବ୍ୟାତ୍ୟାର ଲ୍ୟାଣ୍ଡଫଲ୍ । 24 ତାରିଖ ରାତି ଓ 25 ତାରିଖ ସକାଳେ ହୋଇପାରେ ଲ୍ୟାଣ୍ଡଫଲ୍ । ପବନର ବେଗ ସର୍ବାଧିକ 120 କିଲୋମିଟର ରହିବ। ଉପକୂଳରେ ପ୍ରବଳ, ଅତି ପ୍ରବଳ ଓ ଅତ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା। ୱେଲ୍ ମାର୍କ ଲୋ ପ୍ରେସରରେ ପରିଣତ ହେଲା ଲଘୁଚାପ। 23 ତାରିଖ ସୁଦ୍ଧା ଲଘୁଚାପ ଝାଡ଼ବାତ୍ୟାରେ ପରିଣତ ହେବ। ଓଡ଼ିଶା ଉପକୂଳରେ ମାଡ଼ ହୋଇପାରେ ଭୀଷଣ ଝଡ଼ ବାତ୍ୟା। 23ରେ ବାଲେଶ୍ବର, ଭଦ୍ରକ, ଯାଜପୁର କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀରେ ପ୍ରବଳ ବର୍ଷା। 23ରେ 30ରୁ 40 କିମି ବେଗରେ ବହିପାରେ ପବନ। 24 ତାରିଖ ପାଇଁ 7ଟି ଜିଲ୍ଲାକୁ ରେଡ୍ ଆଲର୍ଟ। 24 ତାରିଖରେ 7ଟି ଜିଲ୍ଲାରେ ହୋଇପାରେ ଅତି ପ୍ରବଳ ବର୍ଷା । ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ପାଇଁ ରେଡ୍ ଆଲର୍ଟ। 24ରେ 7ଟି ଜିଲ୍ଲାରେ ହୋଇପାରେ ପ୍ରବଳରୁ ଅତି ପ୍ରବଳ ବର୍ଷା। ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝରରେ ହୋଇପାରେ ପ୍ରବଳ ବର୍ଷା। 25ରେ 4ଟି ଜିଲ୍ଲାକୁ ବର୍ଷା ପାଇଁ ରେଡ୍ ଆଲର୍ଟ । 25ରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। 

ସେପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା।  ବାତ୍ୟା ମୁକାବିଲାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ...ଲୋକସେବା ଭବନରେ ସମୀକ୍ଷା ବୈଠକରେ ଉପସ୍ଥିତ ଅଛନ୍ତି ରାଜସ୍ବ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ SRC ଓ ବହୁ ବରିଷ୍ଠ ଅଧିକାରୀ। 

ସେପଟେ ଅର୍ଗସକୁ ଆଇଏମଡି ଡିଜିଙ୍କ ବାତ୍ୟା ନେଇ ବଡ଼ ସୂଚନା...ପୁରୀ ଓ ସାଗର ଦ୍ବୀପ ମଝିରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା….24 ତାରିଖ ରାତି ଓ 25 ତାରିଖ ସକାଳ ମଧ୍ୟରେ ଉପକୂଳ ଅତିକ୍ରମ କରିବ….100ରୁ 120 କିମି ବେଗରେ ବହିପାରେ ପବନ…. ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଜିଲ୍ଲାରେ ଜୁଆର ଆସିବାର ସମ୍ଭାବନା ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
The chief minister is reviewing the storm response | Argus News