Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜ୍ୟରେ 1542ଟି ବହୁମୁଖୀ ପ୍ରାଥମିକ କୃଷି ସମବାୟ ସମିତିର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Ritu Das
Browse all articles by Ritu Das
·1 year ago·1 min read
ରାଜ୍ୟରେ 1542ଟି ବହୁମୁଖୀ ପ୍ରାଥମିକ କୃଷି ସମବାୟ ସମିତିର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ 15 ଶହ 42ଟି ବହୁମୁଖୀ ପ୍ରାଥମିକ କୃଷି ସମବାୟ ସମିତିର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ଏଥିପାଇଁ ଆୟୋଜିତ ହୋଇଥିଲା କାର୍ଯ୍ୟକ୍ରମ। ରାଜ୍ୟରେ ମୋଟ 2 ହଜାର 7 ଶହ 11ଟି ପ୍ୟାକ୍ସ ଥିବା ବେଳେ, ରାଜ୍ୟ ସରକାର ଆଉ 15 ଶହ 42ଟି ନୂଆ ବହୁମୁଖୀ ପ୍ୟାକ୍ସ ଗଠନ କରିଛନ୍ତି । ଏବେ ରାଜ୍ୟର ମୋଟ ପ୍ୟାକ୍ସ ସଂଖ୍ୟା 4 ହଜାର 2 ଶହ 53ରେ ପହଞ୍ଚିଛି ।


ମୁଖ୍ୟମନ୍ତ୍ରୀ କହିଛନ୍ତି ସମବାୟ ଆନ୍ଦୋଳନ ଲୋକାଭିମୁଖୀ କରିବାକୁ କେନ୍ଦ୍ର ସରକାରଙ୍କ ସମବାୟ ବିଭାଗ ଆନୁକୂଲ୍ୟରେ ୫୪ଟି କାର୍ଯ୍ୟକ୍ରମ ହାତକୁ ନିଆ ଯାଇଛି। ପାକ୍ସ ଓ ଲ୍ୟାମ୍ପସ ଗୁଡିକୁ ବହୁମୁଖୀ କରିବାକୁ ମଡେଲ ବାଇ-ଲ ପ୍ରଚଳନ, କମ୍ପ୍ୟୁଟରିକରଣ ମାଧ୍ୟମରେ PACS ଗୁଡିକୁ ସ୍ବଚ୍ଛ ଓ ମଜଭୁତ କରିବା, ସାର ଓ ବିହନ ଯୋଗାଣ, ଜନ ଔଷଧୀ କେନ୍ଦ୍ର ଓ କମନ୍ ସର୍ଭିସ ସେଣ୍ଟର ସ୍ଥାପନ, କୃଷି ସେବା କେନ୍ଦ୍ର ସ୍ଥାପନ ଆଦି ପଦକ୍ଷେପ ନିଆଯିବ। ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୭୭ଟି ପ୍ୟାକ୍ସକୁ ମଡେଲ୍ ପ୍ୟାକ୍ସ ଭାବରେ ବିକଶିତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ମଡେଲ ପ୍ୟାକ୍ସ ଗୁଡିକ ଗୋଟିଏ ଗୋଟିଏ One-Stop Shop ଭଳି କାର୍ଯ୍ୟ କରିବ, ଅର୍ଥାତ ଗୋଟିଏ ଛାତ ତଳେ କୃଷି ସମ୍ବନ୍ଧୀୟ ସବୁ ପ୍ରକାର ସୁବିଧା ମିଳିବ। ଏଥିସହ ଭୁବନେଶ୍ୱର ସମବାୟ ବ୍ୟାଙ୍କର ଜମାକାରୀଙ୍କୁ ରାଜ୍ୟ ସରକାର ଜମା ରାଶି ଫେରସ୍ତ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored