ଅଖିମୁଠି ଅନୁକୂଳ କରି ବିଲରେ ହଳଲଙ୍ଗଳ ବୁଲାଇଲେ ମୁଖ୍ୟମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଖିମୁଠି ଅନୁକୂଳ ହୋଇଛି । ସେହିପରି ରାଜଧାନୀର ଓୟୁଏଟି ଫାର୍ମରେ ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପ-ମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କେଭି ସିଂ ଦେଓ ଏଠାରେ ମୁଖ୍ୟମନ୍ତ୍ରୀ ଜମିରେ ବିହନ ବୁଣିବା ସହ ହଳଲଙ୍ଗଳ ଧରି ହଳ ମଧ୍ୟ କରିଛନ୍ତି । ସେପଟେ ଭଦ୍ରକ ରାଣୀତେଲ କୃଷି ବିଜ୍ଞାନ କେନ୍ଦ୍ରଠାରେ କ୍ଷେତରେ ହଳ ଲଙ୍ଗଳ ଧରି ବିହନ ବୁଣି ଚାଷ କାର୍ଯ୍ୟ ଆରମ୍ଭ କରିଛନ୍ତି ଉଚ୍ଚ ଶିକ୍ଷା ତଥା ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ
ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ୍ସ ରେ ଟ୍ବିଟ୍ କରି ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ପୋଷ୍ଟରେ ସେ ଲେଖିଛନ୍ତି, ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି । କୃଷି ଓ କୃଷକଙ୍କ ପାଇଁ ଅକ୍ଷୟ ତୃତୀୟା ପର୍ବ ସ୍ୱତନ୍ତ୍ର । ମହାପ୍ରଭୁଙ୍କ ଆଶୀର୍ବାଦରୁ ଆଜିର ଅକ୍ଷିମୁଠି ଅନୁକୂଳ ଶୁଭ ହେଉ । ଚଳିତ ବର୍ଷ ଭଲ ଫସଲ ଅମଳରେ ଚାଷୀ ଭାଇ, ଭଉଣୀଙ୍କ ଅମାର ପରିପୂର୍ଣ୍ଣ ହେଉ । ଏହି ପବିତ୍ର ଅବସରରେ ରାଜ୍ୟର ସମୃଦ୍ଧି ସହ ସମସ୍ତଙ୍କ ମଙ୍ଗଳମୟ ଜୀବନ କାମନା କରୁଛି ।
ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। କୃଷି ଓ କୃଷକଙ୍କ ପାଇଁ ଅକ୍ଷୟ ତୃତୀୟା ପର୍ବ ସ୍ୱତନ୍ତ୍ର। ମହାପ୍ରଭୁଙ୍କ ଆଶୀର୍ବାଦରୁ ଆଜିର ଅକ୍ଷିମୁଠି ଅନୁକୂଳ ଶୁଭ ହେଉ। ଚଳିତ ବର୍ଷ ଭଲ ଫସଲ ଅମଳରେ ଚାଷୀ ଭାଇ, ଭଉଣୀଙ୍କ ଅମାର ପରିପୂର୍ଣ୍ଣ ହେଉ। ଏହି ପବିତ୍ର ଅବସରରେ ରାଜ୍ୟର ସମୃଦ୍ଧି ସହ… pic.twitter.com/AUSlBpwqqF
— Mohan Charan Majhi (@MohanMOdisha) April 30, 2025
📱 Get Argus News App
✨ତେବେ ରାଜଧାନୀର ଓୟୁଏଟି ଫାର୍ମରେ ଅଖିମୁଠି ଅନୁକୂଳ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ଏକାମ୍ର ବିଧାୟକ ବାବୁ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।
ଅନ୍ୟପଟେ, ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପତି ବ୍ରହ୍ମପୁର ଗୋଳନ୍ଥରା ଗ୍ରାମର କୃଷି ବିଜ୍ଞାନ କେନ୍ଦ୍ରରେ ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା କୃଷକ କାର୍ଯ୍ୟକ୍ରମରେ ଯୋଗ ଦେଇ ଅଖିମୁଠି ଅନୁକୂଳ କରିଛନ୍ତି । ରାଜ୍ୟପାଳ ସେଠାରେ ଏକ ଚାଷୀ ପରି ଜମିରେ ହଳଲଙ୍ଗଳ ଧରି ହଳ କରିଥିଲେ । ଏହି ଅବସରରେ ଇସ୍ପାତ, ଖଣି, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ମଧ୍ୟ ଉପସ୍ଥିତ ଥିଲେ ।