Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Cyclone Montha / କଣ୍ଟ୍ରୋଲ ରୁମ୍‌ରେ ବସି ବାତ୍ୟାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·1 min read
କଣ୍ଟ୍ରୋଲ ରୁମ୍‌ରେ ବସି ବାତ୍ୟାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

Key Points

ବିଭାଗୀୟ ପ୍ରସ୍ତୁତି ଓ ସ୍ଥାନାନ୍ତରଣ ଠିକ୍‌ ସମୟରେ ହୋଇଛି ।
୨ ହଜାର ୧୦୦ ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇଛି ।
ଆବଶ୍ୟକ ପଡ଼ିଲେ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯିବ ।

‘ମୋନ୍ଥା’ ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରେସମିଟ୍ । କହିଲେ '୮ ଟି ଜିଲ୍ଲାର ଜିଲ୍ଲାପାଳ ଓ RDCଙ୍କ ଆଲୋଚନା ହୋଇଛି । ଗ୍ରାଉଣ୍ଡ ଜିରୋ ସ୍ଥିତି ନେଇ ବିସ୍ତୃତ ଆଲୋଚନା ହେଲା । ଯେତିକି ପ୍ରଭାବିତ ହେବା ଆଶଙ୍କା ଥିଲା ସେତିକି ହୋଇନାହିଁ । ମାଲକାନଗିରି, ଗଜପତିରେ କିଛି ଜାଗାରେ ପଥର, ଗଛ ପଡ଼ିଛି । ବଡ଼ ଧରଣର କୌଣସି ଅଘଟଣ ବା କ୍ଷୟକ୍ଷତି ଘଟିନାହିଁ । ବିଭାଗୀୟ ପ୍ରସ୍ତୁତି ଓ ସ୍ଥାନାନ୍ତରଣ ଠିକ୍‌ ସମୟରେ ହୋଇଛି । ୨ ହଜାର ୧୦୦ ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇଛି । ଆବଶ୍ୟକ ପଡ଼ିଲେ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯିବ ।'

Image
ଅନ୍ୟପଟେ ବାତ୍ୟା ମୋନ୍ଥାକୁ ନେଇ ମଧ୍ୟ ନୂଆ ସୂଚନା ଦେଇଛି ପାଣିପାଗ ବିଭାଗ । କୁହାଯାଇଛି ବାତ୍ୟା ଫରିବା ପରେ ବି ଏହାର ପ୍ରଭାବ ଦେଖିବାକୁ ମିଳିବ । ଏହି କ୍ରମରେ ବୁଧବାର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ପବନ ହେବାର ମଧ୍ୟ ସମ୍ଭାବନା ରହିଛି । ଏହି ବର୍ଷା ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଏମିତି ଲାଗି ରହିବ ବୋଲି କୁହାଯାଉଛି । ତେବେ ସ୍ପଷ୍ଟ ଆକଳନ, ସଠିକ୍ ଅନୁମାନ। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଏବେ ବାତ୍ୟା ମୋନ୍ଥା କାକିନାଡ଼ାରେ ଲ୍ୟାଣ୍ଡଫଲ୍ କରିଛି ।

Image
ଏହାକୁ ଦୃଷ୍ଟିରେ ରଖି ପୂବର୍ବରୁ ବାତ୍ୟା ମୋନ୍ଥା ପାଇଁ ଉପକୂଳରେ ହାଇ ଆଲର୍ଟ ଜାରି କରାଯାଇଛି । ଗୋପାଳପୁରରୁ ଚିଲିକା, ପୁରୀରୁ ଅସ୍ତରଙ୍ଗ, ପାରାଦୀପରୁ ଭଦ୍ରକ ସବୁଠି ଦେଖିବାକୁ ମିଳୁଛି ସମୁଦ୍ରର କରାଳ ରୂପ ଦେଖିବାକୁ ମିଳିଛି ।

Image

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Cyclone Montha | The Chief Minister reviewed the situation from the control room. | Argus News