Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

`ଯୋଗ୍ୟ ଚାଷୀଙ୍କୁ ସହାୟତା ରାଶି ପାଇବାରୁ ବଞ୍ଚିତ ରଖିଥିଲେ ପୂର୍ବ ସରକାର': ମୁଖ୍ୟମନ୍ତ୍ରୀ

Rashmita Mishra
Browse all articles by Rashmita Mishra
·1 year ago·2 min read
`ଯୋଗ୍ୟ ଚାଷୀଙ୍କୁ ସହାୟତା ରାଶି ପାଇବାରୁ ବଞ୍ଚିତ ରଖିଥିଲେ ପୂର୍ବ ସରକାର': ମୁଖ୍ୟମନ୍ତ୍ରୀ

ଚାଷୀଙ୍କ ଆକାଉଣ୍ଟକୁ ଗଲା ସିଏମ୍‌ କିଷାନ ଟଙ୍କା ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ। ଗୋଟିଏ କ୍ଲିକରେ ୫୦ ଲକ୍ଷରୁ ଉର୍ଦ୍ଧ୍ବ ଚାଷୀଙ୍କୁ ୧ ହଜାର ୨୫ କୋଟି ଟଙ୍କା ବଣ୍ଟନ କରାଗଲା । ଚାଷୀ ଆୟ ଓ ଜଳସେଚନକୁ ନେଇ ପୂର୍ବ ସରକାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ କହିଲେ, ଅନେକ ଯୋଗ୍ୟ ଚାଷୀଙ୍କୁ ସହାୟତା ରାଶି ଦେବାରୁ ବଞ୍ଚିତ ରଖିଥିଲେ ବିଜେଡି ସରକାର ।

ଚାଷୀ ଆୟ ଓ ଜଳସେଚନକୁ ନେଇ ପୂର୍ବ ବିଜେଡି ସରକାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ । କହିଲେ, ଅନେକ ଯୋଗ୍ୟ ଚାଷୀଙ୍କୁ ସହାୟତା ରାଶି ପାଇବାରୁ ବଞ୍ଚିତ ରଖିଥିଲେ ପୂର୍ବ ସରକାର। ଗତ ବର୍ଷ 46 ଲକ୍ଷ ଚାଷୀଙ୍କୁ ସିଏମ କିଷାନ ସହାୟତା ମିଳିଥିଲା ।

ତେବେ ଏଥର ବଞ୍ଚିତ ହେଉଥିବା ଆହୁରି ୫ ଲକ୍ଷ ଚାଷୀଙ୍କୁ ଯୋଜନାରେ ସାମିଲ କରାଯାଇ ସହାୟତା ରାଶି ଦିଆଗଲା । ଏଥର ସହରାଞ୍ଚଳ ଚାଷୀଙ୍କୁ ମଧ୍ୟ ସିଏମ୍ କିଷାନ ଯୋଜନାରେ ସାମିଲ କରାଯାଇଛି । ଚାଷୀଙ୍କ ଆୟ ଦୁଇ ଗୁଣିତ କରିବା ଦିଗରେ ଓଡ଼ିଶା ପଛରେ ଅଛି । ଅନ୍ୟ ରାଜ୍ୟ ତୁଳନାରେ ତଳ ଆଡୁ ଦ୍ଵିତୀୟ ସ୍ଥାନରେ ଅଛି ଓଡ଼ିଶା ।

ସେହିପରି ଜଳସେଚନ ନେଇ ମଧ୍ୟ ପୂର୍ବ ସରକାରଙ୍କ ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୨୫ ବର୍ଷ ଧରି କେବଳ ସ୍ଲୋଗାନ ଚାଲୁଥିଲା । କାମ କମ୍ ପ୍ରଚାର ବେଶୀ ଥିଲା । ପୂର୍ବ ସରକାର ଜମିକୁ ଜଳ, ଠିକାଦାରଙ୍କୁ ବଳ ନୀତିରେ ଚାଲିଥିଲା ଜଳ ସମ୍ପଦ ବିଭାଗ । ରାଧେ ରାଧେ ତୁମର ଅଧେକୁ ଆମର ଅଧେ ନୀତି ଚାଲିଥିଲା ।

ପୂର୍ବ ସରକାର କହିଥିଲେ ୩୫ ପ୍ରତିଶତ ଜଳସେଚନ କରିବେ। ୧୦ ଲକ୍ଷ ହେକ୍ଟର ହିସାବରେ ୫ ବର୍ଷରେ ୫୦ ଲକ୍ଷ ହେକ୍ଟର ଜମି ଜଳସେଚନ ହେବା କଥା । କିନ୍ତୁ ମାତ୍ର ୧୭ ଲକ୍ଷ ହେକ୍ଟର ଜଳସେଚନ ହୋଇଛି। ଆଉ ଏହା ମଧ୍ୟ କେବଳ କାଗଜ କଲମରେ ହୋଇଥିଲା । ଏହା ସହ ୩୫ ପ୍ରତିଶତ ଜଳସେଚନ ମଧ୍ୟ ସବୁ ଜାଗାରେ ହୋଇନାହିଁ । କେଉଁଠି ୧୫ ପ୍ରତିଶତ ତ ପୁଣି କେଉଁଠି ୧୭ ପ୍ରତିଶତ ହୋଇଛି । ମୋ ନିଜ ନିର୍ବାଚନ ମଣ୍ଡଳୀରେ ମାତ୍ର ୧୯ ପ୍ରତିଶତ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-chief-minister-said-that-the-previous-government-had-deprived-deserving-farmers-of-assistance | Argus News