Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ଏଥର ହେବ ଛାତ୍ର ସଂସଦ ନିର୍ବାଚନ

Odisha

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ଏଥର ହେବ ଛାତ୍ର ସଂସଦ ନିର୍ବାଚନ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ଏଥର ହେବ ଛାତ୍ର ସଂସଦ ନିର୍ବାଚନ

 ଅର୍ଗସ ବ୍ୟୁରୋ : ଛାତ୍ର ସଂସଦ ନିର୍ବାଚନ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଆମେ ଛାତ୍ର ସଂସଦ ନିର୍ବାଚନ କରିବୁ କହିଲେ ମୁଖ୍ୟମନ୍ତ୍ରୀ । କଟକରେ ABVP ଛାତ୍ର ସଂଗଠନର ବାର୍ଷିକ ଅଧିବେଶନରେ କହିଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବ ସରକାର ଛାତ୍ର ନେତୃତ୍ଵକୁ ଡରି ନିର୍ବାଚନ କରୁନଥିଲେ । ପୂର୍ବ ସରକାର ହୀନ ଚକ୍ରାନ୍ତ କରି ଏହି ନିର୍ବାଚନକୁ ବନ୍ଦ କରିଥିଲେ । ଏଣିକି ଛାତ୍ର ସଂସଦ ନିର୍ବାଚନ ଆଉ ବନ୍ଦ ହେବନି କହିଛନ୍ତି ମୁଖ୍ୟମନ୍ତ୍ରୀ । ଛାତ୍ର ସଂଗଠନ ABVPର 49ତମ ରାଜ୍ୟ ଅଧିବେଶନରେ ମୁଖ୍ୟମନ୍ତ୍ରୀ ଏପରି ଘୋଷଣା କରିଛନ୍ତି।


ସେ ଆହୁରି ମଧ୍ୟ କହିଛନ୍ତି, ୨୦୩୬ ସୁଦ୍ଧା ଗଠନ ହେବ ସମୃଦ୍ଧ ବିକଶିତ ଓଡ଼ିଶା । ଆମ ସରକାର ସମୃଦ୍ଧ ବିକଶିତ ଓଡ଼ିଶା ପାଇଁ ପ୍ରତିଶ୍ରୁତିବଦ୍ଧ। ନୂଆ ସରକାର ନେତୃତ୍ବରେ ଓଡ଼ିଶାରେ ବିକାଶ ଧାରା ଆରମ୍ଭ ହୋଇଛି । ଏହା ସହ ଅର୍ଥନୀତି କ୍ଷେତ୍ରରେ ମଧ୍ୟ ଦେଶର ପ୍ରଥମ ୫ଟି ପ୍ରମୁଖ ରାଜ୍ୟ ମଧ୍ୟରେ ଓଡ଼ିଶା ରହିବ ସେଥିପାଇଁ ଆମେ ମଧ୍ୟ ପ୍ରତିଶ୍ରୁତିବଦ୍ଧ । କଟକରେ ବିକଶିତ ଓଡ଼ିଶା ପାଇଁ ଛାତ୍ରମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ । ତେବେ ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ୧୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Chief Minister's big announcement, this time there will be student election in college | Argus News