Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୁର୍ଗମ ଅଞ୍ଚଳରେ ଶିଶୁଙ୍କ ଭାଗ୍ୟ

Manini Pattanayak
Browse all articles by Manini Pattanayak
·2 years ago·2 min read
ଦୁର୍ଗମ ଅଞ୍ଚଳରେ ଶିଶୁଙ୍କ ଭାଗ୍ୟ

 ମୟୂରଭଞ୍ଜ: ବାରଣ୍ଡାରେ ଚାଲିଛି  ଶିଶୁଙ୍କ ପାଠପଢ଼ା।  ବାରଣ୍ଡା ପୁଣି  ଏନ୍ୟ ଜଣଙ୍କ ଘରର। ଯେଉଁଠି ବର୍ଷା, ଖରାରେ ପଢୁଛନ୍ତି  ଶିଶୁ।   ସେଠାରେ  ପିଲାମାନଙ୍କୁ ବସିବାରେ ମଧ୍ୟ ସମସ୍ୟା ଉପୁଜୁଛି। କାରଣ ସ୍ଥାନ ବହୁତ କମ ଥିବାରୁ ଭଲରେ ବସି ମଧ୍ୟ  ପାଠପଢିପାରୁନାହାନ୍ତି।  ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ  ଭାଲିଆଡାଳ ପଞ୍ଚାୟତ ଅନ୍ତର୍ଗତ କରଞ୍ଜଗାଡା ଗ୍ରାମ ରେ।  ଅତି ଦୟନୀୟ ଅବସ୍ଥାରେ ଶିଶୁ ମାନଙ୍କ ଭବିଷ୍ୟତ ଗଢ଼ାହେଉଛି ଦୁର୍ଗମ ଜଙ୍ଗଲ ଭରା ଗ୍ରାମରେ, ତାହାର ବାସ୍ତବ ଚିତ୍ର ଦେଖିବା ଆପଣଙ୍କ ସାମ୍ନାରେ।  ଏହି ଗ୍ରାମରେ ଆଦିବାସୀ ସମ୍ପ୍ରଦାୟ ର ଲୋକେ ବସବାସ କରନ୍ତି। ଗ୍ରାମରେ ଶିଶୁ ମାନଙ୍କ ଭବିଷ୍ୟତ ଗଢିବା ପାଇଁ ସରକାର  ଦୁର୍ଗମ ଅଂଚଳରେ ଗଠନ କରିଥିଲେ ଅଙ୍ଗନୱାର୍ଡି।  କିନ୍ତୁ ରାଜ୍ୟ ସରକାରଙ୍କ ଅଙ୍ଗନବାଡି ଗଠନ ଗଠନ ରେ ହିଁ ରହିଯାିଛି। ଆଉ ଅନ୍ଧାରରେ କୋମଳମତି ଶିଶୁଙ୍କ ଭବିଷ୍ୟତ।

 ରାଜ୍ୟ ସରକାର ଶିଶୁଙ୍କ ବଭିଷ୍ୟତକୁ ଅନ୍ଧାରକୁ ଠେଲି ଦେଉଛନ୍ତି।  ଆଦିବାସୀ ଶିଶୁ ମାନଙ୍କ ଭବିଷ୍ୟତ ଗଢିବା ପାଇଁ ସରକାରଙ୍କ ଆନ୍ତରିକତା ଅଭାବ।  ଦୀର୍ଘ ବର୍ଷ ହେବ ଏହି ଅଙ୍ଗନୱାର୍ଡି ଟି ପ୍ରଶାସନ ର ଆଢୁଆଳରେ ରହିଯାଇଛି ।। ଅଙ୍ଗନୱାର୍ଡି କେନ୍ଦ୍ରଟି,୨୦୧୦ ମସିହାରେ ଆରମ୍ଭ ହୋଇଥିଲା ।  କିନ୍ତୁ 13 ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯନ୍ତ  ଅଙ୍ଗନୱାର୍ଡି ଟିଏ ନିର୍ମାଣ ହୋଇପାରିଲା ନାହିଁ। , ଅଙ୍ଗନୱାର୍ଡି କର୍ମୀ  ଏବଂ ସହାୟିକା  ଗ୍ରାମ ରେ ଏକ ବାରଣ୍ଡାରେ ପିଲାମାନଙ୍କୁ ପାଠ ପଢାଉଛନ୍ତି।  ପିଲାମାନଙ୍କୁ ନାଚ ଗୀତ ମଧ୍ୟ୍ୟ ଶିଖାଉଛନ୍ତି । ଯେଉଉ ଦିନ ଝଡ଼ ବର୍ଷା ହୁଏ ସେଦିନ ପାଠ ପଢ଼ା  ଠପ୍ ହୋଇ ଯାଏ। ଏସବୁ ର ଅବସ୍ଥା କୁ ଦେଖି ଅଙ୍ଗନୱାର୍ଡି ଦିଦି ବାରମ୍ବାର ସିଡିପିଓ ଙ୍କୁ, ବିଡ଼ିଓ ଙ୍କୁ ଜଣାଇବା ପରେ ମଧ୍ୟ୍ୟ କିଛି କାର୍ଯ୍ୟନୁଷ୍ଠାନ ନିୟାଯାଉନି। ସେହିପରି ଠାକୁରମୁଣ୍ଡା ବ୍ଲକ ରେ ଅନେକ ଜାଗାରେ ଅଙ୍ଗନୱାର୍ଡି  ସେଣ୍ଟର ନିର୍ମାଣ ହୋଇନାହିଁ। ସରକାର ସେଥିପ୍ରତି ଦୃଷ୍ଟି ଦେଇ ଘରଗୁଡିକୁ ଶିଘ୍ର ତିଆରି କରନ୍ତେ ତାହେଲେ ଶିଶୁ ମାନେ ଭଲରେ ପାଠ ପଢିପାରନ୍ତେ।
ଅଧିକ ଦେଖନ୍ତୁ :

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The children's future is being built in the most miserable conditions in remote forested villages | Argus News