ଗେରୁଆ ପତାକାରେ ଝଲସୁଛି ସୋର ସହର

Key Points
ଝଲସୁଛି ବାଲେଶ୍ବର ସୋର ସହର
ଶ୍ରୀରାମ ନବମୀ ପାଳନ ପାଇଁ ହୋଇଛି ଭବ୍ୟ ଆୟୋଜନ
ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବାଲେଶ୍ବର ପୋଲିସ ସଜାଗ
ବିଭିନ୍ନ ସମ୍ବେଦନଶିଳ ସ୍ଥାନରେ ଏସପିଙ୍କ ପ୍ଲାଗ୍ ମାର୍ଚ୍ଚ
ଝଲସୁଛି ଗେରୁଆ ପତାକାରେ ସୋର ସହର l ଉତ୍ତରେଶ୍ଵର ଛକ ଠାରୁ ଆରମ୍ଭ କରି ଅନନ୍ତପୁର ଛକ ସୁସଜ୍ଜିତ । ଏପ୍ରିଲ ୬ ତାରିଖରେ ହେବାକୁ ଥିବା ଶ୍ରୀରାମ ନବମୀକୁ ଭବ୍ୟ ଭାବରେ ପାଳନ କରିବାକୁ ବିଭିନ୍ନ ସଂଗଠନ ସହିତ ଶ୍ରୀରାମ ସେନା ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି l ସୋର ଶ୍ରୀରାମ ସେନା ପକ୍ଷରୁ ରାମ ନବମୀ ଉତ୍ସବ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀରାମ ସେନା ସୋରର ସଭାପତି ବିଷ୍ଣୁ ମୋହନ ପଣ୍ଡା,ସମ୍ପାଦକ ମନୀଷ ଗୁପ୍ତା ଉପସ୍ଥିତ ରହି ସମ୍ପୂର୍ଣ କାର୍ଯ୍ୟ ବିବରଣୀ ଜଣାଇଛନ୍ତି l ହିନ୍ଦୁ ନବବର୍ଷ ଅବସର ରେ ସୋର ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଆସନ୍ତା ୬ ତାରିଖରେ ସୋର ଗୋପୀନାଥପୁରରୁ ରାଇପୁର ହନୁମାନ ମନ୍ଦିର ପର୍ଯ୍ୟନ୍ତ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହେବ।
ଶ୍ରୀରାମ ନବମୀରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସୋର ପୋଲିସ ପକ୍ଷରୁ ସୋର ସହର ର ବିଭିନ୍ନ ସମ୍ବେଦନ ଶିଳ ସ୍ଥାନରେ ପ୍ଲାଗ ମାର୍ଚ୍ଚ କରାଯାଇଛି । ବାଲେଶ୍ୱର ଏସ୍ପି ରାଜ ପ୍ରସାଦ ସୋର ଥାନା ପରିସରରେ ପୋଲିସ ଅଧିକାରୀ ମାନଙ୍କୁ ନେଇ ବୈଠକ କରିଛନ୍ତି । ସଦର ଏସଡିପିଓଙ୍କ ସହ ସୋର ଥାନା ଅଧିକାରୀ ଏବଂ ଅନ୍ୟ ପୋଲିସ ଅଧିକାରୀ ଆଲୋଚନା ହୋଇଛି l ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପକ୍ଷରୁ ସଜାଗ ଥିବା ବାଲେଶ୍ୱର ଏସପି ସୂଚନା ଦେଇଛନ୍ତି । ସୋରରେ ଶ୍ରୀରାମ ନବମୀ ବେସ ଧୁମ ଧାମ ରେ ପାଳନ କରିବାକୁ ସମସ୍ତେ ବେସ ଉତ୍ସାହ ଏବଂ ଉଦିପନା ସହ ଅପେକ୍ଷା କରିଛନ୍ତି ।