Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କୋଡ୍ ୱାର୍ଡ ଥିଲା ଭୋଗ: ଭୋଗ କହିଲେ, ଦୋକାନୀ ବଢାଇ ଦେଉଥିଲେ ଗଞ୍ଜେଇ ପ୍ୟାକେଟ୍

Rashmita Mishra
Browse all articles by Rashmita Mishra
·1 year ago·1 min read
କୋଡ୍ ୱାର୍ଡ ଥିଲା ଭୋଗ: ଭୋଗ କହିଲେ, ଦୋକାନୀ ବଢାଇ ଦେଉଥିଲେ ଗଞ୍ଜେଇ ପ୍ୟାକେଟ୍

Key Points

କୋଡ୍ ୱାର୍ଡ ଭୋଗ
ଗୋଟିଏ ପ୍ୟାକେଟକୁ ୩୦ ଟଙ୍କା
ରାଜଧାନୀରେ ଖୁଲମ ଖୁଲା ଗଞ୍ଜେଇ ବେପାର
ଏକାଧିକ ସ୍ଥାନରେ କମିଶନରେଟ ପୋଲିସ ଓ ଏସଟିଏଫର ରେଡ୍
ଦୋକାନ ସିଲ୍ ସହ ଦୋକାନୀଙ୍କୁ ଉଠାଇ ନେଲା ପୋଲିସ

କେଉଁଠି ମସଲା ଦୋକାନରେ ଆଉ କେଉଁଠି ଚାହା ଦୋକାନ । ଖୁଲମ ଖୁଲା ଚାଲିଛି ଗଞ୍ଜେଇ ବେପାର । କେଉଁଠି ସିଗାରେଟ୍ ଭିତରେ ମିଳୁଛି ତ ଆଉ କେଉଁଠି ଛୋଟ ପଲିଥିନ ପ୍ୟାକେଟରେ । ନଜର ପକାନ୍ତୁ ୟୁନିଟ-୪ ଏହି ମସଲା ଦୋକାନ ଉପରେ । ବାହାରେ ମସଲା ହୋଡିଂ ଭିତରେ ଗଞ୍ଜେଇ ବିକ୍ରି । ଆଉ ଆଜି ଦୋକାନ ସିଲ୍ କରି ଦୋକାନୀକୁ ଉଠେଇ ନେଇଛି ପୋଲିସ । ସେହିପରି ୯ ନମ୍ବର ଖଟିରେ କଲେଜ ଛାତ୍ରଙ୍କ ଗଞ୍ଜେଇ ଆସର ଜମିଥିବା ବେଳେ ଅଚାନକ ରେଡ୍ କରିଛି ପୋଲିସ ।

ବେଆଇନ ନିଶା କାରବାର ବିରୋଧରେ ଆଜି ଭୁବନେଶ୍ୱରର ଏକାଧିକ ସ୍ଥାନରେ ରେଡ୍ କରିଥିଲା ସ୍ପେଶାଲ କ୍ରାଇମ ୟୁନିଟ ଓ STFର ମିଳିତ ଟିମ୍ । ବିଶେଷ କରି ରେଳ ଷ୍ଟେସନ ନିକଟରେ ଥିବା ପାନ ଦୋକାନ ନିକଟରୁ ବିପୁଳ ଗଞ୍ଜେଇ ଜବତ କରାଯାଇଛି । କୋଡ୍ ୱାଡ ଥିଲା ଭୋଗ । ମାନେ ଆପଣ ଭୋଗ କହିଲେ ଦୋକାନୀ ଆପଣଙ୍କୁ ବଢାଇ ଦେବେ ଗଞ୍ଜେଇର ପ୍ୟାକେଟ୍ । ଆଉ ଗୋଟିଏ ପ୍ୟାକେଟକୁ ନେଉଥିଲେ ୩୦ ଟଙ୍କା । ଗଞ୍ଜେଇ ବିକ୍ରି କରୁଥିବା ୫ରୁ ଅଧିକ ଲୋକଙ୍କୁ ଅଟକ ରଖିଛି ପୋଲିସ ।

ରାଜଧାନୀରେ ବଢ଼ିବାରେ ଲାଗିଛି ବ୍ରାଉନ ସୁଗାର ଓ ଗଞ୍ଜେଇ କାରବାର । ପୋଲିସର ଏଭଳି ରେଡ୍ ବେଆଇନ କାରବାରକୁ ସମ୍ପୂର୍ଣ୍ଣ ବନ୍ଦ କରି ପାରୁଛି କି ନାହିଁ ତା ଉପରେ ନଜର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-code-word-was-vog-vog-was-used-and-the-shopkeeper-was-distributing-packets-of-ganjei | Argus News