Odisha Budget / ଏଥର ବଜେଟ୍ରେ ସାଧାରଣ ଜନତାଙ୍କୁ ମିଳିପାରେ ବଡ଼ ଫାଇଦା !
·5 months ago·1 min read

Key Points
୨୦୨୫-୨୬ ଆର୍ଥିକ ବର୍ଷରେ ୨ ଲକ୍ଷ ୯୦ ହଜାରରୁ ଅଧିକ ବଜେଟ୍ ଆଣିଥିଲେ ମୁଖ୍ୟମନ୍ତ୍ରୀ ।
ଚଳିତ ବଜେଟରେ ୩ ଲକ୍ଷ କୋଟି ଅତିକ୍ରମ କରିବା ସମ୍ଭାବନା ରହିଛି ।

ରାଜ୍ୟ ସରକାର ଆରମ୍ଭ କଲେ ୨୦୨୬-୨୭ ବଜେଟ୍ ପ୍ରସ୍ତୁତି । ଶନିବାର ଦୁଇ ଦିନ ଧରି ବିଭିନ୍ନ ବିଭାଗ ଦେବେ ଚିଠା ପ୍ରସ୍ତାବ । ଆଗାମୀ ବଜେଟରେ ସରକାର ରାଜ୍ୟବାସୀଙ୍କ ପାଇଁ ଆଣିପାରନ୍ତି ବଡ଼ ଭେଟି । ସେଥିପାଇଁ ମାସେ ପୂର୍ବରୁ ବଜେଟର ରୂପରେଖ ପ୍ରସ୍ତୁତ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ଦୁଇ ଦିନ ଧରି ବିଭାଗୀୟ ମୁଖ୍ୟ ମାନଙ୍କ ସହ ଆଲୋଚନା କରିବେ ସରକାର । ଅର୍ଥ ବିଭାଗ ନେବ ରିପୋର୍ଟ କାର୍ଡ।
ଲୋକସେବା ଭବନରେ ଯୋଜନା ଓ ସଂଯୋଜନା ବିଭାଗର ସମ୍ମିଳନୀ କକ୍ଷରେ ସମସ୍ତ ବିଭାଗକୁ ନେଇ ହେବ ବିଚାର ବିମର୍ଶ । ଭିଜନ ୨୦୩୬ ଓ ୨୦୪୭କୁ ଆଖି ଆଗରେ ରଖି ବିଭିନ୍ନ ବିଭାଗ ପକ୍ଷରୁ ସଚିବମାନେ ଚିଠା ପ୍ରସ୍ତାବ ରଖିବେ। ଆଜି ପାଞ୍ଚଟି ବିଭାଗର ବଜେଟ୍ ପ୍ରସ୍ତୁତି ନେଇ ଆଲୋଚନା ଥିବା ବେଳେ ଆସନ୍ତା ୧୯ରେ ୧୨ଟି ବିଭାଗର ବଜେଟ୍ ରୂପରେଖ ନେଇ ଆଲୋଚନା ହେବ। ପୂର୍ବ ଆର୍ଥିକ ବର୍ଷର ବଜେଟକୁ ଯଥା ଶୀଘ୍ର ଲୋକଙ୍କ ପାଇଁ ଖର୍ଚ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ବର୍ତ୍ତମାନ ସୁଦ୍ଧା ୫୦ ପ୍ରତିଶତରୁ ଅଧିକ ଖର୍ଚ୍ଚ ହୋଇଛି । ୨୦୨୫-୨୬ ଆର୍ଥିକ ବର୍ଷରେ ୨ ଲକ୍ଷ ୯୦ ହଜାରରୁ ଅଧିକ ବଜେଟ୍ ଆଣିଥିଲେ ମୁଖ୍ୟମନ୍ତ୍ରୀ । ଚଳିତ ବଜେଟରେ ୩ ଲକ୍ଷ କୋଟି ଅତିକ୍ରମ କରିବା ସମ୍ଭାବନା ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories