ଏବିଭିପି ଓଡ଼ିଶାର ପୂର୍ବତନ ପ୍ରଦେଶ ସଂଗଠନ ମନ୍ତ୍ରୀ କୁମାର କୃଷ୍ଣଚନ୍ଦ୍ର ରାୟଙ୍କ ସ୍ମୁତିରେ ବତ୍କୃତା ପ୍ରତିଯୋଗିତା

ଭୁବନେଶ୍ୱର ରାଷ୍ଟ୍ରୀୟ ପୁନଃନିର୍ମାଣକୁ ଜୀବନର ବ୍ରତ କରି ସମାଜ ପାଇଁ ନିଜକୁ ସମର୍ପିତ କରିଥିବା ବିଶିଷ୍ଟ ସମାଜ ସୁଧାରକ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବରିଷ୍ଠ ପ୍ରଚାରକ ଏବଂ ଏବିଭିପି ଓଡ଼ିଶାର ପୂର୍ବତନ ପ୍ରଦେଶ ସଂଗଠନ ମନ୍ତ୍ରୀ କୁମାର କୃଷ୍ଣଚନ୍ଦ୍ର ରାୟଙ୍କ ସ୍ମୃତିରେ କୁମାର କୃଷ୍ଣଚନ୍ଦ୍ର ରାୟ ସ୍ମାରକୀ ବକ୍ତୃତା ମାଳା ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ୱର ଠାରେ ଅପରାହ୍ନ 4 ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମହାମହିମ ରାଜ୍ୟପାଳ ଡ଼ା ହରିବାବୁ କମ୍ଭମପାଟି ଏବଂ ବକ୍ତା ଭାବେ ରାଷ୍ଟ୍ରୀୟ ମଜଦୁର ସଂଘର ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ଶ୍ରୀ ସୁରେନ୍ଦ୍ରନ ଉପସ୍ଥିତ ରହି କୁମାର କୃଷ୍ଣଚନ୍ଦ୍ର ରାୟଙ୍କର ଥିବା ସମାଜ ପାଇଁ ଅବଦାନ ଉପରେ ଆଲୋକପାତ କରିଥିଲେ l
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ନୂତନ ଏବଂ ପୁରାତନ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ମଞ୍ଚ ସଞ୍ଚାଳନ କରିଥିଲେ ଏବିଭିପିର ପୂର୍ବତନ ବିଭାଗ ପ୍ରମୁଖ ଆଶୁତୋଷ ମୁଖାର୍ଜୀ ଏବଂ ଓଡିଶା ପୂର୍ବର ରାଜ୍ୟ ସମ୍ପାଦିକା ଦିପ୍ତିମୟୀ ପ୍ରତିହାରୀ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।