Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପିଚୁ ରାସ୍ତା ଅବସ୍ଥା କଚ୍ଚା ଠାରୁ ଖରାପ

Odisha

ପିଚୁ ରାସ୍ତା ଅବସ୍ଥା କଚ୍ଚା ଠାରୁ ଖରାପ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପିଚୁ ରାସ୍ତା ଅବସ୍ଥା କଚ୍ଚା ଠାରୁ ଖରାପ

Key Points

ସୀମାନ୍ତରେ ରାସ୍ତା ଦୁର୍ଦ୍ଦଶା
ମରାମତି ହେଉନି ପକ୍କା ରାସ୍ତା
ପିଚୁ ରାସ୍ତା ଅବସ୍ଥା କଚ୍ଚା ଠାରୁ ଖରାପ
ମରାମତି ଅଭାବରୁ ପିଚୁ ହେଲାଣି ମାଟି

ନୂଆପଡ଼ା ସିନାପାଲି ବ୍ଲକ ବଣ ପାହାଡ଼ ଘେରା ସୀମାନ୍ତ ନୂଆପଡ଼ା ରୁ ଜରେଳପଦର କୁ ସଂଯୋଗ କରୁଥିବା ରାସ୍ତା l ଏହି ରାସ୍ତା ନୂଆପଡ଼ା ପଞ୍ଚାୟତ ଏବଂ ଭରୁଆମୁଣ୍ଡା ପଞ୍ଚାୟତ ର ମୁଖ୍ୟ ରାସ୍ତା l ହେଲେ ରାସ୍ତା ଅବସ୍ଥା ଉପରେ ଟିକେ ନଜର ପକାନ୍ତୁ l କେଉଠି ବଡ଼ ବଡ଼ ଖାଲ ତ କଉଠି ଗୋଟି ବାହାରି ଗଲାଣି l ରାସ୍ତା ରୁ ପିଚୁ ଉଠି ଯାଇ ମେଟାଲ ମାଟି ଦିଶିଲାଣଇ। ପକ୍କା ରାସ୍ତା ଭାଙ୍ଗି ଦଦରା ହୋଇ ଯାଇଛି l ମାତ୍ର ବର୍ଷ ବର୍ଷ ଧରି ଏହାର ହୋଇ ପାରୁନି ମରାମତି। ଡରି ଡରି ବିପଦପୂର୍ଣ୍ଣ ଭାବେ ଯାତାୟତ କରୁଛନ୍ତି ଅଞ୍ଚଳ ବାସି l

ନୂଆପଡ଼ା -ଜରେଳପଦର ରାସ୍ତା ଶୋଚନୀୟ l ରାସ୍ତା କାମ ହେବାର ନାଁ ନେଉନି। ଆଜିକୁ 5 ବର୍ଷ ହେଲା ରାସ୍ତା ଅବସ୍ଥା ଏମିତି ବେହାଲ ହୋଇ ପଡିଛି l ଖରାପ ରାସ୍ତାରେ ଅନେକ ସମୟ ରେ ଦୁର୍ଘଟଣା ଘଟୁଥିବା ବେଳେ ରାସ୍ତା ର ଆୟୁ କମି କମି ଯାଉଛି l ତଥାପି ନିର୍ମାଣକାରୀ ବିଭାଗ ର ନଜର ପଡୁନାହିଁ ଏହା ଉପରେ l ଫଳରେ ରାସ୍ତା ଅବସ୍ଥା ଖରାପ ହେବା ସହ ବହୁ ସମୟରେ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି। ସୀମାନ୍ତ ବାସି ଙ୍କ ଯାତାୟାତ ସମସ୍ୟା ପ୍ରତି ଦୃଷ୍ଟି ଦେଲେ ନାହିଁ ପୂର୍ବ ନବୀନ ସରକାର l ଏବେ ନୁଆ ସରକାର ଉପରେ ଉପାନ୍ତ ବାସୀଙ୍କ ଭରସା l

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-condition-of-the-road-is-worse-than-the-dirt-road | Argus News