Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୧୦ ବର୍ଷରୁ ଅଧିକ ହେବ ରାସ୍ତାର ଅବସ୍ଥା ଵେହାଲ

Banajyotshna Ray
Browse all articles by Banajyotshna Ray
·1 year ago·1 min read
୧୦ ବର୍ଷରୁ ଅଧିକ ହେବ ରାସ୍ତାର ଅବସ୍ଥା ଵେହାଲ

Key Points

ରାସ୍ତା ଦେଉଛି ନର୍କ ଯନ୍ତ୍ରଣା
କାଦୁଅ ପଚ ପଚ ରାସ୍ତା ବଢାଇଛି ଦୁର୍ଦ୍ଦଶା
ବର୍ଷା ହେଲେ ବଢେ ଚିନ୍ତା
ଫଳକରେ ସୀମିତ ରାସ୍ତା କାମ
୧୦ ବର୍ଷରୁ ଅଧିକ ହେବ ରାସ୍ତାର ଅବସ୍ଥା ଵେହାଲ

୧୦ ବର୍ଷରୁ ଉର୍ଦ୍ଧ୍ୱ ହେବ ଦୁଇଟି ବ୍ଲକକୁ ସୋଞ୍ଜଗ କରୁଥିବା ରାସ୍ତାର ଅବସ୍ଥା ଵେହାଲ। ସ୍ବାଧୀନତାର ୭୮ ବର୍ଷ ପରେ ମଧ୍ୟ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକେ ପକ୍କା ରାସ୍ତା କଣ ଜାଣିପାରିଲେ ନାହିଁ। ଆଜିବି କଚା ରାସ୍ତା ଭରଷାରେ ଅଞ୍ଚଳବାସୀ । ରାସ୍ତା ଉପରେ କିଭଳି ବିପଦପୂର୍ଣ୍ଣ ଅବସ୍ଥାରେ ଲୋକେ ଯିବା ଆସିବା କରୁଛନ୍ତି। ଯୁଆଡ଼େ ଚାହିଁବେ କାଦୁଅ ପଚ୍ ପଚ୍ ରାସ୍ତା। ରାସ୍ତା ଏମିତି ଯିବା ଆସିବା କରିବା ମୁସ୍କିଲ। ବର୍ଷା ନୁହଁ କି ଖରା ସବୁ ଦିନ ଏହି ଭଳି ଧୁଳି ଧୂସର କାଦୁଅ ରାସ୍ତାରେ ଯିବା ଆସିବା କରୁଛନ୍ତି ଅଞ୍ଚଳବାସୀ।

ଏ ରାସ୍ତା ଶୁଳିଆପଦା ବ୍ଲକ କାଣିମୋହୁଲି ପଞ୍ଚାୟତ ବେଗୁନାଡିହା ଠାରୁ ବାରିପଦା ବ୍ଲକ ଧିରୀମୁଣ୍ଡି କୁ ସଂଯୋଗ କରୁଛି। ଦୁଇଟି ବ୍ଲକକୁ ସଂଯୋଗ କରୁଥିବା ଏହି ରାସ୍ତା ଉପରେ ଦୁଇଟି ବ୍ଲକର ଲୋକ ଜୀବନ ଜୀବିକା ପାଇଁ ନିର୍ଭର କରନ୍ତି । ମାତ୍ର ବାରମ୍ବାର ଅଭିଯୋଗ ପରେବି ଏହିଭଳି ଅବସ୍ଥାରେ ପଡ଼ିରହିଛି ରାସ୍ତା। ଲୋକଦେଖାଣିଆ ଭଳି ୩ବର୍ଷ ପୁର୍ବରୁ ପଞ୍ଚାୟତ ପକ୍ଷରୁ ରାସ୍ତାକାମ ଆରମ୍ଭ ହୋଇଥିଲା। ମାତ୍ର ତାହ କେବଳ ଫଳକରେ।

ପୂର୍ବ ସରକାରରେ ଅଞ୍ଚଳ ବାସୀ ପ୍ରତାରଣାର ଶିକାର ହୋଇଛନ୍ତି, ସମୟ ବଦଳିଛି ନୁଆ ସରକାର, ଡବଲ ଇଞ୍ଜିନ ସରକାର ଉପରେ ଲୋକଙ୍କ ଭରଷା ବିଶ୍ୱାସ ରହିଛି ଲୋକଙ୍କ ଆଶା ପୂରଣ ହେବ ବୋଲି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-condition-of-the-roads-has-been-deteriorating-for-more-than-10-years | Argus News