Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Apartment / ଦୂର ହେଉଛି ଆପାର୍ଟମେଣ୍ଟକୁ ନେଇ ରହିଥିବା ଦ୍ୱନ୍ଦ୍ୱ

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·1 min read
ଦୂର ହେଉଛି ଆପାର୍ଟମେଣ୍ଟକୁ ନେଇ ରହିଥିବା ଦ୍ୱନ୍ଦ୍ୱ
Apartment

Key Points

ରାଜସ୍ୱ ବିଭାଗ ପକ୍ଷରୁ ଏ ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସହଜ ହେଲା ଆପାର୍ଟମେଣ୍ଟ କମନ ଏରିଆ ପଞ୍ଜିକରଣ । ଆପାର୍ଟମେଣ୍ଟର କମନ ଏରିଆ ବା ସର୍ବସାଧାରଣ ଅଞ୍ଚଳ ପଞ୍ଜିକରଣକୁ ନେଇ ଉପୁଜିଥିବା ଦ୍ବନ୍ଦ୍ବ ଦୂର ହୋଇଛି । ରାଜ୍ୟ ସରକାର ଏହି ପଞ୍ଜିକରଣକୁ ସହଜ କରିଛନ୍ତି । ଏଣିକି ୨୦ ହଜାର ଟଙ୍କାରେ ରିଅଲ ଇଷ୍ଟେଟ ପ୍ରକଳ୍ପର ସମ୍ପୂର୍ଣ୍ଣ କମନ ଏରିଆ ପଞ୍ଜିକରଣ କରାଯିବ । ରାଜସ୍ୱ ବିଭାଗ ପକ୍ଷରୁ ଏ ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି ।

୨୦୨୩ ମସିହାରୁ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ସ୍ବତ୍ବ ଆଇନ ଆସିବା ସତ୍ତ୍ବେ କମନ ଏରିଆ ପଞ୍ଜୀକରଣକୁ ନେଇ ଦ୍ବନ୍ଦ୍ବ ଉପୁଜିଥିଲା । ଫଳରେ ଆପାର୍ଟମେଣ୍ଟ ପଞ୍ଜିକରଣରେ ଏହା ବାଧକ ସୃଷ୍ଟି ହୋଇଥିଲା । ଏଣିକି ୨୦ ହଜାର ଟଙ୍କାରେ ଆସୋସିଏନସ ଅଫ ଆଲଟି ବା ବାସଗୃହ କ୍ରେତା ସଂଘ ନାଁରେ କମନ ଏରିଆ ପଞ୍ଜିକରଣ ହୋଇପାରିବ । ଗତବର୍ଷ ନଭେମ୍ବରରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ସବୁ ଅଂଶୀଦାରଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ ଆପାର୍ଟମେଣ୍ଟର କମନ ଏରିଆ ପଞ୍ଜିକରଣକୁ ବ୍ୟବସ୍ଥିତ କରିବା ପାଇଁ ନିଷ୍ପତ୍ତି ହୋଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Apartment | The confusion over the apartment is over. | Argus News