Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

'ପ୍ରଭାତ ତ୍ରିପାଠୀଙ୍କ ବିରୁଦ୍ଧରେ ଯେଉଁ କାଉଣ୍ଟର କରିଛନ୍ତି ତାହା ନବୀନଙ୍କ ଭାଷା ନୁହେଁ'

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
'ପ୍ରଭାତ ତ୍ରିପାଠୀଙ୍କ ବିରୁଦ୍ଧରେ ଯେଉଁ କାଉଣ୍ଟର କରିଛନ୍ତି ତାହା ନବୀନଙ୍କ ଭାଷା ନୁହେଁ'

ପୁଣି ନବୀନଙ୍କୁ ଆଟାକ୍ । ନବୀନଙ୍କୁ ମିଛୁଆ କହିଲେ ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ । ଜଣକ ପରେ ଜଣେ ନେତା ନବୀନଙ୍କୁ ଆଟାକ୍ କରିବାରେ ଲାଗିଛନ୍ତି । ପ୍ରଥମେ ପ୍ରଭାତ ତ୍ରିପାଠି, ଆଉ ଏବେ ପ୍ରଶନ୍ନ ପାଟ୍ଟଶାଣୀ । ନବୀନଙ୍କ ଛବି ଦିନକୁ ଦିନ ଅଧିକ ମଳିନ ହେବାରେ ଲାଗିଛି । ପାଣ୍ଡିଆନ-ନବୀନଙ୍କ ଯୋଡ଼ିକୁ ସମସ୍ତେ ତାତ୍ସଲ୍ୟ କରିବାରେ ଲାଗିଛନ୍ତି । କେହି ବି ପାଣ୍ଡିଆନଙ୍କୁ ନବୀନଙ୍କ ସହ ଗ୍ରହଣ କରିବାକୁ ଚାହୁଁନାହାନ୍ତି ।

ଶନିବାର ସକାଳୁ ପ୍ରସନ୍ନ ପାଟ୍ଟଶାଣୀ ନବୀନଙ୍କୁ ତାତ୍ସଲ୍ୟ କରିଛନ୍ତି । ସେ ସିଧାସିଧା ନବୀନଙ୍କୁ ମିଛୁଆ କହିବାକୁ ବି ପଛାଉ ନାହାନ୍ତି । ସେ କହିଛନ୍ତି 'ନବୀନ ବାବୁ ଏତେ ତଳ ସ୍ତରକୁ ଚାଲିଯିବେ ମୁଁ କେବେ ଆଶା କରି ନଥିଲି । ସେ କାହିଁକି ଆଉ କାହା ବୋଲରେ ଏତେ ତଳକୁ ଖସି ଯାଉଛନ୍ତି ମୁଁ ଜାଣିପାରୁନି । କଣ ଆବଶ୍ୟକତା ଅଛି ନବୀନ ବାବୁଙ୍କର ଏମିତି କରିବାର ।'

'ପ୍ରଭାତ ତ୍ରିପାଠୀଙ୍କ ବିରୁଦ୍ଧରେ ଯେଉଁ କାଉଣ୍ଟର କରିଛନ୍ତି ତାହା ନବୀନଙ୍କ ଭାଷା ନୁହେଁ । ମୁଁ ସେବେ ବି କହିଥିଲି ଏବେ ବି କହୁଛି ନବୀନ ବାବୁ ତୁମେ ପାଣ୍ଡିଆନ ପାଣ୍ଡିଆନ କାହିଁକି ହେଉଛ । ଆଉ କଣ କେହି ନାହାନ୍ତି କି ବିଜେଡିରେ ।'

'ନବୀନ ବାବୁଙ୍କ ଭଳି ଲୋକ ମିଛ କହୁଛନ୍ତି ମୋର ବିଶ୍ୱାସ ହେଉନି । କିନ୍ତୁ ନବୀନଙ୍କ ମିଛ କହିବା ଅଭ୍ୟାସ ଏବେର ନୁହେଁ ବହୁ ପୂର୍ବରୁ ମଧ୍ୟ ସେ ମିଛ କହିଆସୁଛନ୍ତି । ମୋ ରାଜ୍ୟସଭା ଯିବା କଥା ମିଛ କହିଥିଲେ । ଓଡ଼ିଶାବାସୀ ତାହା ଦେଖିଛନ୍ତି । ରକ୍ଷା ହେଇଛି ନବୀନ ପଟ୍ଟନାୟକ ବଞ୍ଚି ଯାଇଛନ୍ତି । ଜୟ ଲଳିତାଙ୍କୁ ଯେଉଁ ଭଳି ରାଜନୈତିକ ହତ୍ୟା କରାଯାଇଥିଲା ନବୀନ ପଟ୍ଟନାୟକଙ୍କୁ ବି ସେଇଭଳି କରାଯାଉଥିଲା । ସେହିଭଳି ଷଡ଼ଯନ୍ତ୍ର କରୁଥିଲା ପାଣ୍ଡିଆନ । ସବୁ ସେଇ ଜଗନ୍ନାଥ ଜାଣିଛନ୍ତି ।'

ପାଣ୍ଡିଆନ କୁହନ୍ତୁ ଆସି, ରାତି ଅଧରେ ଜଗନ୍ନାଥ ମନ୍ଦିର ଯାଇ କଣ କରୁଥିଲେ । ପଣ୍ଡା ପୂଜା ପଡ଼ିହାରିମାନଙ୍କ ପୂଜା ବିଦ୍ଧିରେ ବାଧା ସୃଷ୍ଟି କରି, ରାତି ଅଧରେ ଜଗନ୍ନାଥ ମନ୍ଦିରରେ ଏମାନେ କଣ କରୁଥିଲେ ବୋଲି ପ୍ରଶ୍ନ କରିଛନ୍ତି ପ୍ରଶନ୍ନ ।

ତେବେ ଦୁଇ ଦିନ ପୂର୍ବରୁ ନବୀନ ପଟ୍ଟନାୟକ ଗଣମାଧ୍ୟମ ସମ୍ମୁଖରେ କହିଥିଲେ, ପ୍ରଭାତ ତ୍ରିପାଠି ଆଉ ଦଳରେ ନାହାନ୍ତି । ତାଙ୍କୁ ଦୀର୍ଘ ବର୍ଷ ପୂର୍ବରୁ ଦଳରୁ ନିଲମ୍ବନ କରାଯାଇଛି । ସେ ଚିଟ୍‌ଫଣ୍ଡ ଠକେଇ ଅଭିଯୋଗରେ ଜେଲ ଯାଇଥିଲେ । ଏହାସହ ପାଣ୍ଡିଆଙ୍କୁ କୌଣସି ପ୍ରକାର ବଦନାମ ନକରିବା ପାଇଁ ପରୋକ୍ଷରେ କହିଥିଲେ । ସେ କହିଥିଲେ ପାଣ୍ଡିଆନ ରାଜ୍ୟ ତଥା ବିଜେଡି ପାଇଁ ବହୁତ ଭଲ କାମ କରିଛନ୍ତି । ସେ ୧୦ ମାସ ହେଲା ଦଳ ଛାଡ଼ି ସାରିଛନ୍ତି । ତାଙ୍କୁ ବ୍ଲେମ୍‌ କରିବା ଉଚିତ ନୁହେଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
'The counter-attack against Prabhat Tripathi is not Naveen's language' | Argus News