Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବେଆଇନ ଧର୍ମାନ୍ତରୀକରଣର ସତ ଦେଖାଇବାକୁ `ସନାତନୀ'ର ସାହସ

Rashmita Mishra
Browse all articles by Rashmita Mishra
·1 year ago·2 min read
ବେଆଇନ ଧର୍ମାନ୍ତରୀକରଣର ସତ ଦେଖାଇବାକୁ `ସନାତନୀ'ର ସାହସ

Key Points

ବେଆଇନ ଧର୍ମାନ୍ତରୀକରଣର ସତ ଦେଖାଇବାକୁ `ସନାତନୀ'ର ସାହସ
`ଓଫ୍ରା' ଆଇନର କେମିତି ଉଡୁଛି ଧଜ୍ଜିୟା ଫିଲ୍ମରେ କରାଯାଇଛି ପର୍ଦ୍ଦାଫାଶ
`ସନାତନୀ' ର ସତରେ କୁଚକ୍ରୀଙ୍କ ହୃଦୟରେ କମ୍ପନ
ମୁକ୍ତିଲାଭ ପୂର୍ବରୁ ଫିଲ୍ମକୁ ନେଇ ଓଡ଼ିଶାରେ ବଡ଼ ଘମାସାନ
ଧର୍ମାନ୍ତରୀକରଣ ବିରୋଧରେ ଆଇନ ଆଣିବାରେ ଓଡ଼ିଶା ଦେଶରେ ପ୍ରଥମ
ଆଇନ କହୁଛି ପ୍ରଲୋଭନ ଦେଖାଯାଇ ଧର୍ମାନ୍ତରୀକରଣ କରିବା ଅପରାଧ
ବ୍ୟବସ୍ଥା ସ୍ବୀକାର କରିବ କି ସନାତନୀର ସତ ?
ବେଆଇନ୍ ଧର୍ମାନ୍ତରୀକରଣର ହେବ କି ଲୋପ ?

ପରଦାକୁ ଆସିବା ପୂର୍ବରୁ କାହିଁକି ଓଡ଼ିଆ ଚଳଚ୍ଚିତ୍ର ସନାତନୀକୁ ନେଇ ଏତେ ଘମାସାନ ? କାହିଁକି ଫିଲ୍ମକୁ ନେଇ ଭୟଭୀତ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀ ? କାହିଁକି କିଛି ଗୋଷ୍ଠୀ ଭାବୁଛନ୍ତି ଏହି ଫିଲ୍ମରେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଧର୍ମୀୟ ଭାବନାକୁ କ୍ଷୁର୍ଣ୍ଣ କରାଯାଇଛି ? ଓଡ଼ିଶାରେ ଚାଲିଥିବା ବେଆଇନ୍ ଧର୍ମାନ୍ତରୀକରଣର ଜଘନ୍ୟ ସତ ଧରାପଡ଼ିଯିବା ଡରରେ ଫିଲ୍ମକୁ କରାଯାଉଛି କି ବିରୋଧ ? ଏହି ଫିଲ୍ମ ପରଦାକୁ ଆସିଲେ ସେମାନଙ୍କୁ ଲାଗୁଛି କି ଦୀର୍ଘ ବର୍ଷ ଧରି ଓଡ଼ିଶା ମାଟିରେ ଚଳାଇଆସିଥିବା ସେମାନଙ୍କ ଘୃଣ୍ୟ ଷଡ଼ଯନ୍ତ୍ରର ହୋଇଯିବ ପର୍ଦ୍ଧାଫାଶ ? ସେଥିପାଇଁ ଭାଇଚାରା ବିଗିଡ଼ିବାର ଦ୍ବାହି ଦେଇ ଫିଲ୍ମକୁ ରିଲିଜି କରାଇନଦେବାକୁ ହେଉଛି କି ଦାବି। କୋରାପୁଟ ଜିଲ୍ଲାପାଳଙ୍କୁ ଦିଆଯାଇଥିବା ଏହି ଦାବି ପତ୍ରକୁ ହେଉଛି ତାର ଉଦାହରଣ। କୋରାପୁଟ ଖ୍ରୀଷ୍ଟିୟ ଯୁବ ସଂଘ ପକ୍ଷରୁ ଦିଆଯାଇଥିବା ଏହି ପତ୍ରରେ ଜିଲ୍ଲାରେ ଫିଲ୍ମର ପ୍ରଦର୍ଶନ ଉପରେ ରୋକ ଲଗାଇବାକୁ ନିବେଦନ କରାଯାଇଛି।

ଓଡ଼ିଶା, ଦେଶର ପ୍ରଥମ ରାଜ୍ୟ ଭାବେ ବେଆଇନ୍ ଧର୍ମାନ୍ତରୀକରଣ ବିରୋଧରେ ଆଣିଥିଲା ଆଇନ। ଆସନ୍ତୁ ନଜର ପକାଇବା Orissa Freedom of Religion Act,1967 କଣ କହୁଛି ?


୧ କୌଣସି ବ୍ୟକ୍ତି ବଳ ପ୍ରୟୋଗ କରି, ପ୍ରବର୍ତ୍ତାଇ କିମ୍ବା ପ୍ରତାରିତ କରି ଗୋଟିଏ ଧାର୍ମିକ ବିଶ୍ବାସର ବ୍ୟକ୍ତିଙ୍କୁ ସିଧାସଳଖ କିମ୍ବା କୌଣସି ଉପାୟରେ ବି ଅନ୍ୟ ଧର୍ମକୁ ପରିବର୍ତ୍ତନ କରିପାରିବେ ନାହିଁ ।

୨ ଏହାର ଉଲ୍ଲଂଘନ କରୁଥିବା ବ୍ୟକ୍ତି ବର୍ଷେ ଯାଏ କାରାଦଣ୍ଡ କିମ୍ବା ପାଞ୍ଚ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ ହେବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


୩ ଯଦି କୌଣସି ଅପ୍ରାପ୍ତ ବୟସ୍କ, ମହିଳା, ଅନୁସୂଚିୁତ ଜାତି କିମ୍ବା ଅନୁସୂଚିତ ଜନଜାତିର ବ୍ୟକ୍ତି ଏପରି ଅପରାଧର ଶିକାର ହୁଅନ୍ତି ତାହାହେଲେ ଧର୍ମାନ୍ତରୀକରଣ କରାଇଥିବା ବ୍ୟକ୍ତି ୨ ବର୍ଷ କାରାଦଣ୍ଡ ଏବଂ ୧୦ ହଜାର ଟଙ୍କାର ଜରିମନାରେ ଦଣ୍ଡିତ ହେବେ ।

୪ ଏପରି ଅପରାଧର ତଦନ୍ତ ଇନସ୍ପେକ୍ଟର ତଳ ରାଙ୍କର କୌଣସି କର୍ମଚାରୀ କରିପାରିବେ ନାହିଁ।

୫ ଏହି ଆଇନ ଅଧିନରେ ହେଉଥିବା ଅପରାଧର ବିଚାର ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଜାଣତରେ ହେବା ଜରୁରୀ।

ତେବେ ଓଡ଼ିଶାରେ ଏହି ଆଇନ୍ ଥିଲେ ବି ତାର ଆଦୌ ପାଳନ ହେଉନାହିଁ। କନ୍ଧମାଳ, କୋରାପୁଟ ଓ ମୟୂରଭଞ୍ଜ ପରି ଆଦିବାସୀ ବହୁଳ ଜିଲ୍ଲାର ଏହାର ଖୋଲାଖୋଲି ଉଲଂଘନ ହେଉଛି। କିନ୍ତୁ ପୋଲିସ ଓ ପ୍ରଶାସନ ଆଖିରେ ପଟିବାନ୍ଧି ବସିଛନ୍ତି। ସରକାରୀ ତଥ୍ୟ ଅନୁସାରେ ଏହି ଜିଲ୍ଲାଗୁଡ଼ିକରେ ହାତ ଗଣତି ଖ୍ରୀଷ୍ଟିୟାନ ଅଛନ୍ତି। କିନ୍ତୁ ବାସ୍ତବରେ ଏସବୁ ଜିଲ୍ଲାରେ ଚାଲିଥିଲା ବେଆଇନ୍ ଓ ବେଧଡ଼କ ଧର୍ମାନ୍ତରୀକରଣ ଯୋଗୁଁ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ସଂଖ୍ୟା ଲକ୍ଷାଧିକ।

ଆଦିବାସୀଙ୍କୁ ସେମାନଙ୍କର ସଂସ୍କୃତି ଓ ସମ୍ପତ୍ତିରୁ ବେଦଖଲ ପାଇଁ ଚାଲିଥିବା ଏହି ସାଂଘାତିକ ସତ ଉପରୁ ପରଦା ଉଠାଇବାରୁ ସାହସ କରିଛି ସନାତନୀ। ସମସ୍ତ ବିରୋଧ ଓ ଗୁଇନ୍ଦା ରିପୋର୍ଟ ସତ୍ତ୍ବେ ଫିଲ୍ମକୁ ୭ ତାରିଖରେ ରିଲିଜ କରାଯାଉଛି। ଏବେ ପ୍ରଶ୍ନ ସିନେମା ଜରିଆରେ ସତ ସାମ୍ନାକୁ ଆସିବା ପରେ ଖୋଲିବ କି ଆମ ବ୍ୟବସ୍ଥାର ଆଖି ? ଓଡ଼ିଶାରେ ବେଆଇନ୍ ଧର୍ମାନ୍ତରୀକର୍ଣ ଉପରେ ଲାଗିବ କି ରୋକ୍। ?


Sponsored
The courage of `Sanatani' to expose the truth of illegal conversions | Argus News