ପଶ୍ଚିମବଙ୍ଗରୁ ଓଡ଼ିଶା ଦେଇ ଚାଲାଣ ହେଉଛି ଟନ ଟନ ଗୋ ମାଂସ, ବେଫିକର ପୋଲିସ

ଗୋଚାଲାଣର ନୂଆ ତରିକା ଆପଣେଇଛନ୍ତି ଗୋ-ମାଫିଆ । ଜୀବନ୍ତ ଗୋରୁ ବଦଳରେ ଚାଲାଣ ହେଉଛି କଟା ମାଂସ । ପୋଲିସ ଏବଂ ଗୋ ରକ୍ଷକଙ୍କ ଆଖିରେ ଧୂଳି ଦେଇ ଅତି ସହଜରେ ଓଡିଶା ଅତିକ୍ରମ କରିବା ପାଇଁ ଏହି ଯୋଜନା । ଜାତୀୟ ରାଜପଥର ପୋଲିସ ବାବୁ ମଧ୍ୟ ବେଫିକର। ଦୀର୍ଘ ୨୪ବର୍ଷ ଧରି ପୂର୍ବ ବିଜେଡି ସରକାରର ପ୍ରୋତ୍ସାହନରେ ଗୋ ତସ୍କରୀ ଚାଲୁଥିବା ଅଭିଯୋଗ । କ୍ରାଇମ୍ ବ୍ରାଞ୍ଚର ତଥ୍ୟ ଅନୁସାରେ ୨୦୨୨ ଓ ୨୦୨୩ରେ ବାଲେଶ୍ବର ଜିଲ୍ଲାରେ ଗୋଟିଏ ହେଲେ ବି ଗୋଚାଲାଣ ମାମଲା ରୁଜୁ ହୋଇନି । ପୁରା ରାଜ୍ୟରେ ୨୦୨୨ ଓ ୨୩ରେ ମୋଟ ୧୬୨ ମାମଲା ରୁଜୁ ହୋଇଛି । କ୍ରୁଏଲିଟି ଟୁ ଆନିମଲ ବା ପଶୁଙ୍କ ପ୍ରତି ହିଂସ୍ରା ଆଚରଣରେ ୨୦୨୨ରେ ଜିଲ୍ଲାରେ ୭୭ ମାମଲା ଓ ୨୦୨୩ରେ ୧୧୩ ମାମଲା ରୁଜୁ ହୋଇଛି । କିନ୍ତୁ ମାମଲା ରଫାଦଫା ହୋଇଯାଇଛି । ଦୋଷୀଙ୍କୁ ଧରିପାରିନି ପୋଲିସ । ଏଥିରୁ ସହଜରେ ଅନୁମାନ କରାଯାଇପାରେ ପୂର୍ବ ସରକାରରେ ଗୋମାଫିଆମାନଙ୍କୁ ଗୋତସ୍କରୀ ପାଇଁ କିପରି ପ୍ରୋତ୍ସାହନ ଦିଆଯାଉଥିଲା ।
ରାଜ୍ୟରେ ସରକାର ବଦଳିବା ପରେ ଏବେ ଗୋ ମାଫିଆଙ୍କ ମୁଖା ଖୋଲୁଛି। ଚଳିତ ମାସ ବାଲେଶ୍ବର ସିଂଲାରୁ ଏକ ଗୋମାଂସ ବୋଝେଇ ୪୦୭ ଟ୍ରକକୁ ଗୋସୁରକ୍ଷା ବାହିନୀ ଅଟକାଇଥିଲେ । ସେଥିରୁ ୫ ଟନ୍ ଗୋମାଂସ ଚାଲାଣ ହେଉଥିବା ଘଟଣା ସାମ୍ନାକୁ ଆସିଥିଲା। ଗୋଟିଏ ଦିନରେ ପଣପଣା ନିକଟରୁ ଏକ ଗୋମାଂସ ବୋଝେଇ କଣ୍ଟେନରରେ ମଟନର ମିଛ ବିଲ କରି ଗୋମଂସ ଚାଲାଣ କରାଯାଉଥିବା ଜଣାପଡିଥିଲା । ଯେଉଁଥିରୁ ଆନୁମାନିକ ୨୭ଲକ୍ଷ ଟଙ୍କାର ୭ହଜାର ୮ଶହ ୫୪କେଜି ଗୋମାଂସ ଗାଡିକୁ ଧରିଥିଲେ ଗୋସୁରକ୍ଷା ବିହିନୀ ।
ଗୁରୁତ୍ବପୂର୍ଣ୍ଣ କଥା ହେଲା , ଓଡିଶା ସୀମା ଅତିକ୍ରମ କରିବାକୁ ହେଲେ ଏକାଧିକ ଟୋଲ ଗେଟ୍ ଓ ଶତାଧିକ ପୁଲିସ ଥାନା ରହୁଛି। କିନ୍ତୁ ଏ ସବୁ ଥାନାରେ ହୁଗୁଳା ବ୍ୟବସ୍ଥା ଯୋଗୁ ଗୋମାଫିଆ ମାନେ ଅଧିକ ସକ୍ରିୟ ହେଉଥିବା ଅଭିଯୋଗ ହୋଇଛି । ବଡ଼ ପ୍ରଶ୍ନ ଯଦି ଗୋସୁରକ୍ଷା ବାହିନୀ ଏହି ଗାଡିକୁ ଧରିପାରୁଛି ତାହେଲେ ପୁଲିସ କାହିଁକି ନୁହେଁ ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: