Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନୂଆ ନୂଆ ତରିକା ଆପଣାଉଛନ୍ତି ଗୋମାଫିଆ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ନୂଆ ନୂଆ ତରିକା ଆପଣାଉଛନ୍ତି ଗୋମାଫିଆ

Key Points

ଭଦ୍ରକ ଜିଲ୍ଲାରେ ବଢୁଛି ଗୋଚାଲାଣ
6 ମାସ ଭିତରେ 48ଟି ଗୋଚାଲାଣ ମାମଲା ରୁଜୁ
43ଟି ଗାଡ଼ି ଜବତ, 124 ଜଣ ମାଫିଆ ଗିରଫ
ତଥାପି ନୂଆ ନୂଆ ତରିକା ଆପଣାଉଛନ୍ତି ଗୋମାଫିଆ
ଗୋଚାଲାଣ ରୋକିବାକୁ ରାଜ୍ୟ ସରକାର କଡ଼ା ଆଇନ ଆଣିବାକୁ ଜୋର ଧରୁଛି ଦାବି

ଦିନରେ ଚେକିଂ, ରାତିରେ ପାଟ୍ରୋଲିଂ। ବିଭିନ୍ନ ସ୍ଥାନରେ ନାକା ବନ୍ଦୀ। ଗାଡ଼ି ଜବତ, ମାଫିଆଙ୍କୁ ଗିରଫ କରିବା ସତ୍ବେ ଭଦ୍ରକ ଜିଲ୍ଲାରେ ଗୋ ଚାଲାଣ କମିବା ବଦଳରେ ଦିନକୁ ଦିନ ବଢ଼ିବାରେ ଲାଗିଛି । ଗତ କିଛି ମାସ ଭିତରେ ପୋଲିସର କଡ଼ା ଆକ୍ସନ ଗୋ-ମାଫିଆଙ୍କ ପାଇଁ କଷ୍ଟକର ସ୍ଥିତି ସୃଷ୍ଟି କରିଛି। ରାତିରେ ଗୋ-ଚାଲାଣ କରୁଥିବା ଗାଡ଼ିଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିବାର ଘଟଣା ବି ବାରମ୍ବାର ସାମ୍ନାକୁ ଆସୁଛି। କିନ୍ତୁ ଅଧିକାଂଶ ମାମଲାରେ ମାଫିଆ ଖସି ପଳାଉଛନ୍ତି। ଟାଉନ ଥାନା ଓ ପୁରୁଣା ବଜାର ଥାନା ଅଞ୍ଚଳରୁ ଅଧିକ ସଂଖ୍ୟାରେ ଗୋଚାଲାଣ ମାମଲା ସାମ୍ନାକୁ ଆସୁଛି। ଧାମନଗର, ଧୁଷୁରୀ, ତିହିଡ଼ି ଆଦି ଅଞ୍ଚଳ ବି ଏ ଦୃଷ୍ଟିରୁ ସମ୍ବେଦନଶୀଳ ହେଲାଣି। ଏବେ ଆହୁରି ଅଧିକ ଚଢ଼ାଉର ଆବଶ୍ୟକତା ଥିବା କହୁଛନ୍ତି ଭଦ୍ରକର ବୁଦ୍ଧିଜୀବୀ।

ପୋଲିସ ରେକର୍ଡ ଅନୁସାରେ ଗତ 6 ମାସ ଭିତରେ ଜିଲ୍ଲାର ବିଭିନ୍ନ ଥାନାରେ ଗୋଚାଲାଣ ସମ୍ପର୍କିତ 48ଟି ମାମଲା ରୁଜୁ ହୋଇଛି। 43ଟି ଗାଡ଼ି ସିଜ୍ କରିବା ସହ ବେଆଇନ ଗୋ ଚାଲାଣ କରୁଥିବା 124 ଜଣଙ୍କୁ ଗିରଫ କରାଯାଇଛି । 311ଟି ଗୋମାତାଙ୍କୁ ଉଦ୍ଧାର କରି ଗୋଶାଳାରେ ଛଡ଼ା ଯାଇଛି । ଏତିକି ସଂଖ୍ୟାରେ ଧରାପଡୁଥିବାବେଳେ ଅନେକ ଖସିଯାଉଥିବା କୁହାଯାଉଛି। ପ୍ରତିଦିନ ଶହ ଶହ ସଂଖ୍ୟାରେ ଗୋରୁ ଓ ଟନ୍ ଟନ୍ ଗୋମାଂସ ଭଦ୍ରକରୁ ଜିଲ୍ଲା ତଥା ରାଜ୍ୟ ବାହାରକୁ ଚାଲାଣ ହେଉଛି। ବେଆଇନ ଗୋ-ଚାଲାଣ ରୋକିବାକୁ ରାଜ୍ୟ ସରକାର କଡ଼ା ଆଇନ ପ୍ରଣୟନ କରିବା ଦରକାର ବୋଲି ଆଇନଜୀବୀଙ୍କ ମତ। କଡ଼ା ଆଇନ ନ ଥିବାରୁ ଗିରଫ ହେଉଥିବା ମାଫିଆ କିଛି ଦିନ ଭିତରେ ଖସିଯାଇ ପୁଣି ପୂର୍ବଭଳି ବେଆଇନ କାମରେ ଲାଗୁଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-cow-mafia-is-adopting-new-tactics-in-bhadrak | Argus News