ବଣ୍ଡା ଘାଟିରେ ବିକାଶର ସ୍ଵାକ୍ଷର

Key Points
ଅପହଞ୍ଚ ଅତୀତ, ବିକାଶ ବର୍ତ୍ତମାନ
ଫିଟିଲା ବାଟ ପହଁଚିଲା ସୁବିଧା
ବଣ୍ଡା ଘାଟିରେ ବିକାଶର ସ୍ବାକ୍ଷର
ଅର୍ଗସ ବ୍ୟୁରୋ: ସରକାର ବଦଳିବା ସହ ଘାଟିକୁ ଚଢିଲା ବିକାଶ । ବର୍ଷ ବର୍ଷଧରି ସମସ୍ୟା ସହ ଯୋଡି ହେଉଥିବା ଲୋକଙ୍କ ସ୍ବପ୍ନରେ ଡେଣା ଲାଗିଛି । ବିକାଶର ସୁଅରେ ବଦଳିଛି ବଣ୍ଡା ଘାଟିର ବର୍ତ୍ତମାନ । ମାଲକାନଗିରି ଜିଲ୍ଲାର ବଣ୍ଡା ଘାଟି । ସମୁଦ୍ର ପତନ ଠାରୁ ପାଞ୍ଚ ହଜାର ଫୁଟ ଉପରେ ରହିଛି ଦୁଇଟି ପଞ୍ଚାୟତ ମୁଦୁଲିପଡା ଓ ହଣ୍ଡରାହାଲ । ଦିନେ ପକ୍କା ଘର ଏମାନଙ୍କ ପାଇଁ ସ୍ବପ୍ନ ପାଲଟିଥିଲା । ଏବେ କିନ୍ତୁ ମାଟି ଘରେ ଆଉ ଘାଟି ମଣିଷଙ୍କୁ ଦିନ କାଟିବାକୁ ପଡିବନି । ପକ୍କା ଘରେ ଦିନ କାଟିବେ ବଣ୍ଡା ଘାଟିର ଅଧିବାସୀ ।
ଗତ ମାସରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବଣ୍ଡାଘାଟି ଗସ୍ତ କରିଥିଲେ । ଲୋକଙ୍କ ସହ ମିଶିବା ସହ ସେମାନଙ୍କ ସମସ୍ୟାକୁ ଅତି ନିକଟରୁ ଦେଖିଥିଲେ । ଘାଟି ଉପରେ ଘର କରିବା ବଣ୍ଡା ଜନଜାତିଙ୍କ ପାଇଁ କାଠିକର ପାଠ ଥିଲା । ଘର ନିର୍ମାଣ ପାଇଁ ଅଧିକ ପଚାଶ ହଜାର ଟଙ୍କା ରାଶି ଅନୁମୋଦନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ଉପମୁଖ୍ୟମନ୍ତ୍ରୀ। ମାତ୍ର ମାସକ ମଧ୍ୟରେ ବଦଳିଗଲା ଘାଟିର ଚିତ୍ର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଜାରି ରହିଛି ଘର କାମ ।
ଦିନେ ଘାଟି ଡେଇଁ ପାରୁନଥିବା ବିକାଶ ଏବେ ଘାଟି ଲୋକଙ୍କ ମୁହଁରେ ହସ ଫୁଟାଇଛି । ବଣ୍ଡା ଘାଟି ଦେଖୁଛି ବିକାଶର ନୂଆ ଦିଗନ୍ତ । ବିକାଶର ସୁଅରେ ବଦଳିଛି ବଣ୍ଡା ଘାଟିର ବର୍ତ୍ତମାନ ।