Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଦୁର୍ଗମରେ ଆଦିବାସୀଙ୍କ ଅଭିଶପ୍ତ ଜୀବନ

Odisha

ଦୁର୍ଗମରେ ଆଦିବାସୀଙ୍କ ଅଭିଶପ୍ତ ଜୀବନ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଦୁର୍ଗମରେ ଆଦିବାସୀଙ୍କ ଅଭିଶପ୍ତ ଜୀବନ

ଅର୍ଗସ ବ୍ୟୁରୋ:  ପ୍ରକୃତି ର କୋଳରେ ବିତୁଛି ଅଭିଶପ୍ତ  ଜୀବନ। ନା ଏଠି ଖଣ୍ଡିଏ ରାସ୍ତାର ସୁବିଧା ଅଛି ..ନା ପାନୀୟ ଜଳର ର ସୁବିଧା ହେଇଛି। ଜୀବନ ଜୀଇବା ପାଇଁ କୌଣସି ଜୀବିକା ବି ନାହିଁ। ବାଧ୍ୟ ହୋଇ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି  ତିନିଟି ପାହାଡ ଦେଇ ସେସବୁକୁ ଅନ୍ୟ ଗାଁ ରେ ବିକ୍ରି କରି  ସେଥିରୁ ନିଜର ଗୁଜୁରାଣ ମେଣ୍ଟାନ୍ତି ଏମାନେ।  ଶିକ୍ଷା , ସ୍ବାସ୍ଥ୍ୟ ସେବା ଏହି  ଦୁର୍ଗମ ଅଂଚଳରେ ଅପହଞ୍ଚ। ଏଭଳି ପାହାଡିଆ ଗାଁ ହେଉଛି  ଜୟପୁର ବ୍ଲକର  ରଣ୍ଡାପାଲି ପଞ୍ଚାୟତର ରାମଗଡ଼। ପଞ୍ଚାୟତ ସଦର  ମୋହକୁମ୍ମା ଠାରୁ ୧୫କିମି ଦୂରରେ ଅବସ୍ଥାପିତ ଏହି ଗାଁକୁ ଯିବାକୁ ହେଲେ ବଳାପୁଟ  ଠାରୁ  ଦୁଇ ପଟେ ଘଞ୍ଚ ଜଙ୍ଗଲ  ମଝିରେ  ଅଙ୍କା ବଙ୍କା ସଂକୀନ୍ନ  ପଥରିଆ ପଦଚଲା ରାସ୍ତା  ରେ ତିନିଟି ପାହାଡ଼ ଅତିକ୍ରମ କରିବାକୁ ପଡେ ।   ଗାଁ ରେ ୬୦ ପରିବାର ୪୦୦ ରୁ ଉର୍ଦ୍ଧ ସଦସ୍ୟ ବସବାସ କରୁଛନ୍ତି ହେଲେ ଆଜି ଯାଏଁ ଗାଁକୁ ଖଣ୍ଡିଏ ରାସ୍ତା ବି ସଂଯୋଗ ହୋଇ ପାରୁନି । ପାଦଚଲା ସଂକୀର୍ଣ୍ଣ  ଜଙ୍ଗଲ ପଥରିଆ ରାସ୍ତା ହି  ଏମାନଙ୍କ ଗମନାଗମନ ର ମାଧ୍ୟମ।

ଗାଁ ରେ ପାନୀୟ ଜଳ ଯୋଗାଣ ପାଇଁ  ବ୍ୟବସ୍ଥା ନାହଁ l କେତେବେଳେ ପାହାଡିଆ ଝରଣା ପାଣି ତ କେତେବେଳେ  ଚୁଆ  ପାଣି ହିଁ ଏମାନଙ୍କ ଶୋଷ ମୋଣ୍ଟାଉଛି । ମାତ୍ର ଏଥିପାଇଁବି ମାଇଲମାଇଲ ବାଟ ଚାଲିବାକୁ ପଡୁଛି।ଗାଁରେ ଅଙ୍ଗନୱାଡି କେନ୍ଦ୍ର ଅଛି ମାତ୍ର ଗୃହ ନଥିବାରୁ ତାହା ସଠିକ ପରିଚାଳିତ ହୋଇପାରିନି । ଫଳରେ ଗାଁର କୁନି କୁନି ଶିଶୁ ମାନେ ପୃଷ୍ଟିକର ଖାଦ୍ୟ ଠାରୁ ବଞ୍ଚିତ ହୋଇ ରହିଛନ୍ତି l ଗାଁରେ ଥିବା ଗୋଟିଏ ପୁରୁଣା ଘରେ  ଚାଲୁଛି ସ୍କୁଲ । ମାତ୍ର ଗାଁରେ ପରଜା ସମ୍ପ୍ରଦାୟର ଲୋକେ ବସବାସ କରନ୍ତି ତେଣୁ ସ୍କୁଲ ପାଠ ପଢାରେବି ଭାଷା ଗତ ସମସ୍ୟା ଉପୁଜୁଛି l

ଏତିରେ ସରିନି ଗାଁର ସମସ୍ୟା। ସରକାଙ୍କ ଆଭାସ ଯୋଜନା ରେ କିଛି ପରିବାର ଘର ପାଇଥିବା ବେଳେ ଅଧିକାଂଶ ପରିବାର ଘର ପାଇ ନାହାନ୍ତି। ଆଜିବି କ୍ଚ୍ଚା ଘର ଉପରେ ଖପର ଜରିପାଲ ଘୋଡାଇ ରହୁଛନ୍ତି ଅଞ୍ଚଳବାସୀ। ଗାଁକୁ ହଇ ପାରିନି ବିଦ୍ୟୁତ ସଂଯୋଗ। ବର୍ଷ ବର୍ଷ ଧରି  ଅନ୍ଧାର ରେ ରହିଆସୁଥିବା ଏହି ଗ୍ରାମବାସୀଙ୍କ ପାଇଁ ସୋଲାର ସେଲ ମାଧ୍ୟମ ଗାଁର ସମସ୍ତ ଘର କୁ ଆଲୋକ ର ବ୍ୟବସ୍ଥା  କରାଯାଇଥିଲା। କିନ୍ତୁ ସେ ବି ଅଚଳ। ବର୍ଷ ବର୍ଷ ଧରି କୌଣସି ସରକାରୀ ବାବୁଙ୍କର ପାଦ ଗାଁ ରେ ପଡୁନି ।  ସମସ୍ୟାକୁ ନେଇ ପ୍ରଶାସନ ଓ ରାଜ ନେତାଙ୍କୁ ବାରମ୍ବାର ଗୁହାରି କଲେ ବି କେହି ଶୁଣୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:  

Sponsored
The cursed life of tribals in Durgam | Argus News