Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସୀମାନ୍ତର ଅଭିଶପ୍ତ ଗାଁ ବିଶୁଶୋଳ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ସୀମାନ୍ତର ଅଭିଶପ୍ତ ଗାଁ ବିଶୁଶୋଳ

Key Points

ପଶ୍ଚିମବଙ୍ଗ ଭରଷାରେ ସୀମାନ୍ତ ଗାଁ
ସରକାରୀ ଯୋଜନାରୁ କୋଷ ଦୂରରେ
ପାଣି, ଶିକ୍ଷା,ନେଟୱର୍କ ପାଇଁ ପଶ୍ଚିମବଙ୍ଗ ଭରଷା
ସୀମାନ୍ତର ଅଭିଶପ୍ତ ଗାଁ ବିଶୁଶୋଳ

ଆଦିବାସୀ ଅଧୁଷିତ ମୟୂରଭଞ୍ଜ ଶୁଳିଆପଦା ବ୍ଲକ ଉଫାଲଗଡିଆ ପଞ୍ଚାୟତ ଓଡ଼ିଶା ପଶ୍ଚିମବଙ୍ଗ ସୀମାନ୍ତଗାଁ ବିସୁଶୋଳ । ନାଲିମାଟିର ରାସ୍ତା ,ଏହି ଧୂଳି ଧୂସର ରାସ୍ତା ହିଁ ଗ୍ରାମବାସୀଙ୍କ ଭରସା,ପକ୍କା ରାସ୍ତା ଏହି ଗାଁକୁ ସଂଯୋଗ କରିପାରିଲା ନାହିଁ। ଏହି ରାସ୍ତା ଦେଇ ପଞ୍ଚାୟତ କିମ୍ବା ବ୍ଲକ କାର୍ଯ୍ୟଳୟ ଯିବାପାଇଁ ବହୁଦୂର ତେଣୁ ପଶ୍ଚିମବଙ୍ଗ ରାସ୍ତା ଦେଈ ଯିବା ଆସିବା କରନ୍ତି ଗ୍ରାମବାସୀ । କେବଳ ରାସ୍ତା ନୁହଁ ପାନୀୟ ଜଳ ପାଇଁ ମଧ୍ୟ ପଶ୍ଚିମବଙ୍ଗ ଉପରେ ଭରସା କରନ୍ତି ଗ୍ରାମବାସୀ। ଘରସମ୍ମୁଖରେ ଷ୍ଟାଣ୍ଡପୋଷ୍ଟ ଅଛି କିନ୍ତୁ ପାଣି ଆସୁନି। ଦୁଇବର୍ଷ ହେବ ଖାଲି ଲୋକ ଦେଖାଣିଆ ଭାବେ ପୋତା ହେଇଛି ଷ୍ଟାଣ୍ଡପୋଷ୍ଟ। ଖରା ହେଉକି ବର୍ଷା ପଶ୍ଚିମବଙ୍ଗ ଏହି ଗ୍ରାମବାସୀଙ୍କ ଶୋଷ ମେଣ୍ଟାଇ ଥାଏ।

ଏଠାରେ ଶିକ୍ଷାର ଦୂରାବସ୍ଥା ନକହିବା ଭଲ। ଜଙ୍ଗଲ ରାସ୍ତାଦେଇ ଓଡ଼ିଆ ସ୍କୁଲ ଯିବା ଅସମ୍ଭବ ହେଇପଡିଛି। ଏଥିପାଇଁ ଦେଢ଼ କିଲୋମିଟର ଦୂର ପଶ୍ଚିମବଙ୍ଗର କାଶିଆ ସ୍କୁଲକୁ ପଢ଼ିବା ପାଇଁ ଯାଉଛନ୍ତି ଛାତ୍ରଛାତ୍ରୀ। ସେଭଳି ନେଟୱର୍କ ପାଇଁ ହନ୍ତସନ୍ତ ଗ୍ରାମବାସୀ ଆଜିବି ପଶ୍ଚିମବଙ୍ଗ ଉପରେ ନିର୍ଭର କରନ୍ତି। ଝାଡ଼ଖଣ୍ଡି ହାତୀଙ୍କ ଉପଦ୍ରକ ଏହି ଗାଁରେ। ଯେହେତୁ ଏହି ଗାଁଟି ଓଡ଼ିଶା ପଶ୍ଚିମବଙ୍ଗ ସୀମାନ୍ତରେ ଥିବାରୁ ଝାଡ଼ଖଣ୍ଡରୁ ହାତୀପଲ ପଶ୍ଚିମବଙ୍ଗ ଦେଇ ଓଡ଼ିଶା ପ୍ରଵେଶ କଲେ ପ୍ରଥମେ ଏହି ଗାଁ ଦେଇ ପ୍ରଵେଶ କରିଥାନ୍ତି। ଏଣୁ ବର୍ଷତମାମ ବିଶୁଶୋଳବାସୀ ଆତଙ୍କିତ ଅବସ୍ଥାରେ ଜୀବନ ଯାପନ କରୁଛନ୍ତି। ରାସନ ଓ ଭତ୍ତା ପାଇଁ ଜଙ୍ଗଲ ରାସ୍ତାରେ ଜୀବନକୁ ବାଜିରେ ଲଗାଇ ୧୨ କିଲୋମିଟର ଉଫାଲଗାଡିଆ ପଞ୍ଚାୟତ ଯାଆନ୍ତି ଅଞ୍ଚଳବାସୀ ।

୨୪ବର୍ଷ ଏକଛତ୍ରବାଦ ସରକାର ଭୁଲିଗଲେ ସୀମାନ୍ତ ଗାଁ ବିଶୁଶୋଳକୁ। ଅଭିଶପ୍ତ ଜୀବନ କାଟୁଛନ୍ତି ବିସୁଶୋଳବାସୀ। ସ୍ବାଧୀନତାର ୭୮ ବର୍ଷ ପରେ ମଧ୍ୟ ସୀମାନ୍ତରେ ବସବାସ କରୁଥିବା ଜନସାଧାରଣଙ୍କ ପାଖରେ ସରକାରୀ ଯୋଜନା ଅପହଞ୍ଚ। ମୌଳିକ ଅଧିକାର ଆଜିବି ଅପହଞ୍ଚ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-cursed-village-of-bishushola-on-the-border | Argus News