Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅନ୍ଧାରୀ ଇଲାକାର ଅଭିଶପ୍ତ ଗାଁ ଏମ୍. ପି. ଭି ୧୬

Sangram Tripathy
Browse all articles by Sangram Tripathy
·1 year ago·1 min read
ଅନ୍ଧାରୀ ଇଲାକାର ଅଭିଶପ୍ତ ଗାଁ ଏମ୍. ପି. ଭି ୧୬


ଅର୍ଗସ ବ୍ୟୁରୋ:ମାଲକାନଗିରି:ଘଞ୍ଚ ଜଙ୍ଗଲ ଓ ପାହାଡି ପଥୁରିଆ ରାସ୍ତା ଯୋଗୁଁ ଗାଁରେ ପହଞ୍ଚି ପାରୁନି ବିକାଶ,ଦେଖିବାକୁ ଗଲେ ଅଧା ରାସ୍ତାରେ ଅଟକିଯାଇଛି। ଆଉ ତାସାଙ୍ଗକୁ ଅଞ୍ଚଳବାସୀଙ୍କ ପାଇଁ ଅଭିଶାପ ପାଲଟିଛି ମାଲକାନଗିରି କାଲିମେଳା ଭେଜାଙ୍ଗୀୱାର୍ଡl ପଞ୍ଚାୟତର ଏମ୍. ପି. ଭି ୧୬ ଗାଁ ଦେଇ ବହିଯାଇଥିବା ତାଟିଗୁଡା-କଙ୍ଗାରୁ କୋଣ୍ଡା ନାଳ,ବର୍ଷାଦିନ ଆସିଲେ ଏହି ନାଳର ପାଣି ଗାଁ ଭିତରକୁ ପସିଆସୁଛି  ଫଳରେ ଲୋକଙ୍କ ଜୀବନ ବିପଦରେ ପଡୁଛି, ଗାଁର ୩୫ ପରିବାରରର ଦୁଃଖ ଶୁଣିବାକୁ କେହିନାହିଁ,ରାସ୍ତାଘାଟ, ଶିକ୍ଷା,ପାନୀୟ ଜଳ ପରି ମୌଳିକ ସୁବିଧାର ବଞ୍ଚିତ ହୋଇଛନ୍ତି ଗ୍ରାମବାସୀ,ପୂର୍ବ ବିଜେଡି ସରକାରର ବିକାଶ ଯେମିତି ପ୍ରତିଶ୍ରୁତିରେ ଅଟକିଯାଇଛି।ଜୀବନ ଜୀବିକା ଲାଗି କୃଷି ସହ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ଚଳନ୍ତି ଗ୍ରାମବୀସୀ । ପିଲାମାନେ ଏହି ବିପଦପୁର୍ଣ୍ଣ ରାସ୍ତାରେ  ୩ କିଲୋମିଟର ଅନ୍ୟ ଏକ ଗାଁର ବିଦ୍ୟାଳୟକୁ ଯିବାକୁ ପଡୁଛି।  ଏନେଇ ସଂସାଦ ବଳଭଦ୍ର ମାଝୀଙ୍କୁ ଗ୍ରାମର ସମସ୍ୟାକୁ ଅବଗତ କରାଇଛନ୍ତି ଗ୍ରାମବାସୀ, ପ୍ରଶାସନ ସହିତ ଆଲୋଚନା କରି ସମସ୍ୟା ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି  ସଂସାଦ। ମୋହନ ସରକାର ଉପରେ ଭରଷା ରଖିଛନ୍ତି ଗ୍ରାମବାସୀ,ସମସ୍ୟାର ସମାଧାନ ହେବ ବୋଲି ବାନ୍ଧିଛନ୍ତି ଆଶା।


 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The cursed village of dark area M. P. V 16 | Argus News