Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବହୁଚର୍ଚ୍ଚିତ ଭିସୁଟ ପୁରାତନ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ଉପରୁ ହଟିଲା ପରଦା

Odisha

ବହୁଚର୍ଚ୍ଚିତ ଭିସୁଟ ପୁରାତନ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ଉପରୁ ହଟିଲା ପରଦା

Rashmita Mishra
Browse all articles by Rashmita Mishra
·1 year ago·1 min read
ବହୁଚର୍ଚ୍ଚିତ ଭିସୁଟ ପୁରାତନ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ଉପରୁ ହଟିଲା ପରଦା

ବହୁଚର୍ଚ୍ଚିତ ଭିସୁଟ ପୁରାତନ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ଉପରୁ ହଟିଲା ପରଦା। ମୁଖ୍ୟ ଅଭିଯୁକ୍ତ ପ୍ରୀତିମାନ୍ ଦେ କୁ ଗିରଫ କଲା ବୁର୍ଲା ପୋଲିସ। ପ୍ରୀତିମାନ ଙ୍କ ବାପା ପୂର୍ବ ସରକାରରେ ଗୃହ ବିଭାଗର ଉଚ୍ଚ ପଦବୀ ଅଧିକାରୀ ଥିଲେ। ନବୀନ ସରକାର ମାମଲାକୁ ଚାପି ଦେଇଥିବାର ଅଭିଯୋଗ ଆଣିଥିଲେ ପରିବାର ଲୋକେ।


ବହୁଚର୍ଚ୍ଚିତ ଭିସୁଟ ପୁରାତନ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ଉପରୁ ହଟିଛି ପରଦା । ମୁଖ୍ୟ ଅଭିଯୁକ୍ତ ପ୍ରୀତିମାନ୍ ଦେ ଗିରଫ । ପ୍ରୀତିମାନଙ୍କୁ ଗିରଫ କରିଛି ବୁର୍ଲା ପୋଲିସ । ପ୍ରୀତିମାନ ଙ୍କ ବାପା ପୂର୍ବ ସରକାରରେ ଗୃହ ବିଭାଗର ଉଚ୍ଚ ପଦବୀ ଅଧିକାରୀ ଥିଲେ । ଆଉ ଯେଉଁଥି ପାଇଁ ନବୀନ ସରକାର ମାମଲାକୁ ଚାପି ଦିଆଯାଇଥିବାର ଅଭିଯୋଗ ଆଣିଥିଲେ ପରିବାର ଲୋକେ । ଆଉ ପୋଲିସର ଭୂମିକାକୁ ନେଇ ସେତେବେଳେ ଉଠିଥିଲା ପ୍ରଶ୍ନ । ଆଉ ନୂଆ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଥିଲେ ପରିବାର ଲୋକେ । ଆଉ ନ୍ୟାୟ ଦେବାପାଇଁ କରିଥିଲେ ଗୁହାରି ।

ଆଉ ଏହି ମାମଲା ହାଇକୋର୍ଟକୁ ଯାଇଥିଲା । ଛାତ୍ରୀଙ୍କୁ ଅତି ବିଭିତ୍ସ ଭାବେ ଅସଦାଚରଣ କରି ହତ୍ୟା କରାଯାଇଥିବାର ସଙ୍ଗୀନ ଅଭିଯୋଗ କରିଥିଲେ ପରିବାର ଲୋକେ । ଏ ନେଇ ଅର୍ଗସରେ ବାରମ୍ବାର ଖବର ପ୍ରସାରଣ ହୋଇଥିଲା । ଆଉ ଅର୍ଗସ ଷ୍ଟୁଡିଓରେ ତାଙ୍କ ମା ଆଣିଥିଲେ ନବୀନ ସରକାର ବିରୋଧରେ ସଙ୍ଗୀନ ଅଭିଯୋଗ । ଗତବର୍ଷ ଫେବ୍ରୁଆରୀରରେ ଚିନ୍ମୟୀଙ୍କ ହୋଇଥିଲା ସନ୍ଦେହଜନକ ମୃତ୍ୟୁ । ବୁର୍ଲା ପିସି ବ୍ରିଜରୁ ଡେଇଁ ଚିନ୍ମୟୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଚିନ୍ମୟୀଙ୍କ ବେକରେ ଥିବା ଦାଗ ବଢାଇଥିଲା ସନ୍ଦେହ । ବିବାଦ ହେରକୁ ଆସିଥିଲେ ଚିନ୍ମୟୀଙ୍କ ବନ୍ଧୁ ପ୍ରିତିମାନ ଦେ । ଘରଲୋକଙ୍କ ଅଭିଯୋଗ ଥିଲା ଚିନ୍ମୟୀଙ୍କୁ ହତ୍ୟା କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-curtain-has-fallen-on-the-death-of-much-talked-about-former-student-chinmayi-vishut | Argus News