Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ମୟୂରଭଞ୍ଜ ମାଟିର ଝିଅ ଏବେ ଭାରତବର୍ଷର ରାଷ୍ଟ୍ରମୁଖ୍ୟ

Odisha

ମୟୂରଭଞ୍ଜ ମାଟିର ଝିଅ ଏବେ ଭାରତବର୍ଷର ରାଷ୍ଟ୍ରମୁଖ୍ୟ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ମୟୂରଭଞ୍ଜ ମାଟିର ଝିଅ ଏବେ ଭାରତବର୍ଷର ରାଷ୍ଟ୍ରମୁଖ୍ୟ

ଅର୍ଗସ ବ୍ୟୁରୋ:  5 ଦିନିଆ ଓଡିଶା ଗସ୍ତର ଶେଷ ଦୁଇ ଦିନ ନିଜ ଜନ୍ମମାଟି ମୟୂରଭଞ୍ଜରେ ବିତାଇଛନ୍ତି ରାଷ୍ଟ୍ରପତି । ଆଜି ଶେଷ ଦିନରେ ବାଙ୍ଗିରିପୋଷିଠାରେ କରିଛନ୍ତି 6400 କୋଟିରୁ ଅଧିକ ଟଙ୍କାର ବିକାଶମୂଳକ କାମର ଭିତ୍ତିସ୍ଥାପନ । ବାଙ୍ଗିରିପୋଷିରୁ ଗୋରୁମହିଷାଣି, ବାଦାମପାହାଡ଼ରୁ କେନ୍ଦୁଝରଗଡ଼ ଓ ବୁଢ଼ାମରାରୁ ଚାକୁଳିଆକୁ ରେଳ ସଂଯୋଗ ପାଇଁ 3ଟି ନୂତନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ରାଷ୍ଟ୍ରପତି । କହିଛନ୍ତି ଏହି ପ୍ରକଳ୍ପ ସବୁ ଜିଲ୍ଲାରେ ଯୋଗାଯୋଗ ଓ ବାଣିଜ୍ୟ ବୃଦ୍ଧି ଦିଗରେ ସହାୟକ ହେବ । ଦୂରଦର୍ଶନରେ ସାନ୍ତାଳୀ ଭାଷାରେ ଖବର ପ୍ରସାରଣ ଆରମ୍ଭ ହେବାକୁ ଯାଉଥିବାରୁ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି । ଯେଉଁଠି ବି ଥିଲେ ନିଜ ଅଞ୍ଚଳ ପାଇଁ କାମ କରିବାକୁ ଦେଇଛନ୍ତି ନିର୍ଭର ପ୍ରତିଶ୍ରୁତି ।

ରାଇରଙ୍ଗପୁରରେ ଜନଜାତି ବିକାଶ ଗବେଷଣା କେନ୍ଦ୍ର, ଦାଣ୍ଡବସ ଏୟାରଷ୍ଟ୍ରିପ୍ ଓ ସୁପରସ୍ପେଶାଲିଟି ହସ୍ପିଟାଲ ପାଇଁ ବି ଶିଳାନ୍ୟାସ କରିଛନ୍ତି ରାଷ୍ଟ୍ରପତି । ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଯୋଗ ଦେଇଥିଲେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଓ ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ । ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ, କେନ୍ଦୁଝର ସାଂସଦ ଅନନ୍ତ ନାୟକ, ରାଜ୍ୟସଭା ସାଂସଦ ମମତା ମହନ୍ତଙ୍କ ସମେତ ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ପ୍ରମୁଖ ବି ଏଥିରେ ଯୋଗ ଦେଇଥିଲେ ।

ଗତକାଲି ନିଜ ଗାଁ ଉପରବେଡ଼ା ସହ ରାଇରଙ୍ଗପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ମହାମହିମ। ଦେଶର ସର୍ବୋଚ୍ଚ ପଦରେ ଥାଇ ବି ନିଜ ଗାଁକୁ ଆସୁଛନ୍ତି। ସାଧାରଣ ଲୋକଙ୍କ ସହ ମିଶୁଛନ୍ତି, ହାତରେ ହାତ ମିଶାଇ ନାଚୁଛନ୍ତି । ନିଜ ସ୍କୁଲକୁ ଯାଇ ପିଲାଙ୍କ ସହ ଅନୁଭୂତି ବାଣ୍ଟୁଛନ୍ତି । ରାଷ୍ଟ୍ରପତିଙ୍କ ଏହି ନମ୍ରତା ସମସ୍ତଙ୍କୁ ଆକୃଷ୍ଟ କରିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
The daughter of Mayurbhanj soil is now the Head of State of India. | Argus News