Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସରିଗଲା ଡେଡଲାଇନ ହେଲେ ନିର୍ମାଣ ହୋଇପାରିଲାନି ସେତୁ

Ritu Das
Browse all articles by Ritu Das
·1 year ago·2 min read
ସରିଗଲା ଡେଡଲାଇନ ହେଲେ ନିର୍ମାଣ ହୋଇପାରିଲାନି ସେତୁ

ଅର୍ଗସ ବ୍ୟୁରୋ: ସରିଗଲା ଡେଡଲାଇନ ହେଲେ ନିର୍ମାଣ ହୋଇପାରିଲା ନାହିଁ ସେତୁ ଏବେ ବି ଅଧପନ୍ତରିଆ ହୋଇପଡିଛି ନିର୍ମାଣ ଧୀନ ସେତୁ ଅସୁବିଧା ଭୋଗୁଛନ୍ତି ଦୁର୍ଗମ ଲୋକେ ଆମେ କହୁଛୁ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ସରଡା ଗ୍ରାମର କଥା ଚାଲୁଣିଆ ନାଳର ଆରପଟେ ଥିବା ଦୁର୍ଗମ ଆଦିବାସୀ ଗାଁ ଗୁଡ଼ିକ ମଧ୍ୟରେ ଯୋଗସୂତ୍ର ରକ୍ଷା କରିବା ପାଇଁ ସରକାର ସେତୁ ତିଆରି କରିବାର ବ୍ୟବସ୍ଥା ରହିଛି । ହେଲେ ବର୍ଷ ପରେ ବର୍ଷ ବିତି ଯାଇଥିଲେ ବି ସେତୁ ନିର୍ମାଣ କାର୍ଯ୍ୟସମାପ୍ତି ତାରିଖ ହୋଇଥିଲେ ମଧ୍ୟ ଅଧାପନ୍ତରିଆ ପଡ଼ିରହିଛି। ଫଳରେ ପାଖାପାଖି 12 ରୁ ଉର୍ଦ୍ଧ୍ବ ଗ୍ରାମବାସୀ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ତୁମ୍ବା ଓ ବୁରାତାଲ ପଞ୍ଚାୟତର ଲୋକେ ବହୁ ବର୍ଷ ହେବ ଆଶା ବାନ୍ଧିଥିଲେ ନଦୀ ଉପରେ ସେତୁ ଟିଏ ହେବ ଆଉ ଅଞ୍ଚଳବାସୀ ଯିବା ଆସିବା କରିବେ। ପୂର୍ବ ସରକାର ସମୟରେ ସିଲେଇସିଙ୍ଗି ଗ୍ରାମ ନିକଟରେ ଚାଲୁଣିଆ ନାଳ ଉପରେ ଯୋଗାଯୋଗର ସୁବିଧା ପାଇଁ 2023 ମସିହାରେ 5,00,22,935 ଲକ୍ଷ ଟଙ୍କା ବ୍ୟୟରେ ସିଲେଇସିଙ୍ଗି ଲାଇଡା ସେତୁ ନିର୍ମାଣ କରିବା ଦାୟିତ୍ବ ଦିଆଯାଇଥିଲା ।


ସେତୁଟିର ନିର୍ମାଣ କାମ ଶେଷ 2024 ହୋଇଯାଇଥିଲେ ବି ସେତୁ ନିର୍ମାଣ ସମ୍ପୂର୍ଣ୍ଣ ହୋଇନାହିଁ । ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। କାରଣ ପ୍ରତିଦିନ ଏହି ନାଳ ଉପରେ ନିର୍ଭର କରୁଥିବା ତାଳବାଢ, ସରଡା , ରମ୍ପା, ଆଦି ଗ୍ରାମର ଲୋକେ ଏବେ ନାଳ ମଧ୍ୟ ଦେଇ ଯିବା ଆସିବା କରୁଛନ୍ତି । ଏହି ଲଘୁଚାପ ଜନିତ ବର୍ଷାରେ ଜଳସ୍ତର ବଢି ଥିବାରୁ ଯିବା ଆସିବା ରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲୋକ ଙ୍କ ଅଭିଯୋଗ ପ୍ରକାରେ କାର୍ଯ୍ୟରେ ବିଳମ୍ବ ଓ ନିମ୍ନମାନର ହେଉଥିବା ନେଇ ସ୍ଥାନୀୟ ଅଞ୍ଚଳବାସୀ ବିଭାଗକୁ ବହୁବାର ଗୁହାରି କରିବା ପରେ ବି କୌଣସି ସୁଫଳ ମିଳିନାହିଁ । ଏଠାକାର ଲୋକଙ୍କ ମୁଖ୍ୟ ବଜାର ହେଉଛି ଆନ୍ଧ୍ର ମନ୍ଦୁସା। ଉପର ମୁଣ୍ଡରେ ବର୍ଷା ହେଲେ ନଦୀରେ ଭରା ପାଣି ଆସିଲେ ଏହି ସବୁ ଗ୍ରାମର ଲୋକେ ମେଡ଼ିକାଲ, ହାଟପଦା ବଜାର, ସ୍କୁଲ ମାଷ୍ଟର ମାନେ ଯିବା ଆସିବା କରିବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେଣୁ ସେତୁଟିର ନିର୍ମାଣ କାମ ଶୀଘ୍ର ଶେଷ କରିବା ପାଇଁ ଲୋକେ ଦାବି କରୁଛନ୍ତି। ନୂଆ ସରକାରକୁ ଆମ ଅଞ୍ଚଳବାସୀ ଅନୁରୋଧ କରୁଛନ୍ତି ସେତୁ ନିର୍ମାଣ କାମ ଶୀଘ୍ର ସାରିବାକୁ। ଏପଟେ ସେତୁ ନିର୍ମାଣ ରେ ବିଳମ୍ବ ନେଇ ଆମେ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ ସେ ବାଇଟ ଦେବା ପାଇଁ ମନାକରି ଦେଇଥିଲେ। ଏହା ବିଷୟରେ ଠିକା ସଂସ୍ଥା ସହ ଆଲୋଚନା କରି ଖୁବ୍ ଶୀଘ୍ର କାମ ଶେଷ କରିବା ପାଇଁ ପଦକ୍ଷେପ ନେବେ ବୋଲି କହିଛନ୍ତି । ହେଲେ ଏପରି ଦିନ ପରେ ଦିନ ଗଡୁଥିବା ବେଳେ ସେତୁ କାମ କେବେ ଶେଷ ହେବ ତାହାକୁ ନେଇ ଅନିଶ୍ଚିତତା ବଢ଼ିବାରେ ଲାଗିଛି ।


Sponsored
The deadline has passed, and the bridge could not be constructed | Argus News