Videos
|
Odisha

ଆଶୀର୍ବାଦ ହତ୍ୟା ପଛର ସାଂଘାତିକ ସତ

Rashmita Mishra
Browse all articles by Rashmita Mishra
·1 year ago·2 min read
ଆଶୀର୍ବାଦ ହତ୍ୟା ପଛର ସାଂଘାତିକ ସତ

Key Points

ସାମ୍ନାକୁ ଆସିଲା ଆଶୀର୍ବାଦ ମୃତ୍ୟୁ ପଛର ସାଂଘାତିକ ସତ
ଧରାପଡ଼ିବା ଭୟରେ ହତ୍ୟା କଲା କାମାନ୍ଧ ପଡ଼ୋଶୀ ଦାଦା
ପ୍ରେସମିଟରେ ପୁରୀ ଏସପିଙ୍କ ଖୁଲାସା
100 ଟଙ୍କା ଦେବାର ଲୋଭ ଦେଇ ପ୍ରଭାକର ଦେଇଥିଲା ଯୌନ ନିର୍ଯାତନା
ଆଶୀର୍ବାଦ ଘରେ କହିଦେବ କହିବାରୁ ହତ୍ୟା କରି ପାଇଖାନା ଟାଙ୍କିରେ ଫିଙ୍ଗିଲା

ପୁରୀ ଏସପିଙ୍କ ଏ ସୂଚନା ଯେତିକି ସାଂଘାତିକ ସେତିକି ଭୟଙ୍କର । ପୁରୀ ପିପିଲି ଡେଲାଙ୍ଗ ଆଶୀର୍ବାଦ ହତ୍ୟା ମାମଲାରେ ଯେଉଁ ସତ ସାମ୍ନାକୁ ଆସିଛି ତାହା ଏକବିଂଶ ଶତାବ୍ଦୀର ସଭ୍ୟ ମଣିଷ ସମାଜ ପାଇଁ ଅତ୍ୟନ୍ତ ଲଜ୍ଜାଜନକ । କୌଣସି ଶତ୍ରୁତା ନ ଥିଲା, କିଛି ନିର୍ଦ୍ଦିଷ୍ଟ କାରଣ ନ ଥିଲା, କେବଳ ନିଜ କୁତ୍ସିତ ଯୌନ ଇଚ୍ଛା ପୂରଣ କରିବା ଏବଂ କେଳେଙ୍କାରୀ ଧରାପଡ଼ିବା ଭୟରେ 11 ବର୍ଷର ବାଳକକୁ ହତ୍ୟା କଲା ପଡ଼ୋଶୀ ଦାଦା।

6 ଦିନ ଧରି ନିଖୋଜ ଥିଲା ଆଶୀର୍ବାଦ । ଆଶଙ୍କାରେ ଥିଲେ ପରିଜନ । କିନ୍ତୁ ଆଶା ଥିଲା 11 ବର୍ଷର ପୁଅକୁ ସକୁଶଳ ଫେରିପାଇବେ । କିନ୍ତୁ ମୃତଦେହ ପାଇଖାନା ଟାଙ୍କିରୁ ମିଳିଲା ପରେ ଅସମ୍ଭାଳ ହୋଇଗଲା ସ୍ଥିତି । ଏମିତି ତ ବାପା, ମା ପ୍ରାୟ ସପ୍ତାହେ ହେଲା ଭୋକ ଶୋଷ ଭୁଲି ଯାଇଥିଲେ, ଏବେ ସମସ୍ତେ ହତବାକ୍ । ପୁରା ରତନପୁର ଗାଁରେ ଶୋକାକୂଳ ସ୍ଥିତି ।

ନାବାଳକ ନିଖୋଜ ପରେ ସନ୍ଧାନୀ କୁକୁର ସହାୟତାରେ ପୋଲିସ ତଦନ୍ତ ବେଳେ ଅଭିଯୁକ୍ତ ଉପରକୁ ଆସିଥିଲା। ସେଦିନ କିନ୍ତୁ ଗାଁରେ ନ ଥିଲା ପ୍ରଭାକର । ପୋଲିସ ତାକୁ ପ୍ରାଥମିକ ପଚରାଉଚୁରା କରି ଛାଡ଼ିଦେଇଥିବାବେଳେ କ୍ରାଇମବ୍ରାଞ୍ଚ ତଦନ୍ତ ଦାବିରେ ରବିବାର 6 ଘଣ୍ଟା ଧରି ରାସ୍ତା ରୋକୋ କରିଥିଲେ ଗ୍ରାମବାସୀ। ତାପରେ ଭୟରେ ପ୍ରଭାକର ନିଜ ଫୋନ୍ ସ୍ବିଚ୍ ଅଫ୍ କରିଦେବାରୁ ବଢ଼ିଥିଲା ପୋଲିସର ସନ୍ଦେହ। ତା ପରେ ମୋବାଇଲ୍ ଟ୍ରାକ୍ କରି ଟାଙ୍ଗିସ୍ଥିତ ଏକ ଢାବାରୁ ଗିରଫ କଲା।

ତାରି ବୟାନ ଆଧାରରେ ହିଁ ପାଇଖାନା ଟାଙ୍କିରୁ ଆଶୀର୍ବାଦର ମୃତଦେହ ଉଦ୍ଧାର କରାଗଲା । ଶିଶୁର ଗୁପ୍ତାଙ୍ଗରେ କ୍ଷତ ଥିବାରୁ ଯୌନ ନିର୍ଯାତନା ନେଇ ସନ୍ଦେହ କରିଥିଲା ପୋଲିସ। ଜେରାରେ ସବୁ ସତ ମାନିଲା କାମାନ୍ଧ ପ୍ରଭାକର। ପୋଲିସ କହିଛି କେବଳ ପ୍ରଭାକର ହିଁ ମାମଲାରେ ସମ୍ପୃକ୍ତ । ଖୁବ୍ ଶୀଘ୍ର ଚାର୍ଜସିଟ୍ ପ୍ରସ୍ତୁତ କରିବ ପୋଲିସ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
the-deadly-truth-behind-the-killing-of-deeksha | Argus News