ଆଜି ମହାନ ବିପ୍ଳବୀ ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ଦିବସ

ଅର୍ଗସ ବ୍ୟୁରୋ: ଆଜି ମହାନ ବିପ୍ଳବୀ ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ଦିବସ । ପାଇକ ବିଦ୍ରୋହର ମହାନାୟକ ବକ୍ସି ବିଦ୍ୟାଧର ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପାଇଁ ଆୟୋଜିତ ହେଉଛି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ । ୧୮୨୯ ଜାନୁଆରୀ ୨୪ ତାରିଖରେ ବକ୍ସି ଜଗବନ୍ଧୁ ଇହଲୀଳା ସମ୍ବରଣ କରିଥିଲେ । ଇଂରେଜମାନ୧୮୦୪ ଖ୍ରୀଷ୍ଟାବ୍ଦରେ ଖୋର୍ଦ୍ଧାର ଶେଷ ସ୍ବାଧୀନ ରାଜା ମୁକୁନ୍ଦଦେବଙ୍କୁ ଗାଦିଚ୍ୟୁତ କରି ତାଙ୍କର ରାଜ୍ୟକୁ ଇଂରେଜ ଶାସନାଧୀନ ଅଞ୍ଚଳ ସହିତ ମିଶାଇ ଦେଇଥିଲେ ।
୧୮୧୭ ମସିହାରେ ଇଂରେଜମାନେ ଘୁମୁସର ରାଜା ଧନଞ୍ଜୟ ଭଞ୍ଜଙ୍କୁ ଏକ ହତ୍ୟା ମାମଲାରେ ଗିରଫ କରିବା ପରେ ପ୍ରତିବାଦରେ ଖୋର୍ଦ୍ଧାର ପାଇକମାନେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ବରେ ବିଦ୍ରୋହ ଆରମ୍ଭ କରିଥିଲେ । ଇଂରେଜମାନଙ୍କ ଅନ୍ୟାୟ ନୀତି ଓ ନିର୍ଯାତନା ବିରୋଧରେ ରଣ ହୁଙ୍କାର ଦେଇଥିଲେ ବକ୍ସି ଜଗବନ୍ଧୁ । ୧୭୭୩ ମସିହାରେ ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ରୋଡ଼ଙ୍ଗ ଗ୍ରାମରେ ବକ୍ସି ଜନ୍ମଗ୍ରହଣ କରିଥିଲେ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: