Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବଢ଼ୁଛି କୋଟପାଡ଼ ହ୍ୟାଣ୍ଡଲୁମ-ଗୋପାଳପୁର ଟସର-ହବସପୁରୀ-ବମକେଇ ଶାଢ଼ୀର ଚାହିଦା

Odisha

ବଢ଼ୁଛି କୋଟପାଡ଼ ହ୍ୟାଣ୍ଡଲୁମ-ଗୋପାଳପୁର ଟସର-ହବସପୁରୀ-ବମକେଇ ଶାଢ଼ୀର ଚାହିଦା

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ବଢ଼ୁଛି କୋଟପାଡ଼ ହ୍ୟାଣ୍ଡଲୁମ-ଗୋପାଳପୁର ଟସର-ହବସପୁରୀ-ବମକେଇ ଶାଢ଼ୀର ଚାହିଦା

ରାଜ୍ୟରେ ବିଜେପି ସରକାର ଆସିବା ପରେ ନୂଆ ଓଡ଼ିଶା ଗଠନ ପାଇଁ ପଡିସାରିଛି ଭିତ୍ତିଭୂମି। ୨୦୩୬ରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ୧୦୦ ବର୍ଷ ପୂରଣ ହେବାକୁ ଯାଉଥିବା ବେଳେ ପ୍ରତ୍ୟେକଟି କ୍ଷେତ୍ରରେ ଓଡ଼ିଶାକୁ ଏକ ନମ୍ବର କରାଇବାକୁ ଲକ୍ଷ୍ୟ ରଖିଛନ୍ତି ଡବଲ୍ ଇଞ୍ଜିନ୍ ସରକାର। ରାଜ୍ୟର ଅର୍ଥନୀତିକୁ ନୂଆ ଦିଶା ଦେଖାଇବାକୁ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ୍। ଯେଉଁଥିରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଉଛି ରାଜ୍ୟର ହସ୍ତତନ୍ତ। ହାତବୁଣା ସାମଗ୍ରୀର ବିଶ୍ଵ ବଜାରରେ ପ୍ରଚାର ପ୍ରସାର କରିବାକୁ ସରକାର ବିଭିନ୍ନ ପଦକ୍ଷେପ ନେବା ବି ଆରମ୍ଭ କରିଛନ୍ତି।

ଯେମିତି ସମୃଦ୍ଧ ଆମ ରାଜ୍ୟର କଳା ସଂସ୍କୃତି, ସେମିତି ପ୍ରସିଦ୍ଧ ଆମର ହସ୍ତତନ୍ତ। ଜାତୀୟ ତଥା ବିଶ୍ବସ୍ତରରେ ରାଜ୍ୟକୁ ଅନନ୍ୟ ପରିଚୟ ଦେଇଛି ଓଡ଼ିଶାର ହସ୍ତତନ୍ତ। କୋଟପାଡ଼ ହ୍ୟାଣ୍ଡଲୁମ, ଗୋପାଳପୁର ଟସର, ହବସପୁରୀ, ବମକେଇ ଶାଢ଼ୀ, ଧଳାପଥର ଶାଢ଼ି, ଖଣ୍ଡୁଆ ଶାଢ଼ୀ, ବାନ୍ଧ ଶାଢ଼ୀକୁ ଏଥିପାଇଁ ତ ମିଳିଛି ଜିଆଇ ଟ୍ୟାଗ୍ । ଦିନକୁ ଦିନ ବଢ଼ିଚାଲିଛି ଏସବୁ ହାତବୁଣା ବସ୍ତ୍ରର ଚାହିଦା ।

ଗୋଟିଏ ପଟେ ଅନନ୍ୟ ପରିଚୟ ଅନ୍ୟପଟେ ରାଜ୍ୟର ଅର୍ଥନୀତି ପାଇଁ ବୁଷ୍ଟର ଡୋଜ୍ ଭଳି କାମ କରୁଛି ହସ୍ତତନ୍ତ । ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନ୍ୟ ବରିଷ୍ଠ ରାଜନେତା ଓ ବିଶିଷ୍ଟ ବ୍ୟକ୍ତିମାନେ ଅନେକ ସମୟରେ ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ସାମଗ୍ରୀ ପରିଧାନ କରିବା ସହ ପ୍ରଚାର ପ୍ରସାର କରୁଥିବା ଦେଖିବାକୁ ମିଳେ।

ଓଡ଼ିଶାର ହସ୍ତତନ୍ତକୁ ବିଶ୍ବ ବଜାରରେ ଆହୁରି ପରିଚିତ କରାଇବାକୁ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି ରାଜ୍ୟର ବିଜେପି ସରକାର। ଓଡ଼ିଆ ପକ୍ଷରେ ପାରମ୍ପରିକ ପୋଷାକ ପରିଧାନ କରିବାକୁ ଆହ୍ୱାନ ଦିଆଯାଇଛି।

ପ୍ରକୃତିର ଏକକୁ ଆରେକ ପ୍ରାକୃତିକ ବିଭବ, ଅମାପ ଅମୂଲ୍ୟ ଖଣିଜ ସମ୍ପଦରେ ପରିପୂର୍ଣ୍ଣ ରାଜ୍ୟରେ ରହିଛି ଅପାର ସୁଯୋଗ ଓ ସମ୍ଭାବନା। କିନ୍ତୁ ୨୪ ବର୍ଷ ଧରି ରାଜ୍ୟରେ ଶାସନ କରିଥିବା ବିଜେଡି ସରକାର ଅମଳରେ ରାଜ୍ୟର ଲକ୍ଷ ଲକ୍ଷ ହସ୍ତତନ୍ତ କାରିଗର ଅବହେଳିତ ଅବସ୍ଥାରେ ରହିଥିଲେ । ନା ସେମାନଙ୍କୁ ମିଳୁଥିଲା ସମ୍ମାନ ନା ଦିଆଯାଉଥିଲା ପ୍ରୋତ୍ସାହନ। ତେବେ ବିଜେପି ସରକାର ଆସିବା ଦିନଠାରୁ ବୁଣାକାର ଭାଇ ଭଉଣୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବା ସହ ସେମାନଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀ ପାଇଁ ଉପଯୁକ୍ତ ବଜାର ବ୍ୟବସ୍ଥା କରାଯାଉଛି।

ହସ୍ତତନ୍ତ ପଛରେ ଆମେ ପାରମ୍ପରିକ ଶବ୍ଦ ବ୍ୟବହାର କରୁଥିବା ବେଳେ ସମୟ ସହ ତାଳ ଦେଇ ଓଡ଼ିଶାର ହ୍ୟାଣ୍ଡଲୁମ୍ ଏବେ ଫ୍ୟୁଜନ ଫର୍ମରେ ମାର୍କେଟକୁ ଆସିଛି । କେବଳ ଶାଢ଼ୀ, କୁର୍ତ୍ତାରେ ସୀମିତ ନରହି ଇଣ୍ଡୋ-ଓ୍ଵେଷ୍ଟର୍ଣ୍ଣ ଭଳି ଆଧୁନିକ ବସ୍ତ୍ର ଭୂଷଣରେ ହସ୍ତତନ୍ତର ଛିଟା ଦେଖିବାକୁ ମିଳୁଛି । ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଓ୍ଵାକାଥନ ଓ ମାରାଥନ ଜରିଆରେ ଏସବୁର ବ୍ୟାପକ ପ୍ରଚାର ପ୍ରସାର କରାଯାଉଛି। ଓଡ଼ିଶାର ପାରମ୍ପରିକ ପୋଷାକକୁ ବିଶ୍ଵ ବଜାରରେ ବ୍ୟାପକ ପ୍ରଚାର ପ୍ରସାର କରାଇବା ସହ ରାଜ୍ୟର ହସ୍ତଶିଳ୍ପ ଏବଂ କାରିଗରଙ୍କର ଅର୍ଥନୀତିକୁ ନୂଆ ଦିଶା ଦେଖାଇବାକୁ ସାରଥୀ ସାଜିଛନ୍ତି ରାଜ୍ୟ ସରକାର।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The demand for Kotpad Handloom-Gopalpur Tasar-Havaspuri-Bamkei Sarees is increasing. | Argus News