ବଢୁଛି ଦେଶୀ ରାକ୍ଷୀର ଚାହିଦା

ଭୁବନେଶ୍ୱର: ରାକ୍ଷୀ...ଇଏ କେବଳ ଗୋଟିଏ ପର୍ବ ନୁହେଁ ବରଂ ଭାଇ-ଭଉଣୀ ଭିତରେ ଥିବା ପବିତ୍ର ବନ୍ଧନର ସାକ୍ଷୀ । ସେଇଥି ଲାଗି ତ ପ୍ରତିବର୍ଷ ଏହି ସ୍ଵତନ୍ତ୍ର ଦିନକୁ ଚାତକ ପରି ଚାହିଁ ରହିଥାଆନ୍ତା ଭାଇ-ଭଉଣୀ । ଏବେ ଡିଜିଟାଲ ମାର୍କେଟ୍ ଯୁଗରେ ଡିଜିଟାଲ ରାକ୍ଷୀ ତ ସମସ୍ତେ କିଣୁଛନ୍ତି, ହେଲେ ଦେଶୀ ରାକ୍ଷୀର ଚାହିଦା କିନ୍ତୁ ଟିକିଏ ବି କମିନି । ସେଇଥି ଲାଗି ତ ଦେଶୀ ରାକ୍ଷୀ ନେବାକୁ ଏବେ ଅର୍ଡର ଆସୁଛି ଧାଏଁ ଧାଏଁ। ଖୋର୍ଦ୍ଧା ଜିଲ୍ଲା ଖଣ୍ଡୋଳର ଝିଅ ପ୍ରାଚୀଙ୍କ ହାତ ତିଆରି ରାକ୍ଷୀରେ ମନ ମହୁଛି । ଦିଲ୍ଲୀରୁ ଆହ୍ଲାବାଦ, କଲିକତାରୁ ଗୁଜୁରାଟ ସବୁଠୁ ଆସୁଛି ପ୍ରାଚୀଙ୍କ ହାତ ତିଆରି ଜଗନ୍ନାଥ ରାକ୍ଷୀର ଅର୍ଡ଼ର.। ମାଳି, କଉଡ଼ି, ସୁତା, କାଚ ଖଣ୍ଡରେ ଖୁବ ଆକର୍ଷଣୀୟ ରାକ୍ଷୀ ତିଆରି କରି ଭଲ ଦୁଇ ପଇସା ରୋଜଗାର କରନ୍ତି ପ୍ରାଚୀ।
ବର୍ଷକୁ ଥରେ ଆସେ ରକ୍ଷାବନ୍ଧନ। ହେଲେ ଏଥର ରାକ୍ଷୀ ବଜାର ଖାଁ ଖାଁ। ଆଗ ଭଳି ଗହଳି ଚହଳି ନାଇଁ। online ରାକ୍ଷୀର ଡିମାଣ୍ଡ ଆଗରେ ଫିକା ପଡୁଛି ବ୍ୟବସାୟ.। ଭାଇ ପାଇଁ ଆଉ ଆଗ ଭଳି ବାଛି ବାଛି ରାକ୍ଷୀ ନେବାକୁ ସମୟ ନାହିଁ ବୋଲି କୁହନ୍ତି ବଜାରରେ ରାକ୍ଷୀ ଦୋକାନ କରିଥିବା ବ୍ୟବସାୟୀ। ବ୍ୟସ୍ତବହୁଳ ସମାଜରେ ସମ୍ପର୍କ ପାଇଁ ବି ଆଉ ସମୟ ଅଣ୍ଟୁନି ବୋଲି ଦୁଃଖର ସହ କୁହନ୍ତି କେହି କେହି ଗରାଖ । ସବୁ ପର୍ବ ପଛରେ ଥାଏ ଅନେକ ଆନ୍ତରିକତା ଓ କିଛି ଲୋକ କଥା। .ଆମେ ଚାହିଁବା ଯେ ରାକ୍ଷୀ ଏମିତି ଯୁଗ ଯୁଗ ଭାଇ ଭଉଣୀର ଅତୁଟ ସମ୍ପର୍କକୁ ବାନ୍ଧିରଖୁ ନିବିଡ଼ତାର ସହ. .ଭାଇ ହେଉଥାଉ ଭଉଣୀର ରକ୍ଷା କବଚ।
ଅଧିକ ଦେଖନ୍ତୁ :