Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପଇସା ନଦେଇଥିଲେ ବି ବିଦ୍ୟୁତ କାଟ୍‌ କରିପାରିବନି ବିଭାଗ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ପଇସା ନଦେଇଥିଲେ ବି ବିଦ୍ୟୁତ କାଟ୍‌ କରିପାରିବନି ବିଭାଗ

ଗ୍ରୀଷ୍ମ ପ୍ରବାହ ସମୟରେ ବିଦ୍ୟୁତ କାଟ୍ ନ କରିବାକୁ ନିର୍ଦ୍ଦେଶ ଦେଲେ ଉପ-ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କେଭି ସିଂହଦେଓ । ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଆଶ୍ବସ୍ତି ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ । ଗ୍ରୀଷ୍ମ ପ୍ରବାହ ସମୟରେ ବିଦ୍ୟୁତ କାଟ ନ କରିବାକୁ ନିର୍ଦ୍ଦେଶ ଦେବା ସହ କାଳବୈଶାଖୀ କାରଣରୁ କିଛି ସ୍ଥାନରେ ବିଦ୍ୟୁତ୍ ବ୍ୟାହତ ହେଉଥିଲେ ବି ତୁରନ୍ତ ସମାଧାନ କରାଯାଉଛି ବୋଲି ସେ କହିଛନ୍ତି ।

ଖୁଣ୍ଟି ପଡ଼ିଗଲେ ଅଳ୍ପ ସମୟ ମଧ୍ୟରେ ସମାଧାନ କରାଯାଇ ବିଦ୍ୟୁତ ଯୋଗାଇ ଦିଆଯାଉଛି । ଚଳିତ ଥର ଭଲ ଭାବରେ ବିଦ୍ୟୁତ୍ ପରିଚାଳନା କରାଯାଉଛି । ସେହିପରି ବକେୟା ବିଦ୍ୟୁତ୍ ବିଲ୍ ପ୍ରଦାନ କରିନଥିଲେ ବି ଏବେ ବିଦ୍ୟୁତ୍ ସଂଯୋଗ କଟାଯିବ ନାହିଁ । କିନ୍ତୁ ଉପଭୋକ୍ତାଙ୍କୁ ବକେୟା ବିଦ୍ୟୁତ ବିଲ ପ୍ରଦାନ କରିବାକୁ ପଡ଼ିବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କେଭି ସିଂହଦେଓ ।

ଅନ୍ୟପଟେ ଆସନ୍ତା ଦୁଇ ଦିନ ମଧ୍ୟରେ ସ୍କୁଲ ବନ୍ଦ ନେଇ ଆସିପାରେ ନିଷ୍ପତ୍ତି । ପ୍ରଥମ ପର୍ଯ୍ୟାୟରେ ମେ ୬ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଦିନେ ଦୁଇ ଦିନ ମଧ୍ୟରେ ନିଷ୍ପତ୍ତି ନିଆଯିବ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଭିନ୍ନ ବିଭାଗର ସଚିବଙ୍କ ସହ ଆଲୋଚନା କରିଛନ୍ତି ରାଜସ୍ଵ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ସେହିପରି ଖରା ବଢିଲେ ଆବଶ୍ୟକ ସ୍ଥଳେ ଅଙ୍ଗନୱାଡ଼ି ଛୁଟି ହେବ ।

ସେପଟେ ଆଗାମୀ ପାଞ୍ଚ ଦିନ ପାଇଁ ହିଟୱେଭ୍ ଓ ତିନି ଦିନ ସିଭିଅର ହିଟ୍ ୱେଭ୍ ଆଲର୍ଟ ଜାରି କରିଛି ଆଂଚଳିକ ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା ପାଇଁ ୫ ଜିଲ୍ଲାକୁ ସିଭିୟର ହିଟ ୱେଭ୍ ନେଇ ଅରେଞ୍ଜ ଆଲର୍ଟ ଜାରି କଲା ପାଣିପାଗ ବିଭାଗ । ସେହିସବୁ ଜିଲ୍ଲା ଗୁଡ଼ିକ ହେଲା ବୌଦ୍ଧ,ଝାରସୁଗୁଡ଼ା, ବଲାଙ୍ଗିର,ସୁନ୍ଦରଗଡ଼, ସମ୍ବଲପୁର । ଏଥିସହ 4 ଜିଲ୍ଲାକୁ ୟେଲୋ ଆଲର୍ଟ, 11 ଜିଲ୍ଲାକୁ ଉଷ୍ମ ଓ ଆଦ୍ର ସ୍ଥିତି ନେଇ ୟଲୋ ଆଲର୍ଟ ଜାରି କରାଯାଇଛି । ବେଶୀ ଜରୁରୀ ନଥିଲେ ଘରୁ ନବାହାରିବାକୁ ଆଲର୍ଟ ଜାରି କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The department cannot cut off electricity even if the money is not paid. | Argus News