Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବଦଳିବ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଡିଜାଇନ

Rashmita Mishra
Browse all articles by Rashmita Mishra
·1 year ago·1 min read
ବଦଳିବ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଡିଜାଇନ

ଅର୍ଗସ ବ୍ୟୁରୋ: ବଦଳିବ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଡିଜାଇନ । ନୂଆ ଡିଜାଇନ ନେଇ ଆଲୋଚନା ଚାଲିଥିବା କହିଛନ୍ତି ଆଇନ ମନ୍ତ୍ରୀ । ଲୋକଙ୍କ ଧର୍ମୀୟ ଭବନାକୁ ଦେଖି ନିଷ୍ପତ୍ତି ନିଆଯିବ । ଘୃତ ଯଜ୍ଞ, ଅନ୍ନ ଯଜ୍ଞ, ଜ୍ଞାନ ଯଜ୍ଞ ମଣ୍ଡପ ନିର୍ମାଣ କରାଯବ । 2-3 ମାସ ଭିତରେ ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। 

 ସେପଟେ ନୂଆବର୍ଷରେ ଶୃଙ୍ଖଳିତ ଦର୍ଶନ ପାଇଁ ବଡ଼ ନିଷ୍ପତ୍ତି ନିଆଯାଇଛି ।  ଏଣିକି ନାଟମଣ୍ଡପରେ ଗରୁଡ଼ ସ୍ତମ୍ଭରୁ ବାହାର କାଠ ପର୍ଯ୍ୟନ୍ତ ଯେଉଁଠି ଠିଆ ହେଲେ ବି ମହାପ୍ରଭୁଙ୍କ ଦର୍ଶନ ହୋଇ ପାରିବ । ଏହା ଦ୍ବାରା ଆଉ ହେବନାହିଁ ଠେଲା ପେଲା । ଭକ୍ତ ମନ୍ଦିରର ଗୋଟିଏ ପଟେ ପଶିଲେ ଆର ପଟ ରାସ୍ତାରେ ବାହାରିବେ । ଶୃଙ୍ଖଳିତ ଦର୍ଶନ ପାଇଁ ଭକ୍ତ ଓ ଜଗନ୍ନାଥ ପ୍ରେମୀଙ୍କ ସହଯୋଗ ଲୋଡ଼ିଛନ୍ତି ଆଇନ ମନ୍ତ୍ରୀ । ଦିବ୍ୟାଙ୍ଗ ଓ ଅତି ବୃଦ୍ଧଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବି ଖୁବଶୀଘ୍ର ନୂଆ ବ୍ୟବସ୍ଥା ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-design-of-the-parikrama-project-of-puri-shrimandir-will-be-changed | Argus News