Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପୁରା ସୁରକ୍ଷା ବ୍ୟବସ୍ଥା ତଦାରଖ କରୁଛନ୍ତି ପୋଲିସ ଡିଜି

Odisha

ପୁରା ସୁରକ୍ଷା ବ୍ୟବସ୍ଥା ତଦାରଖ କରୁଛନ୍ତି ପୋଲିସ ଡିଜି

Rashmita Mishra
Browse all articles by Rashmita Mishra
·1 year ago·1 min read
ପୁରା ସୁରକ୍ଷା ବ୍ୟବସ୍ଥା ତଦାରଖ କରୁଛନ୍ତି ପୋଲିସ ଡିଜି

Key Points

  •  ହାଇସିକ୍ୟୁରିଟି ଜୋନରେ ରାଜଧାନୀ
  • ସହର ସାରା ଛାଇ ଗଲେଣି ପୋଲିସ
  • କେଉଁଠି ବନ୍ଧୁକ ଧାରୀ ପୋଲିସ ଆଉ କେଉଁଠି ସାଧା ପୋଷାକଧାରୀ
  • ପୁରା ସୁରକ୍ଷା ବ୍ୟବସ୍ଥା ତଦାରଖ କରୁଛନ୍ତି ପୋଲିସ ଡିଜି

ଅର୍ଗସ ବ୍ୟୁରୋ: କଡା ସୁରକ୍ଷା ବଳୟ ଭିତରେ ରାଜଧାନୀ ଭୁବନେଶ୍ୱର । ଆସନ୍ତାକାଲିଠୁ ଆରମ୍ଭ ହେଉଛି ଶୀତ କାଳୀନ ଅଧୀବେଶନ । ସେଥିପାଇଁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ପୋଲିସ ଡିଜି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସାଙ୍ଗକୁ ବିଧାନସଭା ପାଇଁ ରାଜଧାନୀରେ ମୁତୟନ ହେବେ 30ପ୍ଲାଟୁନ ଫୋର୍ସ । 300 ଜଣ ବରିଷ୍ଠ ପୋଲିସ ଅଧିକାରୀ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବେ । ବିଧାନସଭା ସମୟରେ ଯେଭଳି କୌଣସି ଅପ୍ରୀତିକର ପରିସ୍ଥିତି ନୁପୁଜିବ ସେଥିପାଇଁ ମଧ୍ୟ ନଜର ରଖିଛି ପୋଲିସ ।

ସେପଟେ 29 ତାରିଖ ରୁ ଭୁବନେଶ୍ବରରେ ପ୍ରଥମଥର ପାଇଁ ହେବ ଡିଜି ଆଇଜି ସମ୍ମିଳନୀ । 3 ଦିନ ଧରି ହେବାକୁ ଥିବା ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା , ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ ସମେତ ସବୁ ରାଜ୍ୟର ଡିଜି ଓ ବହୁ ବରିଷ୍ଠ ଅଧିକାରୀ ଯୋଗଦେବେ । ବ୍ଲୁ ବୁକ ଅନୁସାରେ ପ୍ରଧାନମନ୍ତ୍ରୀ ଙ୍କ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଲୋକସେବା ଭବନ ସମେତ ଆଖ ପାଖ ଅଞ୍ଚଳକୁ ସିଲ କରି ଦିଆଯାଇଛି । 

ଗୋଟିଏ ପଟେ ବିଧାନସଭା ଅନ୍ୟ ପଟେ ଡିଜି ଆଇଜି ସମ୍ମିଳନୀ । ଏହି ସମୟ ଭିତରେ ଯେଭଳି ଭୁବନେଶ୍ବର ସମେତ ସାରା ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ନପୁଜେ ସେଥିପାଇଁ ସ୍ପେଶାଲ ଡ୍ରାଇଭ କରି ପେସାଦର ଅପରାଧୀଙ୍କ ଉପରେ ନଜର ରଖିଛି ପୋଲିସ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The DG of Police is overseeing the entire security arrangements. | Argus News