Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜିଲ୍ଲାରେ କେତେ ଜମି ଦୁର୍ବ୍ୟବହାର କରୁଛନ୍ତି ତାର ରିପୋର୍ଟ ଦେବେ ଜିଲ୍ଲାପାଳ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଜିଲ୍ଲାରେ କେତେ ଜମି ଦୁର୍ବ୍ୟବହାର କରୁଛନ୍ତି ତାର ରିପୋର୍ଟ ଦେବେ ଜିଲ୍ଲାପାଳ

Key Points

ବ୍ୟବହାର କରିନଥିବା ଜମି ଫେରାଇବେ ଶିଳ୍ପାନୁଷ୍ଠାନ

କେତେ ଦୁର୍ବ୍ୟବହାର କରୁଛନ୍ତି ତାର ରିପୋର୍ଟ 2 ମାସ ଭିତରେ ଦେବେ ଜିଲ୍ଲାପାଳ


ବ୍ୟବହାର କରିନଥିବା ଜମି ଫେରାଇବେ ଶିଳ୍ପାନୁଷ୍ଠାନ । ଜିଲ୍ଲାରେ କେତେ ଜମି ଶିଳ୍ପ ସଂସ୍ଥା ନେଇଥିଲେ, କେତେ ବ୍ୟବହାର କରିଛନ୍ତି ଓ କେତେ ଦୁର୍ବ୍ୟବହାର କରୁଛନ୍ତି ତାର ରିପୋର୍ଟ 2 ମାସ ଭିତରେ ଦେବେ ଜିଲ୍ଲାପାଳ। ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୂରେଶ ପୂଜାରୀ। ଖୁବଶୀଘ୍ର ରାଜସ୍ୱ ବିଭାଗ ଓ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏନେଇ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖିବେ । ଶିଳ୍ପାନୁଷ୍ଠାନ ମାନେ ଶିଳ୍ପ ପ୍ରତିଷ୍ଠା ପାଇଁ ଆବଶ୍ୟକତା ଠାରୁ ଅଧିକ ଜମି ନେଇଛନ୍ତି । ଆଉ ସେହି ଜମିକୁ 10 - 15 ବର୍ଷ ଯାଏଁ ରଖିଲା ପରେ ମଧ୍ୟ ବ୍ୟବହାର କରିନାହାନ୍ତି ।


ପୂର୍ବ ସରକାରରେ କୌଣସି ଶିଳ୍ପର ଦେଖା ଦର୍ଶନ ନାହିଁ । ରାଜସ୍ୱ ବିଭାଗକୁ 2 ମାସ ସମୟ ଦିଆଯାଇଛି । ବିଭାଗ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେବେ । ଆଇନ ଅନୁଯାୟୀ ଜମି ଗୁଡ଼ିକୁ ଫେରାଇ ଆଣିବେ ସରକାର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-district-collector-will-report-on-how-much-land-is-being-misused-in-the-district | Argus News