Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅଧା ରହିଗଲା ସ୍ୱପ୍ନ, କଥା ଦେଇ କଥା ରଖିଲାନି ପ୍ରଶାସନ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଅଧା ରହିଗଲା ସ୍ୱପ୍ନ, କଥା ଦେଇ କଥା ରଖିଲାନି ପ୍ରଶାସନ

ଅର୍ଗସ ବ୍ୟୁରୋ:  ପୂରଣ ହେବ ବାସୁଦେବପୁର ବାସୀଙ୍କ ସ୍ୱପ୍ନ । ବାସୁଦେବପୁର ରେ ହେବ ଅତ୍ୟାଧୁନିକ ସ୍ମାର୍ଟ ପାର୍କ । ଏଥିପାଇଁ ଅର୍ଥ ମଞ୍ଜୁର ପରେ ବି ରାଜନୈତିକ ଇଛାଶକ୍ତି ଓ ପ୍ରଶାସନର ଅବହେଳା କାରଣରୁ ଅଧାରେ ଅଟକିଛି ପ୍ରକଳ୍ପ । ବାସୁଦେବପୁର ପୌରପାଳିକାର ହେଇଥିବା ସ୍ମାର୍ଟ ପାର୍କ ର ଦୃଶ୍ୟ । ଯାହା ଏବେ ପ୍ରଶାସନିକ ଅବହେଳା ଓ ରାଜନୈତିକ ଇଛାଶକ୍ତି ଅଭାବରୁ କାମ ହେଇନପାରି ବନ୍ଦ ହେଇ ପଡିରହିଛି । ଫଳରେ ଏହା ଏବେ ବଣ ଜଙ୍ଗଲ ରେ ଭର୍ତି ହେଇଜାଇଛି । ଓ ପଶୁ ପକ୍ଷୀଙ୍କ ଚାରା ଭୂମି ପାଲଟିଛି ।

ଯେଉଁ ସ୍ମାର୍ଟ ପାର୍କ ପାଇଁ ବାସୁଦେବପୁର ବାସି ଦୀର୍ଘ ଦିନ ଧରି ଦାବି କରି ଆସୁଥିଲେ । ସ୍ୱପ୍ନ ମଧ୍ୟ ଦେଖୁଥିଲେ । ବହୁ ଦାବି ପରେ ପୂର୍ବ ସରକାରଙ୍କ ସମୟରେ ଗତ 2022 ମସିହା ଅଗଷ୍ଟ ମାସରେ ବିଜେଡିର ବିଧାୟକ, ସାଂସଦ ଓ ମନ୍ତ୍ରୀଙ୍କ ଦ୍ୱାରା ଶିଳାନ୍ୟାସ କରାଯାଇଥିଲା । ଆଉ ଏହି କାମ ପାଇଁ ପ୍ରଥମେ ପାଖାପାଖି 85 ଲକ୍ଷ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ ମୂଲ୍ୟ ଧାର୍ଯ୍ୟ କରାଯାଇଥିଲା । ପରେ ପୁଣି 4ଟି ପର୍ଯ୍ୟାୟରେ 33ଲକ୍ଷରୁ ଟଙ୍କା ଖର୍ଚ୍ଚ ହେଇଥିବା ଫଳକ ଲଗାଯାଇଛି । ହେଲେ ଅଧା ପନ୍ତରିଆ ଭାବେ ପଡି ରହିଛି ଏହି ପ୍ରକଳ୍ପ । ସେମିତି ବାସୁଦେବପୁର ବାସୀଙ୍କ ସ୍ୱପ୍ନ ସ୍ୱପ୍ନରେ ରହିଯାଇଛି । ପ୍ରଥମେ ପ୍ରକଳ୍ପଟି ପୌରପାଳିକାର ବିନ୍ଧାଆଡ଼ି ଠାରେ ହେବାକୁ ସ୍ଥିର କରାଯାଇଥିଲା ।

ହେଲେ ଆବଶ୍ୟକୀୟ ଭିତ୍ତିଭୂମି ଅଭାବରୁ ପ୍ରକଳ୍ପଟିକୁ ସାନ୍ତାଣୀ ପୋଖରୀ ନିକଟରେ ହେବାକୁ ସ୍ଥିର କରାଗଲା । 12ଏକର ସରକାରୀ ଜମି ସହ ପୋଖରୀ ଥିବା ସାନ୍ତାଣୀ ପୋଖରୀ ନିକଟରେ ଧାର୍ଯ୍ୟ ପରେ କାମ ଆରମ୍ଭ ହେଲା । ପୋଖରୀ ଚାରିପଟେ ବାଉଣ୍ଡାରୀ ପାଇଁ ପିଲାର ଓ ବିମ ପଡିଲା। ମାଟି ପକାଇ ସମତୁଲ ହେଇଛି । କେବଳ ସେତିକି କାମ ପରେ ଦୀର୍ଘ ଦିନ ଧରି ପ୍ରକଳ୍ପର କାମ ବନ୍ଦ ରହିଛି । ଫଳରେ ସ୍ମାର୍ଟ ପାର୍କ ଜାଗାଟି ଏବେ ଜଙ୍ଗଲରେ ପରିଣତ ହେଇଛି । ଏହା ସହ ଦୀର୍ଘ ଦିନ ଧରି କାମ ବନ୍ଦ ରହିବା ଫଳରେ ରଡ ଗୁଡିକ କଳଙ୍କି ଲାଗି ନଷ୍ଟ ହେବାକୁ ବସିଲାଣି। ଓ ଲୁହା ରଡ ମଧ୍ୟ କେହି କାଟି ନେଲେଣି । ହେଲେ ପୌର ପ୍ରଶାସନ ଚୁପ ବସିଛି । ପ୍ରଶାସନର ଅବହେଳା ପାଇଁ ସେମିତି ଅଧା ପନ୍ତରିଆ ଭାବେ ପଡିରହିଛି ।

ଫଳରେ ଅନିଶ୍ଚିତତା ମଧ୍ୟକୁ ଠେଲି ହେଇ ଯାଉଛି ଏହି ପ୍ରକଳ୍ପ । ଅନ୍ୟପଟରେ ରାଜନୈତିକ ଛକାପଞ୍ଝା କାରଣରୁ ପ୍ରକଳ୍ପଟି ଅଧାରୁ ବନ୍ଦ ହେଇ ପଡିଥିବା ସ୍ଥାନୀୟ ଲୋକ ଅଭିଯୋଗ ଆଣିଛନ୍ତି । ଫଳରେ ସ୍ମାର୍ଟ ପାର୍କ ପାଇଁ ସ୍ୱପ୍ନ ଦେଖୁଥିବା ବାସୁଦେବପୁର ବାସୀ ତୁରନ୍ତ ପ୍ରକଳ୍ପଟିକୁ ସାରିବାକୁ ଦାବି କରୁଛନ୍ତି । ତେବେ କେବେ ବାସୁଦେବପୁର ବାସୀଙ୍କ ସ୍ୱପ୍ନ ପୁରଣ ହେବ ତାହା ଦେଖିବାକୁ ବାକି ରହିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The dream of the people of Basudevpur has been not completed | Argus News