Videos
|
Odisha

ଏକ ବର୍ଷର ଅବଧି ଥିଲା, ୫ ବର୍ଷ ହେଲା ସରୁନି ବ୍ରିଜ୍‌ କାମ

Rashmita Mishra
Browse all articles by Rashmita Mishra
·1 year ago·2 min read
ଏକ ବର୍ଷର ଅବଧି ଥିଲା, ୫ ବର୍ଷ ହେଲା ସରୁନି ବ୍ରିଜ୍‌ କାମ

Key Points

ପାଣିରେ ପଡ଼ିଲା କୋଟି କୋଟି ଟଙ୍କା
ସରିଲାନି ବ୍ରିଜ୍‌ ନିର୍ମାଣ କାମ
ଏକ ବର୍ଷର ଅବଧି ଥିଲା, ୫ ବର୍ଷ ହେଲା
ଏବେ ବି ସରିପାରୁନି ପ୍ରକଳ୍ପ କାମ

ବ୍ରିଜ୍‌ କାମ ତ ସରିଗଲା ହେଲେ ଆପ୍ରୋଚ୍‌ କାମ ବାକି ରହିଲା। ଚାଷ ଜମିଠୁ ମେଡ଼ିକାଲ କି ସ୍କୁଲ କୁଆଡ଼େ ଯାଇପାରୁନାହାନ୍ତି ଲୋକେ । ସେନେଇ ତେଜୁଛି ଅସନ୍ତୋଷ। ଅଭିଯୋଗ ଅନୁଯାଇ, ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ବାରୋ ପଞ୍ଚାୟତ ସାଳନ୍ଦୀ ନଦୀର ଶାଖା ନଦୀ ନାଳିଆ ନଦୀ ଉପରେ ବ୍ରିଜ ନିର୍ମାଣ ପାଇଁ ତତ୍କାଳୀନ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍କିକ ଶିଳାନ୍ୟାସ କରି ବର୍ଷେ ଭିତରେ ସାରିବା ପାଇଁ ନିର୍ଦେଶ ଦେଇଥିଲେ । ହେଲେ 5 ବର୍ଷରୁ ଉର୍ଦ୍ଧ୍ବ ହେଲାଣି ଅଧ୍ୟାବଧି ପୋଲ ନିର୍ମାଣ ସାରିଥିଲେ ମଧ୍ୟ ଏହାର ଆପ୍ରୋଚ ରେଡ କାମ ସରି ପାରୁନାହିଁ । ଠିକାଦାର, ବିଭାଗୀୟ ଅଧିକାରୀ ଓ ପୂର୍ବ ବିଜେଡ଼ି ନେତାଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ବ୍ରିଜର ନିର୍ମାଣ କାର୍ଯ୍ୟ ସରି ପାରୁନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିବା ସହ ତୁରନ୍ତ ଏହାର କାମ ସାରିବାକୁ ଦାବି କରିଛନ୍ତି । ଏ ନେଇ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାରୁ ଖୁବ ଶୀଘ୍ର ଏହି ବ୍ରିଜଟି କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି ଜିଲ୍ଲାପାଳ ।

ସେପଟେ ପାଞ୍ଚ ବର୍ଷ ବିତିବାକୁ ବସିଲାଣି ସରି ପାରୁନାହିଁ ବହୁ ଚର୍ଚ୍ଚିତ କୁଆଁସ ପୋଲ । ଏହି ପୋଲ ଉପରେ ପାଖାପାଖି 15 ଟି ୱାର୍ଡ଼ର ବାସିନ୍ଦାଙ୍କ ସହ 10 ଟି ପଞ୍ଚାୟତର ଲୋକମାନେ ନିର୍ଭର କରିଥାନ୍ତି । ତେବେ ଏବେ ପୋଲଟିର ନିର୍ମାଣ ସାରିଥିଲେ ମଧ୍ୟ ଆପ୍ରୋଚ ରୋଡ଼ ପାଇଁ ଯାତାୟାତ କରିବା ପାଇଁ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଲୋକେ । ତେଣୁ ଶୀଘ୍ର ଏହି ସେତୁଟିର ଆପ୍ରୋଚ ରୋଡ଼ କାର୍ଯ୍ୟ ସରିବା ପାଇଁ ପ୍ରଶାସନକୁ ନିବେଦନ କରିଛନ୍ତି ଅଞ୍ଚଳ ବାସିନ୍ଦା । ସେପଟେ ଖୁବ ଶୀଘ୍ର ଏହି ପୋଲର ଦୁଇ ସାଇଟ ଆପ୍ରୋଚ ରୋଡ କାମ ସରିବା ସହ ଜିଲ୍ଲାବାସୀ ଉପକୃତ ହେବେ ବୋଲି କହିଛନ୍ତି ଜିଲ୍ଲାପାଳ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
the-duration-was-one-year-but-the-work-on-the-saruni-bridge-has-been-going-on-for-five-years | Argus News