Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚତୁର୍ଥ ବର୍ଷ ବର୍ଲିନ ସହରରେ ଧୁମଧାମରେ ପାଳିତ ହେଲା ଦୁର୍ଗାପୂଜା

Ritu Das
Browse all articles by Ritu Das
·1 year ago·1 min read
ଚତୁର୍ଥ ବର୍ଷ ବର୍ଲିନ ସହରରେ ଧୁମଧାମରେ ପାଳିତ ହେଲା ଦୁର୍ଗାପୂଜା


ଅର୍ଗସ ବ୍ୟୁରୋ: ବର୍ଲିନରେ ଭାରତୀୟ ପାର୍ବଣର ଧୁମ। ଚତୁର୍ଥ ବର୍ଷ ପାଇଁ ବର୍ଲିନ ସହରରେ ଧୁମଧାମରେ ପାଳିତ ହୋଇଛି ଦଶହରା ଉତ୍ସବ। କମଳା ଆଉ ସୁନେଲି ରଙ୍ଗରେ ସଜ୍ଜିତ ହୋଇଛି ବର୍ଲିନ ସହର। ଆଗକୁ ବର୍ଲିନରେ ରାତି ଅଧିକ ଦିନ କମ ଆସୁଛି ତେଣୁ ଲୋକମାନେ ଦୀର୍ଘ ଅନ୍ଧକାର ମାସକୁ ଗ୍ରହଣ କରିବା ପୂର୍ବରୁ ଶେଷ ଉଷ୍ମତା ଉପଭୋଗ କରୁଛନ୍ତି। ବର୍ଲିନ୍ ସାର୍ବୋଜନିନ୍ ଦୁର୍ଗାଉତ୍ସବ ( IGNITE EV ) ମା' ଦୁର୍ଗାଙ୍କୁ ଚତୁର୍ଥ ଥର ପାଇଁ ବର୍ଲିନ ରେ ଧୁମଧାମରେ ପୂଜା ନୀତିରେ ଧରା ପୃଷ୍ଠକୁ ସ୍ବାଗତ କରିଛି ।ଏଥିସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ୪ଦିନ ବ୍ୟାପୀ ହେଉଛି। SHAKTI, CELEBRATING THE STRENGTH GRACE OF THE GODDESS. 

ଏହି ଥିମରେ କାର୍ଯ୍ୟକ୍ରମ ସାମୁହିକ ଭାବପ୍ରବଣତା ର ଅଭିବ୍ୟକ୍ତି ସହ ପାଳନ ହେଉଛି। ୨ ରୁ ୫୦ ବର୍ଷ ବୟସର ଭାରତୀୟ ସେମାନଙ୍କର ସୃଜନଶୀଳ କଳା ପ୍ରଦର୍ଶନ କରିବାର ମଧ୍ୟ ସୁଯୋଗ ପାଉଛନ୍ତି । ଏହି ପୂଜା ମାଧ୍ୟମରେ ଆମେ ବର୍ଲିନ୍ ରେ ଭାରତୀୟ ସମ୍ପ୍ରଦାୟକୁ ବିସ୍ତାର କରିବାକୁ ଲକ୍ଷ୍ୟ ରଖିଛି କମିଟି। ବିଭିନ୍ନ ବର୍ଗର ଲୋକଙ୍କୁ ଉତ୍ସବ ରେ ଯୋଗଦେବାକୁ ଏବଂ ସଂସ୍କୃତିର ଉଷ୍ମତାକୁ ଅନୁଭବ କରିବାକୁ ଆମନ୍ତ୍ରଣ କରୁଛୁ ବୋଲି କମିଟି ତାର ଆଭିମୁଖ୍ୟ ରଖିଛି ।ଏହି ପୂଜା ଆମ ଭାରତୀୟଙ୍କୁ ଏକାଠି ହେବାକୁ ସୁଯୋଗ ଦେଉଛି ବୋଲି କହିଛନ୍ତି ସଦସ୍ୟ ମାନେ।

ଅଧିକ ପଢ଼ନ୍ତୁ ବିଦେଶ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the Durga Puja | Argus News