Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ନୀଳଚକ୍ରରୁ ବାନା ନେଇଗଲା ଚିଲ !

Odisha

ନୀଳଚକ୍ରରୁ ବାନା ନେଇଗଲା ଚିଲ !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
ନୀଳଚକ୍ରରୁ ବାନା ନେଇଗଲା ଚିଲ !

ଚିଲ ନେଇଗଲା ବାନା । ନୀଳଚକ୍ରରୁ ପତିତପାବନ ବାନା ନେଇଗଲା ଚିଲ । ଯାହାର ଏକ ଦୃଶ୍ୟ ଏବେ ଭାଇରାଲ ହେଉଛି । ବାନାକୁ ଚିଲ ନେଇଯିବା ପରେ ଶ୍ରଦ୍ଧାଳୁଙ୍କ ମନରେ ବଢ଼ିଯାଇଛି ଶଙ୍କା, ଆଶଙ୍କା । ତେବେ ଏଭଳି ଘଟଣା ପୂର୍ବରୁ କେବେ ଦେଖାଯାଇନଥିଲା ।

ଅନ୍ୟପଟେ ପୁରୀ ଶ୍ରୀମନ୍ଦିରରେ ଖୁବଶୀଘ୍ର ଭକ୍ତମାନଙ୍କ ପାଇଁ ନାଟମଣ୍ଡପରେ ଧାଡି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ । କିଛି ହୁଣ୍ଡି ସ୍ଥାନାନ୍ତରିତ ପାଇଁ ପରିଚାଳନା କମିଟିର ଅନୁମୋଦନ ଆବଶ୍ୟକ । ଏଥିପାଇଁ ଖୁବଶୀଘ୍ର ପରିଚାଳନା କମିଟି ଗଠନ ହେବ ବୋଲି କହିଛନ୍ତି ଆଇନମନ୍ତ୍ରୀ । ପ୍ରବଳ ଖରାକୁ ଦୃଷ୍ଟିରେ ରଖି ସେଡ୍ କରାଯାଇଛି ଓ ଆଗକୁ ଦିବ୍ୟାଙ୍ଗ, ବରିଷ୍ଠ ନାଗରିକଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ସ୍ୱତନ୍ତ୍ର ଭାବେ କରାଯିବ ।

ରତ୍ନଭଣ୍ଡାର ପ୍ରସଙ୍ଗରେ ପୂର୍ବ ସରକାରଙ୍କୁ ଆଇନମନ୍ତ୍ରୀ ସମାଲୋଚନା କରିଛନ୍ତି। ରତ୍ନଭଣ୍ଡାର ସ୍ଥିତି ଅତ୍ୟନ୍ତ ଦୁର୍ବଳ ଥିବା କହି ପୂର୍ବ ବିଜେଡି ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ଆଇନମନ୍ତ୍ରୀ। ଏଏସଆଇ ତରଫରୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଜାରି ରହିଛି ଓ ମରାମତି ଶେଷ ହେଲେ ରତ୍ନ ଗଣତିମଣତି ଆରମ୍ଭ ହେବ ବୋଲି ଆଇନମନ୍ତ୍ରୀ କହିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The eagle took the patitapaban Flag from Nilachakra | Argus News