Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଦିନକୁ ଦିନ ସୁଧୁରୁଛି ଦେଶର ଆର୍ଥିକ ଅବସ୍ଥା

Odisha

ଦିନକୁ ଦିନ ସୁଧୁରୁଛି ଦେଶର ଆର୍ଥିକ ଅବସ୍ଥା

Rashmita Mishra
Browse all articles by Rashmita Mishra
·1 year ago·1 min read
ଦିନକୁ ଦିନ ସୁଧୁରୁଛି ଦେଶର ଆର୍ଥିକ ଅବସ୍ଥା


ଅର୍ଗସ ବ୍ୟୁରୋ:ଦେଶରେ କମୁଛି ବେକାରୀ ହାର । ଆରମ୍ଭ ହୋଇଛି ରୋଜଗାର କ୍ଷେତ୍ରରେ ବଡ ପରିବର୍ତନ..ଗତ ସାତ ବର୍ଷ ମଧ୍ୟରେ ଭାରତର ବେକାରୀ ହାର ୬ ପ୍ରତିଶତ ରୁ ୩.୨ପ୍ରତିଶତ କୁ ହ୍ରାସ ପାଇଛି। ରୋଜଗାରର ସୁଯୋଗ ସୃଷ୍ଟି କରିବାରେ ଦେଶର ପ୍ରୟାସର ଏହା ଏକ ବଡ ପ୍ରମାଣ। ପିରିୟଡିକ୍ ଲେବର ଫୋର୍ସ ସର୍ଭେ (PLFS) ତଥ୍ୟ ଅନୁଯାୟୀ, COVID-19 ମହାମାରୀ ସମୟରୁ ବେକାରୀ ହାର ହ୍ରାସ ପାଉଛି, ଯେଉଁଥିରେ ଶ୍ରମ ଶକ୍ତି ଅଂଶଗ୍ରହଣ ହାର ଏବଂ ଶ୍ରମିକ-ଜନସଂଖ୍ୟା ରେସିଓ ବୃଦ୍ଧି ପାଇଛି। ବଢୁଥିବା ମହିଳା ଶ୍ରମ ବଳ ବା ବିଶେଷ ଭାବରେ ଗ୍ରାମୀଣ ମହିଳାମାନେ କୃଷି ତଥା ଆନୁଷଙ୍ଗିକ କାର୍ଯ୍ୟକଳାପରେ ଯୋଗଦେବା ଦ୍ୱାରା ମହିଳା ଶ୍ରମଶକ୍ତିର ଅଂଶଗ୍ରହଣ ହାର ଯଥେଷ୍ଟ ବୃଦ୍ଧି ପାଇଛି।ସେହିପରି ଯୁବ ବେକାରୀ ହାର 2017-18 ରେ 17.8% ରୁ 2022-23 ରେ 10% କୁ ହ୍ରାସ ପାଇଛି।ଏହା ସହିତ ଗ୍ରାମାଞ୍ଚଳରେ ଅଧିକ ବେତନ ବୃଦ୍ଧି ସହିତ ହେବା କାରଣରୁ ମହାମାରୀ  ପୂର୍ବରୁ ବେକାରୀ ସ୍ତରର ସ୍ଥିତିରେ ପୁନଦ୍ଧାର ଘଟିଛି।ଏହି ସକରାତ୍ମକ ଧାରା ଦେଶରେ ଏକ ଅନୂକୁଳ ନିଯୁକ୍ତି ପରିବେଶ ଏବଂ ରୋଜଗାର କ୍ଷମତା ସୃଷ୍ଟି କରିପାରିଛି |

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The economic condition of the country is improving day by day. | Argus News