Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ସାଂଘାତିକ ଖେଳ

Odisha

ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ସାଂଘାତିକ ଖେଳ

Ritu Das
Browse all articles by Ritu Das
·10 months ago·1 min read
ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ସାଂଘାତିକ ଖେଳ

Key Points

ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ସାଂଘାତିକ ଖେଳ

ମହାପ୍ରଭୁ ଜଗନ୍ନାଥଙ୍କୁ ପୁଣି ଅପମାନ

ଗୋଡ଼ପୋଛାରେ ଜଗନ୍ନାଥଙ୍କ ମୁହଁ

ଜଗତର ନାଥ ଜଗନ୍ନାଥଙ୍କୁ ଅପମାନ। ଗୋଡ଼ ପୋଛାରେ ମହାପ୍ରଭୁଙ୍କ ଚକାଆଖି। ଏହାକୁ ଦେଖିବାପରେ ପ୍ରତିଟି ଓଡ଼ିଆ ମନରେ ଶକ୍ତ ଆଘାତ ଲାଗିଛି। ପୂର୍ବରୁ ମଧ୍ୟ ମହାପ୍ରଭୁଙ୍କ ଅପମାନ କରୁଥିବାର ଅନେକ ଭିଡିଓ ଆମ ସାମ୍ନାକୁ ଆସିଛି। ଯେଉଁଥିପାଇଁ ଭକ୍ତଙ୍କ ଭାବାବେଗକୁ ଶକ୍ତ ଆଘାତ ଲାଗିଛି। ଏହି ଖବର ନିଶ୍ଚିତ ମନକୁ ବିଚଳିତ କରିବ। ଆମ ପ୍ରଭୁ ପାପୋଛରେ କାହା ଦେହ ସହିବ କହିଲେ। ଚାଇନିଜ୍‌ ଇ-କମର୍ସ ପ୍ଲାଟଫର୍ମ ଅଲି ଏକ୍ସପ୍ରେସରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଛବି ଥିବା ଡୋରମ୍ୟାଟ ବିକ୍ରି ହେଉଥିବା ଘଟଣା ସାମ୍ନାକୁ ଆସିବା ପରେ ଜଗନ୍ନାଥପ୍ରେମୀଙ୍କ ମନରେ ଗଭୀର ଆଘାତ ଲାଗିଛି। ବିଜ୍ଞାପନରେ ମହାପ୍ରଭୁଙ୍କ ଚକା ଆଖି ଉପରେ ପାଦ ରଖି ବିଜ୍ଞାପନ ଦିଆଯାଇଛି।


ଲର୍ଡ ଜଗନ୍ନାଥ ମଣ୍ଡଳ ଆର୍ଟ ନାମରେ ବିଭିନ୍ନ ପାପୋଛ ଗୁଡ଼ିକର ବିଜ୍ଞାପନ ଦିଆଯାଇଛି ।ଯାହାର ମୂଲ୍ୟ 948 ଟଙ୍କା ରହିଛି। ଏହି ଅପମାନଜନକ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ହିନ୍ଦୁ ସଂଗଠନ ଓ ଭକ୍ତମାନେ ତୀବ୍ର ପ୍ରତିବାଦ କରିଛନ୍ତି। ଏହାକୁ ତୁରନ୍ତ ଅନଲାଇନ ପ୍ଲାଟଫର୍ମରୁ ହଟାଇବା ସହ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ, ଓଡ଼ିଶା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଓ ଅନ୍ୟ ଅଧିକାରୀଙ୍କୁ ଅନୁରୋଧ କରାଯାଇଛି। ଏହା ପୂର୍ବରୁ ମଧ୍ୟ ଅନୁରୂପ ଘଟଣା ଦେଖାଦେଇଥିଲା, ଯେଉଁଥିରେ ହିନ୍ଦୁ ଦେବଦେବୀଙ୍କ ଛବି ଅନୁଚିତ ଭାବେ ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ଜନସାଧାରଣ ଏବଂ ଧାର୍ମିକ ସଂଗଠନମାନେ ଅଲି ଏକ୍ସପ୍ରେସ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
the-emotional-intensity-of-jagannath-devotees-in-collective-play | Argus News