Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜ୍ୟରେ ଭାଙ୍ଗୁଛି ବେଆଇନ ମଦ କାରବାରର ସାମ୍ରାଜ୍ୟ

Rashmita Mishra
Browse all articles by Rashmita Mishra
·1 year ago·2 min read
ରାଜ୍ୟରେ ଭାଙ୍ଗୁଛି ବେଆଇନ ମଦ କାରବାରର ସାମ୍ରାଜ୍ୟ

ଅର୍ଗସ ବ୍ୟୁରୋ: ଗଂଜାମ ଚିକିଟି ମଦ ମୃତ୍ୟୁ ଘଟଣା ସାମ୍ନାକୁ ଆସିବା ପରେ ବେଆଇନ ମଦ କାରବାର ବନ୍ଦ କରିବାକୁ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ମୋହନ ସରକାର । ସାରା ରାଜ୍ୟରେ ଦେଶୀ ମଦ ଭାଟି ଉପରେ ପ୍ରତିଦିନ ଚାଲିଛି ଘନ ଘନ ଚଢ଼ାଉ । ଚିକିଟି ଜରଡ଼ା ଥାନା ଗଙ୍ଗାପୁର, ଶାସନ ଓ ବଡ଼ଝୋଲା ଗ୍ରାମ୍ୟ ଜଙ୍ଗଲରେ ରେଡ୍ କରିଛି ଅବକାରୀ ଟିମ୍। ମଦ ତିଆରି ପାଇଁ ଥିବା ୧୩୨୦୦ ଲିଟର ଗୁଡ଼ପୋଚ ନଷ୍ଟ କରିବା ସହ ୧୫୦୦ ଲିଟର ମଦ ଜବତ କରିଛି l ଜବତ ମଦର ନମୁନା ପରୀକ୍ଷା ନିମନ୍ତେ ପଠାଯାଇଛି l 

କୋରାପୁଟ ନନ୍ଦପୁର ବ୍ଲକ୍ ଚାଟୁଆ ଓ ଖିନବର ପଞ୍ଚାୟତର କୋନାକିରାମ୍ବ ଗାଁ ନିକଟରେ ଥିବା ଦୁଇଟି ଦେଶୀ ମଦ ଭାଟି ଭାଙ୍ଗି ଦେଇଛି ଅବକାରୀ ଟିମ୍। ୧୪ ହଜାର ଲିଟର ପୋଚ ନଷ୍ଟ ହୋଇଛି ୫୮୩ ଲିଟର ଦେଶୀ ମଦ । ଏ ମାମଲାରେ ଗିରଫ ହୋଇଛନ୍ତି ୨ ଜଣ। କୋଟପାଡ଼ ଶଙ୍କର୍ଦା ଗାଁରେ ଅଵକାରୀ ବିଭାଗ ଚଢ଼ାଉ କରି ପ୍ରାୟ 2500 ଲିଟର ମଦ ଓ ପୋଚ ନଷ୍ଟ କରିବା ସହ 3 ଜଣଙ୍କୁ ଗିପଫ କରାଯାଇଛି ସମ୍ବଲପୁର ରେଙ୍ଗାଲିରେ ଅବକାରୀ ଟିମ୍ 2ଟି ସ୍ଥାନରେ ଚଢ଼ାଉ କରି ପ୍ରାୟ 5500 ଲିଟର ପୋଚ ନଷ୍ଟ କରିବା ସହ 300 ଲିଟର ଦେଶୀ ମଦ ଜବତ କରିଛି। ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ। ନବରଙ୍ଗପୁର ଚନ୍ଦାହାଣ୍ଡି ହରିଡ଼ାପଡ଼ାରେ ଚଢ଼ାଉ କରି ୨୪୦୦ଲିଟର ମହୁଲି ପୋଚ ନଷ୍ଟ କରିବା ସହ ବିପୁଳ ପରିମାଣର ଦେଶୀ ମଦ ଜବତ କରାଯାଇଛି। 

ମଦ ମାଫିଆଙ୍କ ବିରୋଧରେ ମୋହନ ସରକାରଙ୍କ କଡ଼ା ଆଭିମୁଖ୍ୟ। ଆଇନ ମନ୍ତ୍ରୀ କହିଛନ୍ତି ପୂର୍ବ ସରକାର ଦିନେ ଦୁଇ ଦିନ ଚଢ଼ାଉ କରି ଧର୍ମକୁ ଆଖି ଠାର ମାରୁଥିଲେ। କିନ୍ତୁ ବିଜେପି ସରକାର ଦୃଢ଼ ହସ୍ତରେ ଚୋରା ମଦ ନେଟୱର୍କ ବନ୍ଦ କରିବେ । ନିର୍ଣ୍ଣାୟକ ସ୍ଥିତି ଯାଏଁ ଜାରି ରହିବ ଚଢ଼ାଉ । ଚୋରା ମଦ ଓ ବିଷାକ୍ତ ମଦ ବିକ୍ରି କରୁଥିବା ଲୋକେ ଗତି ପରିବର୍ତ୍ତନ କରିବେ । ନିର୍ବାଚନ ସମୟରେ ମୋଦି କହିଥିଲେ ଓଡ଼ିଶାରେ ଭଙ୍ଗାଯିବ ମାଫିଆଙ୍କ ଅଣ୍ଟା। ଏବେ ମଦ ମାଫିଆଙ୍କ ଅଣ୍ଟା ଭାଙ୍ଗିବାକୁ ପୁରା ଆକ୍ସନ ମୋଡରେ ଅଛନ୍ତି ମୋହନ ସରକାର। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
The empire of illegal liquor trade is breaking in the state | Argus News