Videos
|
Odisha

ରାସ୍ତା ସାରା ଖାଲଖମାରେ ଭର୍ତ୍ତି, ବର୍ଷା ଦିନେ କାଦୁଅ କରୁଛି କଲବଲ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ରାସ୍ତା ସାରା ଖାଲଖମାରେ ଭର୍ତ୍ତି, ବର୍ଷା ଦିନେ କାଦୁଅ କରୁଛି କଲବଲ

Key Points

କଚ୍ଚା ରାସ୍ତା ଭରସାରେ ୮ଖଣ୍ଡ ଗାଁ
ରାସ୍ତା ସାରା ଖଲଖମାରେ ଭର୍ତ୍ତି
ବର୍ଷା ଦିନେ କାଦୁଅ କରୁଛି କଲବଲ

ପଲଶାଗୋରା ପଞ୍ଚାୟତର ବଘିଆବାହାଲରୁ ମଲ୍ଲିକପଦର ପର୍ଯ୍ୟନ୍ତ ଯାଇଥିବା ରାସ୍ତା । ୨ କି.ମି ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ । ପ୍ରତିବର୍ଷ ଏହି ରାସ୍ତାରେ ସ୍ଥାନୀୟ ପଞ୍ଚାୟତ ପକ୍ଷରୁ ମାଟି କାମ ହେଉଛି ହେଲେ ନିମ୍ନମାନର କାମ ହେଉଥିବା ଯୋଗୁଁ ରାସ୍ତାର ଅବସ୍ଥା ସୁଧୁରି ପାରୁନାହିଁ । ଫଳରେ ବିଭିନ୍ନ ସମୟରେ ରାସ୍ତା ଉପରେ ଯାତାୟାତ ସମୟରେ ଭାରସାମ୍ୟ ହରାଇ ଦୁର୍ଘଟଣାମାନ ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ଏହି ରାସ୍ତା ଉପରରେ ୮ ଖଣ୍ଡ ଗାଁର ଲୋକେ ପଲସା ଲସାଗୋରାକୁ ଆସିଥାନ୍ତି। ମାତ୍ର ରାସ୍ତାର ଏଭଳି ଅବସ୍ଥା ପାଇଁ ହଇରାଣ ହେଉଛନ୍ତି ସ୍ଥାନୀୟଲୋକେ I

ଅନ୍ୟପଟେ ରୁଣ୍ଡି ମହୁଲ ଠାରୁ ଚାରଭାଟି ଗାଁ କୁ ଯାଇଥିବା ରାସ୍ତା ଠାରୁ ଏହିଗାଁ କୁ ମଧ୍ୟ ଅନ୍ୟ ଏକ ମାଟି ରାସ୍ତାରହିଛି ତାହାର ଅବସ୍ଥା ଆହୁରି ନ କହିବା ଭଲ l ରାସ୍ତା ସାରା ଖାଲ ଖମା ରେ ଭର୍ତି l ଯେ କେହିବି ଏହି ରାସ୍ତା କୁ ଦେଖିଲେ ସ୍ପଷ୍ଟ ଭାବରେ ବାରି ହେଉଛି ଗାଁ ରେ କେତେ ହୋଇଛି ବିକାଶ । ଗମନାଗମନ ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ସରକାରୀ ବାବୁ ଓ ଠିକାଦାରଙ୍କ ମନମାନି ପାଇଁ ହଇରାଣ ହେଉଛନ୍ତି ଉପାନ୍ତବାସୀ।

କଚ୍ଚା ରାସ୍ତା ଭରସାରେ ଦୁର୍ଗମର ୮ ଖଣ୍ଡ ଗାଁ। ସଂଯୋଗ ହୋଇପାରୁନି ପକ୍କା ରାସ୍ତା କଚ୍ଚା ରାସ୍ତାରେ କେତେବେଳେ ପାଣି ପାଇଁ ତ କେତେବେଳେ ଖାଲଖମା ପାଇଁ ହଇରାଣ ହେଉଛନ୍ତି ଅଞ୍ଚଳବାସୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
the-entire-road-is-covered-in-mud-making-it-muddy-on-rainy-days | Argus News